ଓଡ଼ିଶାରେ ୨୪ ଘଂଟାରେ ୩୬୮୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮

ଭୁବନେଶ୍ୱର: ଅଗଷ୍ଟ ୨୮: ଓଡ଼ିଶାରେ ଗୋଟିଏ ଦିନରେ ୩୬୮୨ ନୂଆ କୋଭିଡ ପଜିଟିଭ କେଶ I ଦିନେ ପରେ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ୩୬୮୨ ଟି ନୂଆ କେଶ ମଧ୍ୟରୁ, ୧୪୪୧ ଟି ଲୋକାଲ କଂଟାକଟ କେଶ ଥିବା ବେଳେ, ୨୨୪୧ ଜଣ ସଙ୍ଗରୋଧ ରେ ଥିଲେ I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାଇ, ଖୋର୍ଦ୍ଧା ରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୭୭୫ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨୮: ଓଡ଼ିଶାରେ ଗୋଟିଏ ଦିନରେ ୩୬୮୨ ନୂଆ କୋଭିଡ ପଜିଟିଭ କେଶ I ଦିନେ ପରେ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ୩୬୮୨ ଟି ନୂଆ କେଶ ମଧ୍ୟରୁ, ୧୪୪୧ ଟି ଲୋକାଲ କଂଟାକଟ କେଶ ଥିବା ବେଳେ, ୨୨୪୧ ଜଣ ସଙ୍ଗରୋଧ ରେ ଥିଲେ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାଇ, ଖୋର୍ଦ୍ଧା ରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୭୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ରାୟଗଡା ରୁ ୪୯୫, କଟକ ରୁ ୩୬୯, ମୟୁରଭଞ୍ଜ ରୁ ୨୭୨, ଗଂଜାମ ରୁ ୧୭୪, ବରଗଡ ରୁ ୧୫୨, କୋରାପୁଟ ରୁ ୧୪୦, ସମ୍ବଲପୁର ରୁ ୧୨୮, ପୁରୀ ରୁ ୧୧୫, ନୟାଗଡ ରୁ ୧୦୯, ଯାଜପୁର ରୁ ୮୮, ବାଲେଶ୍ୱର ରୁ ୮୭, ମାଲକାନଗିରି ରୁ ୮୬, ବଲାଙ୍ଗୀର ରୁ ୬୮, ଢେଙ୍କାନାଳ ରୁ ୬୧, କେନ୍ଦୁଝର ରୁ ୫୯, ଅନୁଗୁଳ ରୁ ୫୬, ଭଦ୍ରକ ରୁ ୫୧, ଗଜପତି ରୁ ୪୮, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରୁ ୪୪ ଜଣ ଲେଖାଁଏ, ଝାରସୁଗୁଡା ରୁ ୪୩ ଜଣ, କଳାହାଣ୍ଡି ରୁ ୪୧ ଜଣ, ନବରଙ୍ଗପୁର ରୁ ୩୮ ଜଣ, କନ୍ଧମାଳ ରୁ ୩୬ ଜଣ, ସୋନପୁର ଓ ସୁନ୍ଦରଗଡ ରୁ ୨୭ ଜଣ ଲେଖାଁଏ , ନୂଆପଡା ରୁ ୨୩ ଜଣ, ବୌଦ ରୁ ୧୪ ଜଣ ଏବଂ ଦେଓଗଡ ରୁ ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮ କୁ ବୃଦ୍ଧି ପାଇଛି I ସେଥିରୁ, ୬୫ ହଜାର ୩୨୩ ଜଣ ସୁସ୍ଥ ହେଇସାରିଛନ୍ତି I
୨୪ ଘଂଟାରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୫୬ କୁ ବୃଦ୍ଧି ପାଇଛି I
ଏବେ ୨୮ ହଜାର ୮୩୬ ଜଣ ଚିକିତ୍ସାଧୀନ ଅଛନ୍ତି I