କରୋନା ଭୟ;ରାସ୍ତାରେ ଚାଟ୍, ଗୁପ୍ଚୁପ୍ ଖାଇବା ମନା
ଭୁବନେଶ୍ୱର: ଜୁନ ୧୧:ଏଣିକି ରାସ୍ତାରେ ଖାଇପାରିବେନି ଗୁପ୍ଚୁପ୍, ଚାଟ୍ । ବାହାରେ ଛିଡ଼ା ହୋଇ ଖାଇବା ଦ୍ୱାରା ସମାଜିକ ଦୂରତ୍ୱ ରହୁନି । ଦୋକାନ ଆଗରେ ୫ରୁ ଊଦ୍ଧ୍ୱର୍ ବ୍ୟକ୍ତି ରହୁଥିବା ଦେଖାଦେଉଛି । ତେଣୁ ଗ୍ରାହକମାନେ କେବଳ ପାର୍ସଲ ନେଇପାରିବେ । ଖୋର୍ଦ୍ଧା ଜିଲ୍ଲାରେ ଥିବା ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଉପରେ ଲଗାଯାଇଛି କଟକଣା । କରୋନା ସଂକ୍ରମଣକୁ ରୋକିବା ଲାଗି ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । […]
ଭୁବନେଶ୍ୱର: ଜୁନ ୧୧:ଏଣିକି ରାସ୍ତାରେ ଖାଇପାରିବେନି ଗୁପ୍ଚୁପ୍, ଚାଟ୍ । ବାହାରେ ଛିଡ଼ା ହୋଇ ଖାଇବା ଦ୍ୱାରା ସମାଜିକ ଦୂରତ୍ୱ ରହୁନି । ଦୋକାନ ଆଗରେ ୫ରୁ ଊଦ୍ଧ୍ୱର୍ ବ୍ୟକ୍ତି ରହୁଥିବା ଦେଖାଦେଉଛି । ତେଣୁ ଗ୍ରାହକମାନେ କେବଳ ପାର୍ସଲ ନେଇପାରିବେ ।
ଖୋର୍ଦ୍ଧା ଜିଲ୍ଲାରେ ଥିବା ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଉପରେ ଲଗାଯାଇଛି କଟକଣା । କରୋନା ସଂକ୍ରମଣକୁ ରୋକିବା ଲାଗି ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ନିୟମ କଡ଼ାକଡ଼ି କରାଯାଇଛି । ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ, ଦହିବରା ଆଳୁଦମ୍ ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବେଳ ପାର୍ସଲ ଦେବେ । ଦୋକାନ ନିକଟରେ ଗ୍ରାହକ ମାନେ ଛିଡା ହୋଇ ଖାଉଥିବାର ନଜର ଆସିଲେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।




