ଆଜିଠୁ "ଶିଶିର ସରସ -୨୦୨୬' ମେଳା

ଆଜିଠୁ

ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ଜମିବ "ଶିଶିର ସରସ-୨୦୨୬' ମେଳା । ୧୮ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ମେଳା ।  ଏହି ମେଳାରେ ୩୪୦ଟି ବିକ୍ରୟ ଷ୍ଟଲ୍ ସହ ଦେଶର ୨୦ଟି ରାଜ୍ୟର କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରିବେ । ବିବିଧ ହସ୍ତଶିଳ୍ପ, ସାଂସ୍କୃତିକ ସନ୍ଧ୍ୟା ଓ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ସହ ଏହି ମେଗା ମେଳା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଏହି ମେଳା ଲୋକଙ୍କୁ କିଭଳି ଆକର୍ଷଣ କରିବ ସେଥିପାଇଁ ହାଉସିଂ ବୋର୍ଡରୁ ରାମ ମନ୍ଦିର ଛକର ରାସ୍ତା ସଜେଇ ହୋଇଛି । ରାସ୍ତା ଉପର କରାଯାଉଛି ରଙ୍ଗବେରଙ୍ଗ । ଦୁଇ ପଟରେ ଥିବା ଗଛରେ ଲଗାଯାଉଛି ରଙ୍ଗବେରଙ୍ଗର ଲାଇଟ୍ ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମେଳା ପରିସରରେ ଷ୍ଟଲ୍ ସ୍ଥାପନ, ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ୱଚ୍ଛତା, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା ସହ ପରିଦର୍ଶକମାନଙ୍କ ସୁବିଧା ସମ୍ପର୍କିତ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ । ମେଳାକୁ ସୁସଂଗଠିତ, ପରିଷ୍କାର ଓ ପ୍ଲାଷ୍ଟିକମୁକ୍ତ ଭାବେ ଆୟୋଜନ କରାଯିବା ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ । ମନ୍ତ୍ରୀ ଅବଶିଷ୍ଟ କାମକୁ ତୁରନ୍ତ ସାରିବାକୁ ମନ୍ତ୍ରୀ ଉପଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର ମହୋଦଧିରେ ବୁଡ଼ ପକେଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ

 

ସମ୍ବନ୍ଧିତ ଖବର ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

Tags: