ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପିଲା; କଟକ ଜିଲ୍ଲାରେ ଗୋଟିଏ ଦିନରେ ୫୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୪: ଓଡ଼ିଶାରେ ୨୪ ଘଂଟାରେ ୨ ହଜାର ୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୮୨୬ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୧୨୩ ଟି ଲୋକାଲ କଣ୍ଟାକଟ କେଶ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ରୁ ଜଣାପଡିଛି I ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ରେ ପହଂଚିଛି I ତେବେ ଆଜି ର ରିପୋର୍ଟ ଅନୁସାରେ, କଟକ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨୪: ଓଡ଼ିଶାରେ ୨୪ ଘଂଟାରେ ୨ ହଜାର ୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୮୨୬ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୧୨୩ ଟି ଲୋକାଲ କଣ୍ଟାକଟ କେଶ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ରୁ ଜଣାପଡିଛି I ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ରେ ପହଂଚିଛି I
ତେବେ ଆଜି ର ରିପୋର୍ଟ ଅନୁସାରେ, କଟକ ଜିଲ୍ଲାରେ ସବୁଠାରୁ ଅଧିକ କେଶ ଚିହ୍ନଟ ହେଇଛି I ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାଇ, କଟକ ରେ ୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ଖୋର୍ଦ୍ଧା ରେ ୪୭୪, ଯାଜପୁର ରେ ୨୧୫, କୋରାପୁଟ ରେ ୧୮୧, ଗଂଜାମ ରେ ୧୭୯, ମୟୁରଭଞ୍ଜ ରେ ୧୫୬, ରାୟଗଡା ରେ ୧୪୩, ସମ୍ବଲପୁର ରେ ୧୦୪, ନୟାଗଡ ରେ ୯୩, ବାଲେଶ୍ୱର ରେ ୮୮, ପୁରୀ ରେ ୮୬, ସୁନ୍ଦରଗଡ ରେ ୮୧, ମାଲକାନଗିରି ରେ ୭୮, ଭଦ୍ରକ ରେ ୬୬, ବରଗଡ ରେ ୬୨, ବଲାଙ୍ଗୀର ୫୭, କେନ୍ଦ୍ରାପଡ଼ା ରେ ୫୬, ଜଗତସିଂହପୁର ରେ ୫୧, କନ୍ଧମାଳ ରେ ୩୪, କଳାହାଣ୍ଡି ଓ କେନ୍ଦୁଝର ରେ ୩୦ ଜଣ ଲେଖାଁଏ, ନବରଙ୍ଗପୁର ଓ ସୋନପୁର ରେ ୨୬ ଜଣ ଲେଖାଁଏ , ଝାରସୁଗୁଡା ରେ ୨୦ ଜଣ, ଢେଙ୍କାନାଳ ରେ ୧୩ ଜଣ, ବୌଦ ଓ ଗଜପତି ରେ ୩ ଜଣ ଲେଖାଁଏ, ଦେଓଗଡ ଓ ନୂଆପଡା ରେ ୨ ଜଣ ଲେଖାଁଏ ଏବଂ ଅନୁଗୁଳ ରେ ଜଣେ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ୫୪ ହଜାର ୪୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I
୨୪ ଘଂଟାରେ ୧୦ ଜଣ କରୋନା ରୋଗୀଙ୍କ ର ମୃତ୍ୟୁ ହେଇଛି I
ଏବେ ୨୬ ହଜାର ୬୦୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I