ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

୨୧ଟି ଜନଜାତୀୟ ଭାଷାରେ ପାଠ ପଢିବେ ପିଲା

ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନଓ୍ୱାଡି ପିଲା । ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନିଆ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ମୟୁରଭଞ୍ଜ ଓ ମାଲକାନଗିରିକୁ ଦୁଇ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି । ସ୍କୁଲ ଶିକ୍ଷକ, SHG, ଅଙ୍ଗନବାଡି ଙ୍କ ସହାୟତା ରେ କଡା କଡ଼ି ହେବ ବାଲ୍ୟ ବିବାହ । 

ସେହିପରି କିଶୋରୀମାନଙ୍କର ଗର୍ଭ ଧାରଣ ରୋକିବା ପାଇଁ ସଚେତନତା ପଦକ୍ଷେପ ନିଆଯାଇଛି । ବରପାଲି ବରଗଡ଼ ଜିଲ୍ଲାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଓ ବୌଦ୍ଧ, କନ୍ଧମାଳରେ ଷ୍ଟାପ କ୍ୱାଟର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । NEP ୨୦ ଆଧାରରେ ଅଙ୍ଗନଓ୍ୱାଡି କେନ୍ଦ୍ରରେ ନିଜସ୍ୱ ଭାଷାରେ ପଢ଼ାଇବା ଆରମ୍ଭ ହୋଇଛି । ଯେଉଁ ଜନ ଜାତି ଭାଷା ଅଙ୍ଗନଓ୍ୱାଡିରେ ପଢା ଯାଉନଥିଲା ତାହା ଆରମ୍ଭ ହୋଇଛି । 

 

 

 

Tags: