ଓଡ଼ିଶାରେ୨୪ ଘଂଟାରେ ୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୬ ମୃତ

ଭୁବନେଶ୍ୱର: ଜୁଲାଇ ୨୧: ୨୪ ଘଂଟାରେ, ଓଡ଼ିଶାରେ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୩୧ ଟି Quarantine Case ଏବଂ ୨୧୬ ଟି Local Contact Case I ନୂଆ ଚିହ୍ନଟ ହେଇଥିବା ଏହି ୬୪୭ ଟି କେଶକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପହଂଚିଛି I ଗଂଜାମ ରେ ସର୍ବାଧିକ ୨୨୫ ଟି କେଶ ଚିହ୍ନଟ ହେଇଥିବା ବେଳେ, କଟକ ରେ ୮୪, […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୧: ୨୪ ଘଂଟାରେ, ଓଡ଼ିଶାରେ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୩୧ ଟି Quarantine Case ଏବଂ ୨୧୬ ଟି Local Contact Case I
ନୂଆ ଚିହ୍ନଟ ହେଇଥିବା ଏହି ୬୪୭ ଟି କେଶକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପହଂଚିଛି I
ଗଂଜାମ ରେ ସର୍ବାଧିକ ୨୨୫ ଟି କେଶ ଚିହ୍ନଟ ହେଇଥିବା ବେଳେ, କଟକ ରେ ୮୪, ଖୋର୍ଦ୍ଧା ରେ ୬୮, ରାୟଗଡା ରେ ୪୭, ବାଲେଶ୍ୱର ରେ ୪୦, ଅନୁଗୁଳ ରେ ୩୭, କୋରାପୁଟ ରେ ୨୮, ସୁନ୍ଦରଗଡ ରେ ୨୨, କେନ୍ଦ୍ରାପଡ଼ା ରେ ୧୩, ଭଦ୍ରକ ରେ ୧୨, ଢେଙ୍କାନାଳ ରେ 10, ମାଲକାନଗିରି ରେ ୧୦, ସମ୍ବଲପୁର ରେ ୧୦, କେନ୍ଦୁଝର ରେ ୮, ଜଗତସିଂହପୁର ରେ ୭, ବଲାଙ୍ଗୀର ରେ ୫, କନ୍ଧମାଳ ରେ ୫, ନୟାଗଡ ରେ ୪, ବରଗଡ ରେ ୪, ମୟୁରଭଞ୍ଜ ରେ ୩, ନବରଙ୍ଗପୁର ରେ ୨, ଯାଜପୁର ରେ ୨ ଏବଂ ସୋନପୁର ରେ ଗୋଟିଏ କେଶ ଚିହ୍ନଟ ହେଇଛି I
୨୪ ଘଂଟାରେ କରୋନା ରେ ୬ ଜଣଙ୍କର ମୃତ୍ୟୁ ହେଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ଏହାକୁ ମିଶାଇ, ରାଜ୍ୟରେ କରୋନାରେ ୧୦୩ ଜଣଙ୍କର ମୃତ୍ୟୁ ହେଇଛି I
ସେହିପରି, ଆଉ ଦୁଇଜଣ କରୋନା ରୋଗୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ସେମାନଙ୍କର ମୃତ୍ୟୁ କୋଭିଡ ନୁହେଁ ବରଂ ଅନ୍ୟ କାରଣରୁ ହେଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ର ୱେବ ସାଇଟ ରେ ଦର୍ଶାଯାଇଛି I