ନାଜାଲ ଭାକସିନ iNCOVACC ମାତ୍ର ‘୨ ବୁନ୍ଦା’ କରୋନାରୁ କରିବ ରକ୍ଷା
ନୂଆଦିଲ୍ଲୀ : ଚୀନ ରେ ଦ୍ରୁତ ଗତିରେ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟ ବିଏଫ -୭ I ଏହା ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ନଥିଲେ ମଧ୍ୟ ସଂକ୍ରମଣ କୁ ରୋକିବା ପାଇଁ ସତର୍କ ହେଲାଣି ସ୍ୱାସ୍ଥ୍ୟ ବିଭାଗ I ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସମ୍ବଳ ରଖିବାକୁ ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ଅପିଲ କରିଛନ୍ତି ପ୍ରଧାନ ମନ୍ତ୍ରୀ । ଏହା ସହିତ ଯେଉଁମାନେ ଦୁଇଟି କରୋନା ଟିକା ନେଇ ସାରିଛନ୍ତି ସେମାନେ ତୁରନ୍ତ ବୁଷ୍ଟର ଡୋଜ୍ […]
ନୂଆଦିଲ୍ଲୀ : ଚୀନ ରେ ଦ୍ରୁତ ଗତିରେ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟ ବିଏଫ -୭ I ଏହା ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ନଥିଲେ ମଧ୍ୟ ସଂକ୍ରମଣ କୁ ରୋକିବା ପାଇଁ ସତର୍କ ହେଲାଣି ସ୍ୱାସ୍ଥ୍ୟ ବିଭାଗ I ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସମ୍ବଳ ରଖିବାକୁ ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ଅପିଲ କରିଛନ୍ତି ପ୍ରଧାନ ମନ୍ତ୍ରୀ । ଏହା ସହିତ ଯେଉଁମାନେ ଦୁଇଟି କରୋନା ଟିକା ନେଇ ସାରିଛନ୍ତି ସେମାନେ ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି କ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭIରତ ବାୟୋଟେକ୍ ର ଇଣ୍ଟ୍ରା ନାସାଲ୍ କୋଭିଡ୍ ଭ୍ୟାକ୍ସିନ୍- iNCOVACC କୁ ମିଳିସାରିଛି ଅନୁମତି। ଏବେ ଏହି ଭ୍ୟାକ୍ସିନ୍ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର।
NCOVACC ଏକ ବୁଷ୍ଟର ଡୋଜ ଭାବରେ କାର୍ଯ୍ୟ କରିବ I ଘରୋଇ ଟୀକାକରଣ କେନ୍ଦ୍ର ମାଧ୍ୟମରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ I ଯେଉଁମାନେ କୋଭିଡ ଟିକା ର ଉଭୟ ଡୋଜ ନେଇ ସାରିଥିବେ ସେହିମାନେ ନାଜାଲ ଭ୍ୟାକସିନ ନେଇ ପାରିବେ I
ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍ iNCOVACCକୁ ଅନୁମତି ମିଳିବା ପରେ ଏହାର ଦରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜିଏସ୍ଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର। ନାଜାଲ ଭ୍ୟାକସିନ୍କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ନିକଟରେ ଅନୁମତି ମିଳିବା ପରେ ଖୁବଶୀଘ୍ର ଦର ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଥିଲା।
ଆଜି ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।iNCOVACC ନାଜାଲ ଭ୍ୟାକସିନ୍ର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ଏହାକୁ ନେଇପାରିବେ । ଯେ କେହି କୋଭାକ୍ସିନ କିମ୍ବା କୋଭିସିଲଡ୍ ଟିକା ନେଇଛନ୍ତି ସେମାନେ ଇନ୍କୋଭାକ୍କୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରିବେ।
ତେବେ ସରକାରୀ ସ୍ତରରେ ଏହି ଭ୍ୟାକସିନର ଦାମ୍ ୩୨୫ ଟଙ୍କା ରହିଛି । କିନ୍ତୁ ଏବେ ଏହା କେବଳ ଘରୋଇ ହସପିଟାଲରେ ଉପଲବ୍ଧ ହେବ। ଏହି ଭ୍ୟାକସିନର ନାମ୍ BBV 154 ରହିଛି। ତେବେ ଭାରତ ବାୟୋଟେକ ପକ୍ଷରୁ ଏହାର ନାମ iNCOVACC ନାମ ରଖିଛି । ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଡ୍ରପ ପକାଇ ଭ୍ୟାକସିନର ବୁଷ୍ଟର ଡୋଜ ଭାବେ ନେଇପାରିବେ। ଭ୍ୟାକସିନର ୨-୨ ଡ୍ରପ ନାକ ପୁଡାରେ ପକାଯିବ। ଏହି ଭ୍ୟାକସିନ ନେବାର କୌଣସି ପ୍ରକାରର ଯନ୍ତ୍ରଣା ହେବ ନାହିଁ । ପ୍ରଥମେ ବେସରକାରୀ ହସ୍ପିଟାଲ ମାନଙ୍କରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେଉଛି । ନାଜଲ ଭ୍ୟାକ୍ସିନକୁ ଅତି ସହଜରେ ନାକରେ ପକାଇ କରୋନାରୁ ସୁରକ୍ଷା ପାଇହେବ।
INCOVACC ପାଇଁ ଅନଲାଇନ୍ ରେ ବୁକ୍ କରନ୍ତୁ
କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ପରି ଏହି ନାସାଲ୍ ଟିକା ପାଇବା ପାଇଁ ଘରେ ବସି ବୁକ୍ କରିବାକୁ ପଡିବ I CoWIN ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ୨୩ ଡିସେମ୍ବର ୨୦୨୨ ରୁ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି I ଆସନ୍ତୁ ଜାଣିବା ଏହି କୋଭିଡ ନାସାଲ ଟିକା ଅନଲାଇନରେ ବୁକିଂ କରିବାର ପ୍ରକ୍ରିୟା…
–ସର୍ବପ୍ରଥମେ https://www.cowin.gov.in/ କୁ ଯାଆନ୍ତୁ I
–ଲଗଇନ୍ କରିବାକୁ ମୋବାଇଲ୍ ନମ୍ବର ପଞ୍ଜିକରଣ କରନ୍ତୁ I
–ଯଦି ଆପଣ ପୂର୍ବରୁ ଏଠାରେ ପଞ୍ଜୀକୃତ ହୋଇଛନ୍ତି, OTP ବ୍ୟବହାର କରି ଲଗଇନ୍ କରନ୍ତୁ I
–CoWIN କୁ ଲଗ୍ଇନ୍ କରିବା ପରେ, ସ୍ୱେଡ୍ୟୁଲ ବାଛନ୍ତୁ I
— ଆପଣ ଦୁଇଟି ଉପାୟରେ ପିନକୋଡ଼ କିମ୍ବା ଆପଣ ରହୁଥିବା ଜିଲ୍ଲା ତଥା ସ୍ଥାନୀୟ ଅଂଚଳର ଟୀକାକରଣ କେନ୍ଦ୍ର ପାଇପାରିବେ I
–ଏହା ପରେ ଆପଣଙ୍କ ପସନ୍ଦ ଅନୁଯାୟୀ କେନ୍ଦ୍ର ବାଛନ୍ତୁ I
–ନାସାଲ୍ ଟିକା ବୁଷ୍ଟର୍ ଡୋଜ୍ ପାଇଁ ଆପଣ ତାରିଖ ଏବଂ ସମୟ ଚୟନ କରନ୍ତୁ I
–ତା’ପରେ ଟୀକାକରଣ ସ୍ଲଟ୍ ନିଶ୍ଚିତ କରନ୍ତୁ I




