ଧ୍ୱନିର ବେଗଠୁ ତୀବ୍ର ହେବ ବିମାନର ଗତି
ଆପଣମାନେ ବହୁ ସୁପରହିରୋ ମୁଭି ଦେଖିଥିବେ ଯେଉଁଠି ହିରୋ ଆଲୋକ ଓ ଶବ୍ଦର ଗତି ସହ ସମାନ ବେଗରେ ଦୌଡୁଥିବା ଓ ଉଡୁଥିବା ନଜର ଆସୁଥିବ । ଏହା ତ କାଳ୍ପନିକ କାହାଣୀ ଆଧାରିତ ଚରିତ୍ର କିନ୍ତୁ ବୈଜ୍ଞାନିକମାନେ ଏହାକୁ ସତ୍ୟ ପ୍ରମାଣିତ କରିବାକୁ ବହୁ ଦିନରୁ ଚିନ୍ତା କରି ଆସୁଛନ୍ତି । ଯଦି ସେମାନେ ଏପରି ବିମାନ ତିଆରି କରିବାକୁ ସମର୍ଥ ହେବେ ତେବେ ମାନବ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଏବେ ବୈଜ୍ଞାନିକମାନେ […]
ଆପଣମାନେ ବହୁ ସୁପରହିରୋ ମୁଭି ଦେଖିଥିବେ ଯେଉଁଠି ହିରୋ ଆଲୋକ ଓ ଶବ୍ଦର ଗତି ସହ ସମାନ ବେଗରେ ଦୌଡୁଥିବା ଓ ଉଡୁଥିବା ନଜର ଆସୁଥିବ । ଏହା ତ କାଳ୍ପନିକ କାହାଣୀ ଆଧାରିତ ଚରିତ୍ର କିନ୍ତୁ ବୈଜ୍ଞାନିକମାନେ ଏହାକୁ ସତ୍ୟ ପ୍ରମାଣିତ କରିବାକୁ ବହୁ ଦିନରୁ ଚିନ୍ତା କରି ଆସୁଛନ୍ତି ।
ଯଦି ସେମାନେ ଏପରି ବିମାନ ତିଆରି କରିବାକୁ ସମର୍ଥ ହେବେ ତେବେ ମାନବ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଏବେ ବୈଜ୍ଞାନିକମାନେ ଏହି ସୁପରସୋନିକ୍ ବିମାନ ଆବିଷ୍କାର କରିବାର ପାଖାପାଖି ପହଞ୍ଚିଗଲେଣି ।
ଡେଲି ଷ୍ଟାର େୱବସାଇଟ୍ ରିପୋର୍ଟ ଅନୁସାରେ ସ୍ପାନିଶ୍ ଡିଜାଇନର ଓସ୍କାର ଭିନାଲ୍ସ ଦାବୀ କରିଛନ୍ତି ଆଗାମୀ ସମୟରେ ଏପରି ବିମାନ ନିର୍ମାଣ କରାଯିବ ଯାହା ଲଣ୍ଡନରୁ ନ୍ୟୁୟର୍କ ସିଟି ପ୍ରାୟ ୫ହଜାର କିଲୋମିଟର ଦୂରତ୍ୱ ମାତ୍ର ୮୦ ମିନିଟ୍ରେ ଅତିକ୍ରମ କରିବ । ଏହି ହିସାବରେ ଯଦି ଅନୁମାନ ଲଗାଯିବ ତେବେ ଦିଲ୍ଲୀରୁ ଲଣ୍ଡନ ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୧୨୦ ମିନିଟ୍ ଅର୍ଥାତ୍ ୨ ଘଣ୍ଟା ସମୟ ଲାଗିବ ।
ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଏହି ବିମାନର ମଜା ଉଠାଇ ପାରିବେ ଯାହାର ବେଗ ଧ୍ୱନିର ବେଗ ତୁଳନାରେ ୩ ଗୁଣ ଅଧିକ ହେବ । ଏହି ବିମାନ ନିର୍ମାଣ କରାଯିବାର ଆଇଡିଆକୁ ହାଇପର ଷ୍ଟିଙ୍ଗ ନାମ ଦିଆଯାଇଛି । କୋଲï ଫ୍ୟୁଜନ ନ୍ୟୁକ୍ଲିୟର ରିଆକଫର ସହାୟତାରେ ଏହି ବିମାନ ଉଡାଣ ଭରିବ । ଏହି ବିମାନର ଲମ୍ବ ପ୍ରାୟ ୩୨୮ ଫୁଟ ରହିବ ଓ ଏହାର ଗୋଟିଏ ଡେଣାରୁ ଆଉ ଏକ ଡେଣା ପର୍ଯ୍ୟନ୍ତ ଚଉଡା ୧୬୯ ଫୁଟ ରହିବ । ଏହି ସୁପରସୋନିକ୍ ପ୍ଲେନ୍ ୨୦୩୦ ସୁଦ୍ଧା ନିର୍ମାଣ ହୋଇଯାଇଥିବ ବୋଲି ଓସ୍କାର ଦାବୀ କରିଛନ୍ତି ।




