ଏସଏଚଜି ଗ୍ରୁପ ଟଙ୍କା ଠକେଇ ଅଭିଯୋଗ ରେ ୩ ଗିରଫ

ଏସଏଚଜି ଗ୍ରୁପ ଟଙ୍କା ଠକେଇ ଅଭିଯୋଗ ରେ ୩ ଗିରଫ
Samaya Live News Picture
Published On

ଗଜପତି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ୩  ଗିରଫ । ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ଭିକ୍ଟୋରୀ କଲୋନୀର କାଳୀ ପ୍ରସାଦ ପଣ୍ଡିତ (୫୪), ରାଜଦାଣ୍ଡ ସାହିର ଅଶୋକ କୁମାର ମହାରଣା (୩୭) ଏବଂ ବକ୍ସି ସାହିର ସପନ କୁମାର ପାଣିଗ୍ରାହୀ (୫୭)। ଗିରଫ କରି ନସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ମାମଲାରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଜଣାପଡିଛି । 

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଠାରୁ ଗୋଷ୍ଠୀ ସଞ୍ଚୟ, ଋଣ କିସ୍ତି ଏବଂ ଅନ୍ୟାନ୍ୟ ଜମା ବାବଦରେ ଟଙ୍କା ସଂଗ୍ରହ କରି ତାହାକୁ ଜାଲିଆତି ମାଧ୍ୟମରେ ଆତ୍ମସାତ୍‌ କରୁଥିଲେ ଏହି ୩ ଅଭିଯୁକ୍ତ । ପୂର୍ବରୁ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସିଦ୍ଧା କୁମାର ଓରଫ ସିଦ୍ଧା ଆରାଧ୍ୟ ଓରଫ ଲକି (୩୦)ଙ୍କୁ ଗିରଫ କରାଯାଇ ଅଗଷ୍ଟ ୩୦ ତାରିଖରେ ପାରଳାଖେମୁଣ୍ଡି SDJM ଅଦାଲତକୁ ପଠାଯାଇଥିଲା । ଶୁକ୍ରବାର ଗିରଫ ହୋଇଥିବା ୩ ଜଣଙ୍କୁ ମଧ୍ୟ ଅଦାଲତକୁ ପଠାଯାଇଛି । ତେବେ ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଏସ୍. ସ୍ୱାତୀ ବର୍ତ୍ତମାନ ଫେରାର ଅଛନ୍ତି ।

Tags: