ଆଚାରୀ ଆଲୁ ଟିକା
ସାମଗ୍ରୀ – ୨୦ଟି ଛୋଟ ଚୋପାଛଡା ସିଝା ଆଳୁ, ଅଢେଇ ଚାମଚ ଆଚାର, ଅଳ୍ପ ପରିମାଣ କସୁରୀ ମେଥୀ, ଏକ ଚାମଚ ସୋରିଷ ତେଲ, ଅଳ୍ପ ପରିମାଣ ବଟର, ଅଳ୍ପ ଦହି, ଦେଢ ଚାମଚ ଅଦା ରସୁଣ ପେଷ୍ଟ, ଦେଢ ଚାମଚ ବେସନ, ଲୁଣ, ଅଳ୍ପ ପରିମାଣ ଚାଟ ମସଲା, ଏକ ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ହଳଦୀ, ଗରମ ମସଲା । ପ୍ରଣାଳୀ – ଏକ ପାତ୍ରରେ ଦହି, ଅଦା ରସୁଣ ପେଷ୍ଟ, ଭଜା ବେସନ […]
ସାମଗ୍ରୀ – ୨୦ଟି ଛୋଟ ଚୋପାଛଡା ସିଝା ଆଳୁ, ଅଢେଇ ଚାମଚ ଆଚାର, ଅଳ୍ପ ପରିମାଣ କସୁରୀ ମେଥୀ, ଏକ ଚାମଚ ସୋରିଷ ତେଲ, ଅଳ୍ପ ପରିମାଣ ବଟର, ଅଳ୍ପ ଦହି, ଦେଢ ଚାମଚ ଅଦା ରସୁଣ ପେଷ୍ଟ, ଦେଢ ଚାମଚ ବେସନ, ଲୁଣ, ଅଳ୍ପ ପରିମାଣ ଚାଟ ମସଲା, ଏକ ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ହଳଦୀ, ଗରମ ମସଲା ।
ପ୍ରଣାଳୀ – ଏକ ପାତ୍ରରେ ଦହି, ଅଦା ରସୁଣ ପେଷ୍ଟ, ଭଜା ବେସନ ସହ ସମସ୍ତ ଗୁଣ୍ଡ ମସଲା, ଆଚାର, ସୋରିଷ ତେଲ ପକାଇ ଗୋଳାନ୍ତୁ । ଏହାକୁ ଭଲ କରି ଗୋଳାନ୍ତୁ । ଏଥିରେ ସିଝା ଆଳୁକୁ ପକାଇ ଗୋଳାନ୍ତୁ । ଏହାପରେ ଏହାକୁ ୧୫ରୁ ୨୦ ମିନିଟ୍ ଅଲଗା ରଖନ୍ତୁ । ଏହାପରେ ଏହାକୁ ବେକ୍ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆଚାରୀ ଆଲୁ ଟିକା । ଏହାକୁ ଟମାଟୋ ସସ୍ ସହିତ ପରଷନ୍ତୁ ।




