ମୁଖର ଉଜ୍ୱଳତା ଫେରାଇବ ପୋଦିନା ଫେସ୍‌ପ୍ୟାକ୍‌

ଖାଦ୍ୟର ସ୍ୱାଦ ବଢାଇବା ସହ ତ୍ୱଚା ପାଇଁ ମଧ୍ୟ ପୋଦିନା ପତ୍ର ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ଶୁଷ୍କ ଏବଂ ବ୍ରଣ ତ୍ୱଚା ସମସ୍ୟାରେ ପୀଡ଼ିତ, ତାହେଲେ ଘରେ ହିଁ ପୋଦିନା ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ । ତ୍ୱଚାକୁ ପୋଷଣ ଦେଉଥିବା ଅନ୍ୟ ପ୍ରାକୃତିକ ସାମଗ୍ରୀ ସହ ପୋଦିନାକୁ ବ୍ୟବହାର କରି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ । ଏହାକୁ ମୁହଁରେ ଲଗାଇଲେ ଦାଗ, ବ୍ରଣ ଦୂର କରିବା ସହ ନରମ କରିଥାଏ । […]

Samaya Live Picture
Published On

ଖାଦ୍ୟର ସ୍ୱାଦ ବଢାଇବା ସହ ତ୍ୱଚା ପାଇଁ ମଧ୍ୟ ପୋଦିନା ପତ୍ର ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ଶୁଷ୍କ ଏବଂ ବ୍ରଣ ତ୍ୱଚା ସମସ୍ୟାରେ ପୀଡ଼ିତ, ତାହେଲେ ଘରେ ହିଁ ପୋଦିନା ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ । ତ୍ୱଚାକୁ ପୋଷଣ ଦେଉଥିବା ଅନ୍ୟ ପ୍ରାକୃତିକ ସାମଗ୍ରୀ ସହ ପୋଦିନାକୁ ବ୍ୟବହାର କରି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ । ଏହାକୁ ମୁହଁରେ ଲଗାଇଲେ ଦାଗ, ବ୍ରଣ ଦୂର କରିବା ସହ ନରମ କରିଥାଏ । ଗୋଟେ କପ୍‌ ପୋଦିନା ପତ୍ରରେ ଅଳ୍ପ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ମୁହଁ ସହ ବେକରେ ମଧ୍ୟ ଲଗାଇ ୧୫-୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହାପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ୨ଥର ଲଗାଇଲେ ଆପଣ ନିଜେ ଫରକ ଜାଣିପାରିବେ । ଏଥିସହ ପୋଦିନା ପେଷ୍ଟ ସହ ମହୁ, ଦହି କିମ୍ବା ଲେମ୍ବୁ ରସ ମିଶାଇ ମୁହଁରେଲଗାଇପାରେ ।