ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କୁଇନ୍‌ସଲ୍ୟାଣ୍ଡରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳା ପ୍ରଥମେ ଅବସାଦ ଦୂର କରିବା ପାଇଁ ଶରୀରରେ ଟାଟୁ କରିଥିଲେ । ପରେ ସେ ଟାଟୁ ପ୍ରେମରେ ପଡ଼ି ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କର ରୋଜଗାରର ପନ୍ଥା ପାଲଟିଥିଲା । ଏବେ ସେ ଅଷ୍ଟ୍ରେଲିଆର ଜଣେ ନାମୀ ଟାଟୁ ମଡେଲ ନାମରେ ଲୋକପ୍ରିୟ । ସେହି ମଡେଲଙ୍କ ନାମ ହେଉଛି ଅମ୍ବର ଲୁ୍ୟକ୍‌ । ସେ ତାଙ୍କ ଶରୀରର ୯୯ […]

Samaya Live Picture
Published On

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କୁଇନ୍‌ସଲ୍ୟାଣ୍ଡରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳା ପ୍ରଥମେ ଅବସାଦ ଦୂର କରିବା ପାଇଁ ଶରୀରରେ ଟାଟୁ କରିଥିଲେ । ପରେ ସେ ଟାଟୁ ପ୍ରେମରେ ପଡ଼ି ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କର ରୋଜଗାରର ପନ୍ଥା ପାଲଟିଥିଲା । ଏବେ ସେ ଅଷ୍ଟ୍ରେଲିଆର ଜଣେ ନାମୀ ଟାଟୁ ମଡେଲ ନାମରେ ଲୋକପ୍ରିୟ ।
ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା

ସେହି ମଡେଲଙ୍କ ନାମ ହେଉଛି ଅମ୍ବର ଲୁ୍ୟକ୍‌ । ସେ ତାଙ୍କ ଶରୀରର ୯୯ ପ୍ରତିଶତ ଭାଗରେ ଟାଟୁ କରିସାରିଛନ୍ତି । ଏହାହସିତ ସେ ନିଜ ଶରୀରର ବହୁ ଭାଗରେ ପିଅର୍ସିଂ ମଧ୍ୟ କରିଛନ୍ତି । ଏକଦା ଆଖିରେ ଟାଟୁ କରିବା ସମୟରେ ସେ କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ ।
ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା

ପରେ ସଠିକ୍‌ ଚିକିତ୍ସା କରାଇ ଦୃଷ୍ଟିଶକ୍ତି ଫେରିପାରଇଥିଲେ ଏବଂ ନିଜ ଆଖି ଧଳା ପଟଳକୁ ନୀଳ ରଙ୍ଗରେ ରଙ୍ଗାଥିଲେ ।

ନିଜ ଶରୀରରେ ଟାଟୁ କରିବା ଫଳରେ ସେ ଭଲ ଚାକିରୀ ପାଉନଥିଲେ । ଏଥିରେ ସେ ନହାରି ନିଜକୁ ଅଧିକ ସଜାଇ ସୋସିଆଲ ମିଡିଆରେ ଫଟୋ ସେୟାର୍‌ କରିଥିଲେ ।
ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା

ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା । ନାମୀଦାମୀ ପୋଷାକ କମ୍ପାନୀ ସହିତ ଅନ୍ୟାନ୍ୟ ବିଜ୍ଞାପନ କମ୍ପାନୀ ତାଙ୍କୁ ହାଇ ସାଲାରୀ ଥିବା ଚାକିରୀର ଅଫର୍‌ ଦେଇଥିଲେ । ଏବେ ଅମ୍ବରଙ୍କର ଗୋଟିଏ ଫଟୋ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ।
ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା
ଡେଲି ଷ୍ଟାର ନାମକ ଏକ ପତ୍ରିକାରରେ ଅମ୍ବର କହିଛନ୍ତି, ୨୦୨୩ରେ ସେ ଏକ ବଡ଼ ଘର କରିବେ । ଯେଉଁଥିରେ ସେ ତାଙ୍କ ସମସ୍ତ ପରିବା ସଦସ୍ୟଙ୍କ ସହିତ ମିଳିମିଶି ରହିବେ ।

ଟାଟୁ କରିବାର ଚିନ୍ତାକୁ ନେଇ ସେ କହିଛନ୍ତି, ୧୪ ବର୍ଷ ବୟସରେ ସେ ଅବସାଦରେ ପୀଡ଼ିତ ହୋଇଥିଲେ ।
ଶରୀରରେ ଟାଟୁ କରି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା , ମିଳିଲା ରୋଜଗାରର ପନ୍ଥା

ଏହି ସମୟରେ ସେ ଶରୀରରେ ଏକ ଟାଟୁ କରିଥିଲେ । ଟାଟୁ କରିବା ପରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା ଏବଂ ସେ ଶରୀରରେ ଅଧିକ ଟାଟୁ କରିବା ପାଇଁ ମନ ବଳାଇଥିଲେ । ଟାଟୁ କରିବା ଫଳରେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା ବୋଲି ସେ କହିଛନ୍ତି ।