ଅନଲକ-୧; କଡାକଡି ହେଲା କଟକଣା ୩୦ ଜୁନ୍ ଯାଏଁ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ
ଭୁବନେଶ୍ୱର : ଜୁନ ୦୧:ଓଡିଶାରେ ପୂର୍ବଭଳି ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତର ରହିବ । କେନ୍ଦ୍ର ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ଏହାକୁ କୋହଳ କରାଯାଇନାହିଁ । ଏହି ସମୟ ମଧ୍ୟରେ କୌଣସି ଲୋକ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି ନ କରିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି । ଅନଲକ -୧ରେ କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନେତିକ ସମାବେଶ […]
ଭୁବନେଶ୍ୱର : ଜୁନ ୦୧:ଓଡିଶାରେ ପୂର୍ବଭଳି ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତର ରହିବ । କେନ୍ଦ୍ର ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ଏହାକୁ କୋହଳ କରାଯାଇନାହିଁ । ଏହି ସମୟ ମଧ୍ୟରେ କୌଣସି ଲୋକ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି ନ କରିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି । ଅନଲକ -୧ରେ କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନେତିକ ସମାବେଶ କରାଯାଇ ପାରିବ ନାହିଁ । ସେହିଭଳି ଜୁନ୍ ୩୦ ଯାଏଁ ଉପାସନାସ୍ଥଳୀକୁ ଯିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁମତି ମିଳିବ ନାହିଁ । ଏହି ସମୟ ମଧ୍ୟରେ କେଣସି ଧାର୍ମିକ ଓ ରାଜନୈତିକ କିମ୍ବା ଅନ୍ୟ କୌଣସି ସମାରୋହ ମଧ୍ୟ ଆୟୋଜନ ମଧ୍ୟ ହୋଇପାରିବ ନାହିଁ । ମାସ୍କ ନିୟମକୁ ମଧ୍ୟ କଡାକଡି କରିଛନ୍ତି ରାଜ୍ୟ ସରକାର । ଏହା ନ ପିନ୍ଧିଲେ ଓ ସାମାଜିକ ଦୁରତ୍ୱ ନ ମାନିଲେ ଜୋରିମାନା ଓ ଜେଲ୍ ମଧ୍ୟ ଦଣ୍ଡ ମଧ୍ୟ ଦିଆଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଏଭଳି ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନି ଦିଆଯାଇଛି । ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ । ହୋଟେଲ ଗୁଡ଼ିକ ନିଜ ସାମର୍ଥ୍ୟର ୩୦ ପ୍ରତିଶତ ନେଇ ଖୋଲି ପାରିବେ । କେବଳ ହୋଟେଲ୍ରେ ରହୁଥିବା ଅତିଥିଙ୍କ ପାଇଁ ରେସ୍ତୋରାଁ ଖୋଲା ରହିବ । ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନିଜସ୍ୱ ମାର୍ଗଦର୍ଶିକା ଘୋଷଣା କରିଛନ୍ତି ।




