ଓଡ଼ିଶାରେ ୨୪ ଘଂଟାରେ ୩୨୫୨ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୯୨୦

ଭୁବନେଶ୍ୱର: ଅଗଷ୍ଟ ୨୯: ଓଡ଼ିଶାରେ ରେ ୨୪ ଘଂଟାରେ ୩୨୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୯୮୭ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୨୬୫ ଟି ଲୋକାଲ କଂଟାକଟ କେଶ I କିଛି ଦିନ ହେଲା ଓଡ଼ିଶାରେ କ୍ରମାଗତ ଭାବେ ପ୍ରତ୍ୟେକ ଦିନ ୩ ହଜାର ରୁ ଉର୍ଦ୍ଧ୍ୱ କୋଭିଡ ପଜିଟିଭ କେଶ ଚିହ୍ନଟ ହେଉଛନ୍ତି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨୯: ଓଡ଼ିଶାରେ ରେ ୨୪ ଘଂଟାରେ ୩୨୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୯୮୭ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୨୬୫ ଟି ଲୋକାଲ କଂଟାକଟ କେଶ I
କିଛି ଦିନ ହେଲା ଓଡ଼ିଶାରେ କ୍ରମାଗତ ଭାବେ ପ୍ରତ୍ୟେକ ଦିନ ୩ ହଜାର ରୁ ଉର୍ଦ୍ଧ୍ୱ କୋଭିଡ ପଜିଟିଭ କେଶ ଚିହ୍ନଟ ହେଉଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ଖୋର୍ଦ୍ଧା ରେ ୨୪ ଘଂଟାରେ ସର୍ବାଧିକ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ରାୟଗଡା ରେ ୪୫୦ ଜଣ, କଟକ ରେ ୩୨୩ ଜଣ , ଗଂଜାମ ରେ ୧୬୯ ଜଣ, ବରଗଡ ରେ ୧୪୬ ଜଣ, ପୁରୀ ରେ ୧୩୫ ଜଣ, ମୟୁରଭଞ୍ଜ ରେ ୧୨୩ ଜଣ, ନୟାଗଡ ରେ ୧୨୦ ଜଣ, ଢେଙ୍କାନାଳ ଓ ସୁନ୍ଦରଗଡ ରେ ୯୪ ଜଣ ଲେଖାଁଏ, ଯାଜପୁର ରେ ୮୩ ଜଣ, ବାଲେଶ୍ୱର ରେ ୭୮ ଜଣ, କେନ୍ଦ୍ରାପଡ଼ା ରେ ୭୭ ଜଣ, ଭଦ୍ରକ ରେ ୭୬ ଜଣ, ବଲାଙ୍ଗୀର ରେ ୬୪ ଜଣ, ସମ୍ବଲପୁର ରେ ୬୩ ଜଣ, ଝାରସୁଗୁଡା ରେ ୫୫ ଜଣ, କେନ୍ଦୁଝର ରେ ୫୦ ଜଣ, ନବରଙ୍ଗପୁର ରୁ ୪୧ ଜଣ, ସୋନପୁର ଓ ବୌଦ ରୁ ୩୮ ଜଣ ଲେଖାଁଏ , ଜଗତସିଂହପୁର ରୁ ୩୬ ଜଣ, କନ୍ଧମାଳ ରୁ ୨୬ ଜଣ, କୋରାପୁଟ ଓ ନୂଆପଡା ରୁ ୨୫ ଜଣ ଲେଖାଁଏ, ମାଲକାନଗିରି ରୁ ୨୧ ଜଣ, ଗଜପତି ରୁ ୨୦ ଜଣ, ଅନୁଗୁଳ ରୁ ୧୧ ଜଣ, ଦେଓଗଡ ରୁ ୭ ଜଣ ଏବଂ କଳାହାଣ୍ଡି ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୭ ହଜାର ୯୨୦ ରେ ପହଂଚିଛି I