ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୬ ହଜାର ଟପିଲା: ଗୋଟିଏ ଦିନରେ ୭୧୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଜୁଲାଇ ୧୭: ୨୪ ଟି ଜିଲ୍ଲାରୁ ଚିହ୍ନଟ ହେଲେ ୭୧୮ ନୂଆ ଆକ୍ରାନ୍ତ କରୋନା ଆକ୍ରାନ୍ତ I ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦ ରେ ପହଂଚିଛି I ଜିଲ୍ଲା ଗୁଡିକ ମଧ୍ୟରୁ, ଗଂଜାମ ଜିଲ୍ଲାରେ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି […]
ଭୁବନେଶ୍ୱର : ଜୁଲାଇ ୧୭: ୨୪ ଟି ଜିଲ୍ଲାରୁ ଚିହ୍ନଟ ହେଲେ ୭୧୮ ନୂଆ ଆକ୍ରାନ୍ତ କରୋନା ଆକ୍ରାନ୍ତ I ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦ ରେ ପହଂଚିଛି I
ଜିଲ୍ଲା ଗୁଡିକ ମଧ୍ୟରୁ, ଗଂଜାମ ଜିଲ୍ଲାରେ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୫,୦୯୮ ରେ ପହଂଚିଛି I ସେହିପରି ଖୋର୍ଦ୍ଧା ରେ ୧,୭୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I
ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ, ମଲକାନଗିରି ରେ ୫୪ ଜଣ, କଟକ ରେ ୩୨ ଜଣ, କେନ୍ଦୁଝର ରେ ୨୮ ଜଣ, କୋରାପୁଟ ରେ ୨୭ ଜଣ, ଝାରସୁଗୁଡା ରେ ୨୪ ଜଣ, ମୟୁରଭଞ୍ଜ ରେ ୨୨ ଜଣ, ଗଜପତି ରେ ୨୧ ଜଣ, ରାୟଗଡା ରେ ୧୯ ଜଣ, ଜଗତସିଂହପୁର ରେ ୧୬ ଜଣ, ନୟାଗଡ ରେ ୧୩ ଜଣ, ଭଦ୍ରକ ଓ ସୁନ୍ଦରଗଡ ରେ ୧୦ ଜଣ ଲେଖାଏଁ, ପୁରୀ, ବାଲେଶ୍ୱର ଓ ଅନୁଗୁଳ ରେ ୯ ଜଣ ଲେଖାଏଁ, ସମ୍ବଲପୁର ଓ କନ୍ଧମାଳ ରେ ୭ ଜଣ ଲେଖାଏଁ, ଢେଙ୍କାନାଳ ରେ ୬ ଜଣ, ସୋନପୁର ରେ ୫ ଜଣ, କେନ୍ଦ୍ରାପଡ଼ା ଓ ବରଗଡ ରେ ୪ ଜଣ ଲେଖାଏଁ ଏବଂ ନବରଙ୍ଗପୁର ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I




