ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ । ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି । ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ । କାଶ୍ମିରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଉତ୍ସବକୁ ହିନ୍ଦୁମାନେ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ସ୍ଥାନ ଭେଦରେ ଏହାକୁ ଦିୱାଲି କୁହାଯାଏ । ଦୀପ ଆବଳି ଅର୍ଥାତ ଦୀପାବଳିକୁ ଆମ ଓଡ଼ିଶାର ଗାଁ ଗଣ୍ଡାରେ କହନ୍ତି ପିମ୍ପେଇ […]

Samaya Live Picture
Published On

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ । ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି । ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ । କାଶ୍ମିରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଉତ୍ସବକୁ ହିନ୍ଦୁମାନେ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ସ୍ଥାନ ଭେଦରେ ଏହାକୁ ଦିୱାଲି କୁହାଯାଏ । ଦୀପ ଆବଳି ଅର୍ଥାତ ଦୀପାବଳିକୁ ଆମ ଓଡ଼ିଶାର ଗାଁ ଗଣ୍ଡାରେ କହନ୍ତି ପିମ୍ପେଇ ଅମାବାସ୍ୟା । ଏହା ଭଲ ଉପରେ ମନ୍ଦର ଓ ପଶୁବଳ ଉପରେ ଆତ୍ମବଳର ବିଜୟ ପର୍ବ, ଆଲୋକର ଉତ୍ସବ ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ପରିଚିତ ।

ଭାରତୀୟ ପରମ୍ପରାରେ ଦୀପାବଳି

ଏଣୁ ଏହି ପରିପ୍ରେକ୍ଷୀରେ ଉକ୍ତଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ । ପିତୃଲୋକଙ୍କର ସନ୍ତୋଷ ତଥା ନିଜର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଦୀପଦାନ କରି ମଧ୍ୟ ଗାଇଥାନ୍ତି । ବାସ୍ତବରେ ଏହା ଗୋଟିଏ ଦିନର ପର୍ବ ନୁହେଁ ବରଂ ଏହା ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପର୍ବ । ଅର୍ଥାତ କାର୍ତ୍ତିକ ମାସ ଧର୍ମ ମାସ ତ୍ରୟୋଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶକ୍ଳ ଦ୍ୱିତୀୟା ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ପ୍ରଥମ ଦିବସ ଧନ୍ୱନ୍ତରୀ ଜୟନ୍ତୀ ଓ ଦ୍ୱିତୀୟ ନରକ ଚତୁର୍ଦଶୀ, ତୃତୀୟ ଦୀପାବଳି ଓ ପବିତ୍ର ଲକ୍ଷ୍ମୀପୂଜା, ଚତୁର୍ଥ ଦିବସ ଗୋବର୍ନ୍ଧନ ପୂଜା ଓ ଚିତ୍ରଗୁପ୍ତ ପୂଜା, ପଞ୍ଚମ ଦିବସ ଜମ ଦ୍ୱିତୀୟା/ଭାତୃଦ୍ୱିତୀୟା ଓ ଚିତ୍ରକୂଟ ପୂଜା କରାଯାଏ । ଏହି ପର୍ବ ପାଳନର ମୂଳରେ ଅନେକ ପୌରାଣିକ କାହାଣୀ ବିଦ୍ୟମାନ ।

ଭାରତୀୟ ପରମ୍ପରାରେ ଦୀପାବଳି

ଦୀପାବଳି ଉତ୍ସବ ସହ ସହ ରାବଣ ମାରି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ସୁଖଦ ସ୍ମୃତି ଜଡ଼ିତ । ଏହାକୁ ବିଜୟା ଦାମୀ କହନ୍ତି । ଏହା ରଘୁକୂଳ ତିଳକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ଓ ଭବ୍ୟା ସମ୍ବର୍ନ୍ଧନା ଦିବସ । ପୁରାଣରେ ବର୍ଣ୍ଣିତ ଭୀତତ୍ରସ୍ତ ଶରଣାପନ୍ନ ଦେବଗଣଙ୍କ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ମହାପ୍ରତାପୀ ଜରକାସୁରକୁ ବିନାଶ କରି ପୃଥ୍ୱୀ ଭାର ଉଶ୍ୱାସ କରିଥିଲେ । ନରକଦ୍ୱାରା ବନ୍ଦିନୀ ଷୋଳ ସହସ୍ର ସୁନ୍ଦରୀ କନନ୍ଥାଙ୍କୁ ମୁକ୍ତିଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ । ଏହା ନରକୋତ୍ସବ ନାମରେ ପରିଚିତ । ଲୋକେ ଖତଗଦାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆଲୋକରେ ତାହା ଓ ତାର ପୁତ୍ର ଭଗଦନ୍ନଙ୍କର ସିଂହାସନ ଆରୋହଣକୁ ଅତି ଆନନ୍ଦରେ ଅଭିନନ୍ଦନ ଜଣାଇଥିଲେ । ଲକ୍ଷ୍ମୀପୂଜା ଦୀପାବଳିର ଅନ୍ୟତମ ଆକର୍ଷଣ । ପୌରାଣିକ ଆଖ୍ୟାନ ଅନୁସାରେ ସୌଭାଗ୍ୟର ଦେବୀ ଲକ୍ଷ୍ମୀ ଅସୁର ରାଜା ବଳୀଙ୍କଦ୍ୱାରା ପାତାଳରେ ବନ୍ଦିନୀ ଥିଲେ । ଏହି ଦିନ ସେ ଭଗବାନ ବାମନଙ୍କଦ୍ୱାରା ଅନ୍ୟ ବନ୍ଦି ଦେବତାଙ୍କ ସହ ମୁକ୍ତ ହୋଇଥିଲେ । ଏହା ଲକ୍ଷ୍ମୀଙ୍କ ମୁକ୍ତି ଦିବସ ରୂପେ ପରିଚିତ । କରାଳବନ୍ଦିନୀ କାଳୀପୂଜା ମଧ୍ୟ ଦୀପାବଳି ପୂଜା ସହ ସମ୍ପୃକ୍ତ । ଗୋବର୍ନ୍ଧନଧାରୀ ଶ୍ରୀକୃଷ୍ଣ କଦବ ଦେବ ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ରକ୍ଷା କରିଥିଲେ । ଉତ୍ତର ଭାରତରେ ମହାସମାରୋହରେ ଦୀପାବଳି ପାଳିତ ହୁଏ । ମହାରାଷ୍ଟ୍ରରେ ଏହି ପର୍ବ ପାଞ୍ଚଦିନ ଧରି ପାଳନ ହେଉଥିଲାବେଳେ ଓଡ଼ିଶାର ମାତ୍ର ଗୋଟିଏ ଦିନ ପାଳିତ ହୁଏ । ଐତିହାସିକ ମତ ଅନୁସାରେ ଉଜ୍ଜୟିନୀ ରାଜା ବିକ୍ରମାଦିତନ୍ଥ ଏହି ଦିନ ସିଂହାସନ ଆରୋହଣ କରିଥିଲେ । ଆବୁଲ ଫାଜଲ ଆରମ ଆଇନ-ଇ-ଆକବରୀର ମହତ୍ତ୍ୱ ଓ ଗୌରବ ବର୍ଣ୍ଣନ କରିଛନ୍ତି । ପରିବ୍ରାଜକ ଆଲବେରୁଣି ମଧ୍ୟ ଦୀପାବଳି ସମ୍ବନ୍ଧରେ ସୁନ୍ଦର ଚିତ୍ର ପ୍ରଦର୍ଶନ କରିଛନ୍ତି । ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ।

ଭାରତୀୟ ପରମ୍ପରାରେ ଦୀପାବଳି

ହର୍ଷବର୍ଦ୍ଧନଙ୍କ ପ୍ରସିଦ୍ଧ ଜାଗାନନ୍ଦ ନାଟକରେ ଏହି ପର୍ବକୁ ଦୀପପ୍ରତିଦୁତ୍ସବ ବୋଲି ବର୍ଣ୍ଣନା ରହିଛି । ଏହି ଦିନରେ ମଧ୍ୟ ମହାବୀରଙ୍କ ମୋକ୍ଷ ହୋଇଥିବା କୁହାଯାଏ । ସ୍ୱାମୀ ଦୟାନନ୍ଦ ସରସ୍ୱତୀ ମଧ୍ୟ ଏହି ଦିନ ନିର୍ବାଣ ଲାଭ ପ୍ରାପ୍ତ ହୋଇଥିଲେ । ସ୍ୱାମୀ ରାମତୀର୍ଥ ଏହି ଦିନ ଜନ୍ମ ଓ ମୃତୁ୍ୟ ବରଣ କରିଥିଲେ । ଉକ୍ତ ଦିବସରେ ଧନ ଦେବତା କୁବେର ଓ ମୃତୁ୍ୟ ଦେବତା ଯମରାଜାଙ୍କ ପୂଜନ କରାଯାଏ । ଧର୍ମରାଜ ଯୁଧିଷ୍ଠିରଙ୍କ ରାଜସ୍ମ୍ୟ ଯଜ୍ଞ ଏହି ଦିନରେ ହିଁ ଆରମ୍ଭ ହୋଇଥିଲା । ଏଣୁ ଶୁଭ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଏ ।