ଋଣ ଛାଡ଼ କରିବେ ମା' ମଝି ଘରିଆଣି, ହୁଣ୍ଡୀରୁ ମିଳିଲା ଆବେଗ ଭରା ଚିଠି

ଋଣ ଛାଡ଼ କରିବେ ମା' ମଝି ଘରିଆଣି, ହୁଣ୍ଡୀରୁ ମିଳିଲା ଆବେଗ ଭରା ଚିଠି
Samaya Live News Picture
Published On

ରାୟଗଡା : ରାୟଗଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣି। ରାତି ଅଧରେ ଡାକିଲେ ଓ' କରିଥାନ୍ତି । ମା'ଙ୍କ ଉପରେ ରହିଛି ଲୋକଙ୍କ ଅତୁଟ ଭରସା । ୨ ମାସ ପରେ ଗତକାଲି ପୁଣି ମା'ଙ୍କର ହୁଣ୍ଡି ଗଣତି ହୋଇଥିଲା । ବିଭିନ୍ନ ଅନୁଷ୍ଠାନରୁ ପାଖାପାଖି ୧୦୦ଜଣ ମହିଳା ସ୍ଵେଚ୍ଛାସେବୀ ହୁଣ୍ଡି ଗଣତିରେ ଭାଗ ନେଇଥିଲେ । ତେବେ ଗଣତି ସମୟରେ ହୁଣ୍ଡୀରୁ ମିଳିଛି ଜଣେ ଶ୍ରଦ୍ଧାଳୁଙ୍କ ଏକ ଆବେଗଭରା ଚିଠି । ସଂସାର ଜଞ୍ଜାଳରେ ଅତିଷ୍ଠ ହୋଇ ନିଜ ଦୁଃଖକୁ ମା'ଙ୍କୁ ଜଣାଇଛନ୍ତି ଜଣେ ଶ୍ରଦ୍ଧାଳୁ । ମା'ଙ୍କ ପ୍ରତି ଅଗାଢ଼ ବିଶ୍ବାସ ରଖି କୋରାପୁଟ ଜିଲ୍ଲାର ସୁନୀଲ ଖରା ନାମକ ଶ୍ରଦ୍ଧାଳୁ ଏହି ଚିଠି ଲେଖୁଛନ୍ତି । ଚିଠିଟି ପଢ଼ିବା ପରେ ସେଠାରେ ଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇପଡ଼ିଛନ୍ତି ।

ମା'ଙ୍କ ପ୍ରତି ଅଗାଢ଼ ବିଶ୍ବାସ ସୁନୀଲ ଚିଠିରେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର କଥା ଉଲ୍ଲେଖ କରିବା ସହ ଋଣ ବୋଝରୁ ମୁକ୍ତି ପାଇଁ ଗୁ ହାରି କରିଛନ୍ତି । ସେ ୨୩ ଜଣଙ୍କ ପାଖରୁ ଋଣ ନେଇଥିବା ଚିଠିରେ ଲେଖିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଋଣ ପରିଶୋଧ କରି ନପାରି ସେ ଓ ତାଙ୍କ ପରିବାର ଭୀଷଣ ମାନସିକ ଚାପରେ ରହିଛନ୍ତି । ଋଣ ପରିଶୋଧ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଚିଠିରୁ ଜଣାପଡ଼ିଛି। ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା’ ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖିଛନ୍ତି ଏହି ଭକ୍ତ। ଏହି କଷ୍ଟରୁ ତାଙ୍କୁ ଉଦ୍ଧାର କରି ଋଣମୁକ୍ତ କରିବା ଲାଗି ନିଜକୁ ମା’ଙ୍କ ଚରଣରେ ସମର୍ପି ଦେଇଥିବା ଜଣାଇଛନ୍ତି । ଯେଉଁ ୨୩ ଜଣଙ୍କଠାରୁ ଋଣ ନେଇଛନ୍ତି, ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ମା'ଙ୍କର ଏହି ହୁଣ୍ଡି ଗଣତି ୮ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୫୪ ଲକ୍ଷ ୧୫ହଜାର ୯୦୨, ୧୭୬୪ ଗ୍ରାମ ରୂପା ଓ ୬୪ ଗ୍ରାମ ସୁନା ବାହାରିବା ସହ ୧୧ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଛି । ମୋଟ ସଂଗ୍ରହ ଅର୍ଥ ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିଅନ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି ।

 

Tags: