ଆଜି ରାଜ୍ୟରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଉପରେ
ଭୁବନେଶ୍ୱର:ଜୁଲାଇ ୨୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କାଲି ସାମାନ୍ୟ ହ୍ରାସ ପାଇଥିବାବେଳ ଆଜି ପୁଣି ଦୁଇହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୮୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧ ହଜାର ୧୯୮ ଜଣ କ୍ୱାରେଣ୍ଟିନ୍ରୁ ଚିହ୍ନଟ ଥିବାବେଳେ ସ୍ଥାନୀୟ ସଂକ୍ରମଣ ୮୮୭ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୨ ହଜାର ୨୪୮ ଜଣ ସୁସ୍ଥ ହୋଇଛନ୍ତି । ୨୪ […]
ଭୁବନେଶ୍ୱର:ଜୁଲାଇ ୨୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କାଲି ସାମାନ୍ୟ ହ୍ରାସ ପାଇଥିବାବେଳ ଆଜି ପୁଣି ଦୁଇହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୮୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧ ହଜାର ୧୯୮ ଜଣ କ୍ୱାରେଣ୍ଟିନ୍ରୁ ଚିହ୍ନଟ ଥିବାବେଳେ ସ୍ଥାନୀୟ ସଂକ୍ରମଣ ୮୮୭ ରହିଛନ୍ତି ।
ସେହିପରି ଆଜି ରାଜ୍ୟରେ ୨ ହଜାର ୨୪୮ ଜଣ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୫୬ ଜଣ ରୋଗୀଙ୍କ ମୃତୁ୍ୟ ହୋଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୬୮ ରହିଛି ।
ତେବେ ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୭୩, ବାଲେଶ୍ୱରରୁ ୧୧୩, ବରଗଡ଼ରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗିରରୁ ୭, ବୌଦ୍ଧରେ ୩, କଟକରୁ ୨୧୦, ଦେଓଗଡ଼ରୁ ୪, ଢ଼େଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତସିଂହପୁରୁ ୧୦୮, ଯାଜପୁରରୁ ୧୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୫୨୮, କୋରାପୁଟରୁ ୧୬, ମାଲକାନଗିରିରୁ ୧୯ , ମୟୁରଭଞ୍ଜରୁ ୮୪, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୫, ପୁରୀରୁ ୧୦୬, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୩୬, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୨୫ ଏବଂ ଷ୍ଟେଟ୍ ପୁଲ୍ ଅନୁସାରେ ୧୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।




