ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

୨୧ଟି ଜନଜାତୀୟ ଭାଷାରେ ପାଠ ପଢିବେ ପିଲା

ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନଓ୍ୱାଡି ପିଲା । ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନିଆ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ମୟୁରଭଞ୍ଜ ଓ ମାଲକାନଗିରିକୁ ଦୁଇ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି । ସ୍କୁଲ ଶିକ୍ଷକ, SHG, ଅଙ୍ଗନବାଡି ଙ୍କ ସହାୟତା ରେ କଡା କଡ଼ି ହେବ ବାଲ୍ୟ ବିବାହ । 

ସମ୍ବନ୍ଧିତ ଖବର ମାର୍ଚ୍ଚ ୫ ରେ ବିକ୍ରମ ପଣ୍ଡାଙ୍କ ଜାମିନ ଶୁଣାଣି

ସେହିପରି କିଶୋରୀମାନଙ୍କର ଗର୍ଭ ଧାରଣ ରୋକିବା ପାଇଁ ସଚେତନତା ପଦକ୍ଷେପ ନିଆଯାଇଛି । ବରପାଲି ବରଗଡ଼ ଜିଲ୍ଲାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଓ ବୌଦ୍ଧ, କନ୍ଧମାଳରେ ଷ୍ଟାପ କ୍ୱାଟର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । NEP ୨୦ ଆଧାରରେ ଅଙ୍ଗନଓ୍ୱାଡି କେନ୍ଦ୍ରରେ ନିଜସ୍ୱ ଭାଷାରେ ପଢ଼ାଇବା ଆରମ୍ଭ ହୋଇଛି । ଯେଉଁ ଜନ ଜାତି ଭାଷା ଅଙ୍ଗନଓ୍ୱାଡିରେ ପଢା ଯାଉନଥିଲା ତାହା ଆରମ୍ଭ ହୋଇଛି । 

ସମ୍ବନ୍ଧିତ ଖବର କଲକତାରେ ଭୂ-କମ୍ପ ଝଟକା,ରିକ୍ଟର ସ୍କେଲରେ ୫.୦ ତ୍ରୀବ୍ରତା ରେକର୍ଡ

 

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

 

 

Tags: