ଆଜିଠାରୁ ଖଣ୍ଡଗିରି ଯାତ୍ରା,ଅମାନିଆ ହେଲେ ବୁଲିବ ଠେଙ୍ଗା - ବାବୁ ସିଂ

ଆଜିଠାରୁ ଖଣ୍ଡଗିରି ଯାତ୍ରା,ଅମାନିଆ ହେଲେ ବୁଲିବ ଠେଙ୍ଗା - ବାବୁ ସିଂ

ଭୁବନେଶ୍ୱର : ମାଘ ସପ୍ତମୀରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା । ଆଜି ଠାରୁ ଆରମ୍ଭ ହେବ ଯାତ୍ରା ପରିବେଷଣ । ଯାତ୍ରା ମହାକୁମ୍ଭରେ ଦୁଲୁକିବ ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ୪ ଯାତ୍ରା ପେଣ୍ଡାଲରେ ୪ ପାର୍ଟି ମଞ୍ଚସ୍ଥ କରିବେ ସୁପର ହିଟ୍ ନାଟକ । ଯାତ୍ରା କଳାକାରଙ୍କ ସଂଳାପରେ ବାଜିବ ତାଳି । ତେବେ ଚଳିତ ବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି । ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଯେଉଁମାନେ ଅମାନିଆ ହେବେ ସେମାନଙ୍କ ଉପରେ ସରକାରୀ ଠେଙ୍ଗା ବାଜିବା ନେଇ ପୁଣି ଥରେ ଚେତାଇ ଦେଇଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ । 

ସମ୍ବନ୍ଧିତ ଖବର ପୁରୀ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଏବଂ ମାର୍କେଟ କମ୍ପଲେକ୍ସକୁ ଗୁଳି ମାଡ଼ ଧମକ

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କଟକଣା ନେଇ ସମସ୍ତ ଯାତ୍ରା କମିଟି ସହିତ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶ୍ରୟ ନ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି ଗତବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତା ବନ୍ଦ ହୋଇଥିଲା । ଏଥର ବି ବନ୍ଦ ରହିବ । ଯଦି ଯେଉଁମାନେ ଅମାନିଆ ହେବେ ସେମାନଙ୍କ ଉପରେ ସରକାରୀ ଠେଙ୍ଗା ବାଜିବ । 

ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

ସୂଚନାନୁସାରେ,ଜାନୁଆରୀ ୨୭ରୁ ଫେବ୍ରୁଆର ୭ ତାରିଖ ଯାଏ ଖଣ୍ଡଗିରିରେ ଯାତ୍ରା ଚାଲିବ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ‘ଅଶାକ ସମ୍ରାଟ’, ‘କୋଣାର୍କ ଗଣନାଟ୍ୟ’, ‘ସିଂହବାହିନୀ’, 'ଧଉଳି ଗଣନାଟ୍ୟ', ‘ସ୍ୱର୍ଣ୍ଣ ମହଲ’ ‘ଅପେରା ଶ୍ରୀମନ୍ଦିର’ ଓ ‘ଇନ୍ଦ୍ରଭୁବନ’ ଭଳି ପ୍ରଖ୍ୟାତ ଅପେରା ପାର୍ଟି ପକ୍ଷରୁ ନାଟକ ପରିବେଷଣ ହେବ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଖଣ୍ଡଗିରି ଯାତ୍ରା ଦେଖିବାକୁ ଯାତ୍ରାପ୍ରେମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି । 

ସମ୍ବନ୍ଧିତ ଖବର ମାଟି ତଳୁ ହାତୀର ମୃତଦେହ ଉଦ୍ଧାର

Tags: