କମିଲା ସୁନା ଦର, ରୂପା ଦର ସ୍ଥିର
ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ବଡ଼ ଆଶ୍ବସ୍ତି । ବୁଧୁବାର ସନ୍ଧ୍ୟାରେ ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ମୁଲ୍ୟ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୦୦ ଟଙ୍କା ରହିଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୬୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୩,୫୦୦ ଟଙ୍କାକୁ ପହଞ୍ଚିଛି ।
ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୪୫,୬୪୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୩୩,୫୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୪୭,୭୯୦ ଟଙ୍କା ଓ ୨୨ କ୍ୟାରଟେ ୧,୩୩,୬୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୪୭,୨୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୫,୦୦୦ ଟଙ୍କା ରହିଛି ।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୪୫,୬୪୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୩୩,୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।



