ଭର୍ଚୁଆଲ ବିବାହ ଭୋଜି

ତାମିଲନାଡୁ: କରୋନା କାରଣରୁ ଭାରତୀୟ ବିବାହରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ବିବାହର ସ୍ଥାନଠାରୁ ଆରମ୍ଭ କରି ଯୋଗଦେଉଥିବା ଲୋକ ସଂଖ୍ୟା ସବୁ ଉପରେ କରୋନା କଟକଣା ପ୍ରଭାବ ପକାଉଛି । ତେବେ ଏହାରି ମଧ୍ୟରେ ବି ଲୋକ ନିଜର ବିବାହକୁ ନିଆରା କରିବାକୁ ଚେଷ୍ଟା ଚଲାଇଛନ୍ତି । ସେହିଭଳି ଜଣେ ଦମ୍ପତ୍ତି ହେଲେ ତାମିଲନାଡୁର, ଯିଏ ଏକ ସ୍ୱତନ୍ତ୍ର ଧରଣରେ ବିବାହ କରିବାକୁ ଯାଉଛନ୍ତି । ଏହି ଦମ୍ପତ୍ତି ନିଜ ବିବାହର ଭୋଜିକୁ ଅନ୍‌ଲାଇନ୍‌ରେ ଲୋକଙ୍କୁ […]

Samaya Live Picture
Published On

ତାମିଲନାଡୁ: କରୋନା କାରଣରୁ ଭାରତୀୟ ବିବାହରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ବିବାହର ସ୍ଥାନଠାରୁ ଆରମ୍ଭ କରି ଯୋଗଦେଉଥିବା ଲୋକ ସଂଖ୍ୟା ସବୁ ଉପରେ କରୋନା କଟକଣା ପ୍ରଭାବ ପକାଉଛି । ତେବେ ଏହାରି ମଧ୍ୟରେ ବି ଲୋକ ନିଜର ବିବାହକୁ ନିଆରା କରିବାକୁ ଚେଷ୍ଟା ଚଲାଇଛନ୍ତି ।

ସେହିଭଳି ଜଣେ ଦମ୍ପତ୍ତି ହେଲେ ତାମିଲନାଡୁର, ଯିଏ ଏକ ସ୍ୱତନ୍ତ୍ର ଧରଣରେ ବିବାହ କରିବାକୁ ଯାଉଛନ୍ତି । ଏହି ଦମ୍ପତ୍ତି ନିଜ ବିବାହର ଭୋଜିକୁ ଅନ୍‌ଲାଇନ୍‌ରେ ଲୋକଙ୍କୁ ଦେବେ । କଥାଟି ଟିକେ ଅଡୁଆ ଲାଗିଲେ ମଧ୍ୟ ସତ, ଏଭଳି ହୋଇପାରିବ । ବିଜ୍ଞାନକୁ ବ୍ୟବହାର କରି ଏଭଳି ନିଆରା ଜିନିଷ ମଧ୍ୟ ହୋଇପାରିବ । ସମସ୍ତେ ନିଜ ଘରେ ରହି ଗୋଟିଏ କ୍ଲିକ୍‌ରେ ଭୋଜି ସ୍ଥାନରେ ପହଞ୍ଚିବେ । ବରକନ୍ୟା ନିଜ ବନ୍ଧୁଙ୍କୁ ସ୍ୱାଗତ କରିବେ ହେଲେ ଭର୍ଚୁଆଲି ।

ଭର୍ଚୁଆଲ ବିବାହ ଭୋଜି
ସେମାନେ ନିଜର ଲ୍ୟାପଟପ୍‌ରେ ଲଗଇନ୍‌ କରିବେ ଯାହା ସେମାନଙ୍କର ଆର୍ଟିଫିସିଆଲ ଅବତାର ସମସ୍ତଙ୍କୁ ସ୍ୱାଗତ କରିବ । ଏଥିରେ ବନ୍ଧୁ ମାନେ ମଧ୍ୟ ଅଲଗା ଅଲଗା ସ୍ଥାନରୁ ସେହିଭଳି ଲଗଇନ୍‌ କରି ଏହି ଭର୍ଚୁଆଲ ଭୋଜିରେ ସାମିଲ ହେବେ । ଏହି ନିଆରା ଭୋଜିକୁ ‘ମୋଟାଭର୍ସ େୱଡିଂ ରିସେପସନ୍‌’ କହୁଛନ୍ତି । ଏହି ଉପାୟରେ ନିଜର ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଉଥିବାରୁ ଦମ୍ପତ୍ତି ବେଶ ଖୁସି ଅଛନ୍ତି । ଉଭୟଙ୍କର ଏହି ଭୋଜି ଫେବ୍ରୁଆରୀ ୬ରେ ହେବାକୁ ଯାଉଛି । ଦୁଇଜଣଙ୍କର ଏହି ନିଆରା ବିବାହ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।