ଓଡ଼ିଶାରେ ୨୪ ଘଂଟାରେ ୧୨୦୩ ନୂଆ କୋଭିଡ ପଜିଟିଭ ଚିହ୍ନଟ ଏବଂ ୧୦ ମୃତ

ଭୁବନେଶ୍ୱର: ଜୁଲାଇ ୩୦: ଓଡ଼ିଶାରେ ୨୪ ଘଂଟାରେ ୧୨୦୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୫୮ ଟି Quarantine Case ଥିବା ବେଳେ ୪୪୫ ଟି Local Contact Case ଅଛି I ନୂଆ ଚିହ୍ନଟ ହେଇଥିବା ୧୨୦୩ ଟି କେଶ କୁ ମିଶାଇ, ରାଜ୍ୟରେ କୋଭିଡ ପଜିଟିଭ କେଶ ସଂଖ୍ୟା ୩୦ ହଜାର ୩୭୮ କୁ ବୃଦ୍ଧି ପାଇଛି I ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୩୦: ଓଡ଼ିଶାରେ ୨୪ ଘଂଟାରେ ୧୨୦୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୫୮ ଟି Quarantine Case ଥିବା ବେଳେ ୪୪୫ ଟି Local Contact Case ଅଛି I ନୂଆ ଚିହ୍ନଟ ହେଇଥିବା ୧୨୦୩ ଟି କେଶ କୁ ମିଶାଇ, ରାଜ୍ୟରେ କୋଭିଡ ପଜିଟିଭ କେଶ ସଂଖ୍ୟା ୩୦ ହଜାର ୩୭୮ କୁ ବୃଦ୍ଧି ପାଇଛି I
ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଗଂଜାମ ରେ ୨୫୦, ଖୋର୍ଦ୍ଧା ରେ ୨୨୦, କଟକ ରେ ୯୭, ସୁନ୍ଦରଗଡ ରେ ୭୪, ଗଜପତି ରେ ୭୨, କୋରାପୁଟ ରେ ୬୬, ମାଲକାନଗିରି ରେ ୬୫, ଭଦ୍ରକ ରେ ୫୩, ଯାଜପୁର ରେ ୪୬, ରାୟଗଡା ରେ ୪୫, ସମ୍ବଲପୁର ରେ ୪୦, ନୟାଗଡ ରେ ୨୪, ବାଲେଶ୍ୱର ରେ ୨୦, ମୟୁରଭଞ୍ଜ ରେ ୧୬, ଅନୁଗୁଳ ରେ ୧୫, କନ୍ଧମାଳ ଓ କେନ୍ଦ୍ରାପଡ଼ା ରେ ୧୪ ଜଣ ଲେଖାଏଁ, ବରଗଡ ରେ ୧୨, କେନ୍ଦୁଝର ରେ ୧୧, ପୁରୀ ରେ ୯, ଦେଓଗଡ ଓ ଜଗତସିଂହପୁର ରେ ୮ ଜଣ ଲେଖାଏଁ , ବଲାଙ୍ଗୀର ରେ ୬, ସୋନପୁର, ନବରଙ୍ଗପୁର ଓ କଳାହାଣ୍ଡି ରେ ୪ ଜଣ ଲେଖାଏଁ ଏବଂ ବୌଦ ଓ ଢେଙ୍କାନାଳ ରେ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ସେହିପରି ରାଜ୍ୟରେ ୨୪ ଘଂଟାରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଗଂଜାମ ରୁ ୪ ଜଣ, ଖୋର୍ଦ୍ଧା ରୁ ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ସମ୍ବଲପୁର, ସୁନ୍ଦରଗଡ, ରାୟଗଡା ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି I
ଏ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୧ ଜଣଙ୍କର ମୃତ୍ୟୁ ହେଇଛି I