ବିଛା ମୁଦ୍ରା କରି ବିଶ୍ୱ ରେକର୍ଡ
ଭାରତରେ ଆରମ୍ଭ ହୋଇଥିବା ଯୋଗର ଖ୍ୟାତି ବର୍ତ୍ତମାନ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି । ଯୋଗ ନା କେବଳ ଶରୀର ବରଂ ମାନସିକ ମଜଭୂତ ଦେଇଥାଏ । ନିକଟରେ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜଣେ ଭାରତୀୟ ଯୁବକ ଏପରି କାରନାମା ଦେଖାଇଛନ୍ତି, ଯାହାକୁ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଯୋଗ ପ୍ରଶିକ୍ଷକ ଭାବେ କାମ କରୁଥିବା ୨୧ ବର୍ଷୀୟ ଏହି ଯୁବକ ତାଙ୍କ ଅନନ୍ୟ ପ୍ରତିଭା ଦ୍ୱାରା […]
ଭାରତରେ ଆରମ୍ଭ ହୋଇଥିବା ଯୋଗର ଖ୍ୟାତି ବର୍ତ୍ତମାନ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି । ଯୋଗ ନା କେବଳ ଶରୀର ବରଂ ମାନସିକ ମଜଭୂତ ଦେଇଥାଏ । ନିକଟରେ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜଣେ ଭାରତୀୟ ଯୁବକ ଏପରି କାରନାମା ଦେଖାଇଛନ୍ତି, ଯାହାକୁ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଯୋଗ ପ୍ରଶିକ୍ଷକ ଭାବେ କାମ କରୁଥିବା ୨୧ ବର୍ଷୀୟ ଏହି ଯୁବକ ତାଙ୍କ ଅନନ୍ୟ ପ୍ରତିଭା ଦ୍ୱାରା ଗିନିଜ ୱାଲïର୍ ରେକର୍ଡରେ ନିଜ ନାମକୁ ସ୍ଥାନିତ କରିଛନ୍ତି ।
ଭାରତୀୟ ଯୋଗ ପ୍ରଶିକ୍ଷକଙ୍କ ନାମ ୟଶ୍ ମନସୁଖଭାଇ ମୋରାଡିଆ । ସେ ଦୁବାଇରେ ରହି ଲୋକଙ୍କୁ ଯୋଗ ଶିଖାଉଛନ୍ତି । ୟଶ୍ ୨୯ ମିନିଟ ୪ ସେକେଣ୍ଡ୍ ପର୍ଯ୍ୟନ୍ତ ବିଛା ମୁଦ୍ରା ଅର୍ଥାତ ବୃଷିକାସନ କରି ନୂଆ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଏହି କୀର୍ତ୍ତିମାନ ପାଇଁ ୟଶ୍ ୫ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମୁଦ୍ରାରେ ପୂର୍ବ ରେକର୍ଡ ମାତ୍ର ୪ ମିନିଟ ୪୭ ସେକେଣ୍ଡର ଥିଲା, ହେଲେ ୟଶ୍ ବଡ଼ ଅନ୍ତରରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ଗିନିଜ ୱାଲïର୍ ରେକର୍ଡ ୟଶ୍ଙ୍କ ବିଛା ମୁଦ୍ରାରେ ଯୋଗ କରୁଥିବା ଏକ ଭିଡିଓ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ମୁଦ୍ରାକୁ ବୃଷିକାସନରେ ନାମରେ ସମସ୍ତେ ଜାଣିଛନ୍ତି । ଏହା ଦେଖିବାକୁ ଯେତିକି ସହଜ ଲାଗୁଛି, କିନ୍ତୁ ବାସ୍ତବରେ ଏହା ବହୁତ କଠିନ ।




