ଶୀତ ଦିନେ ଭଲ ସୋରିଷ ତେଲ

ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ସୋରିଷ ତେଲ । କେହି କେହି କିଛି ପ୍ରକାରର ବ୍ୟଞ୍ଜନ କେବଳ ସୋରିଷ ତେଲରେ ହିଁ ତିଆରି କରିବାକୁ ପସନ୍ଦ କରିଥା’ନ୍ତି । ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଏ । ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ । ସେହିପରି ଶୀତ ଋତୁରେ କେହି କେହି ଦେହରେ ନଡ଼ିଆ ଓ ରାଶି ତେଲ ବଦଳରେ […]

Samaya Live Picture
Published On

ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ସୋରିଷ ତେଲ । କେହି କେହି କିଛି ପ୍ରକାରର ବ୍ୟଞ୍ଜନ କେବଳ ସୋରିଷ ତେଲରେ ହିଁ ତିଆରି କରିବାକୁ ପସନ୍ଦ କରିଥା’ନ୍ତି । ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଏ । ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ । ସେହିପରି ଶୀତ ଋତୁରେ କେହି କେହି ଦେହରେ ନଡ଼ିଆ ଓ ରାଶି ତେଲ ବଦଳରେ ସୋରିଷ ତେଲ ଲଗାଇବାକୁ ପସନ୍ଦ କରନ୍ତି । କି;ୁ ଅଧିକାଂଶ ଲୋକ ଏହାକୁ ତ୍ୱଚାରେ ମାରିବାକୁ ପସନ୍ଦ କରନ୍ତି ନାହିଁ । ତେବେ ତ୍ୱଚାରେ ସୋରିଷ ତେଲ ଲଗାଇଲେ ଅନେକ ଫାଇଦା ମିଳିଥାଏ ।

mustard oil is good in Winter season

୧. ଶୀତ ଦିନେ ଏହା ଲଗାଇଲେ ତ୍ୱଚାର ଶୁଖିଲାପଣ ଦୂର ହୋଇଥାଏ ।

୨. ସୋରିଷ ତେଲ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରିଥାଏ । ପ୍ରତିଦିନ ଶରୀରରେ ସୋରିଷ ତେଲ ମାଲିସ କଲେ ଫଙ୍ଗାଲ୍‌ ଇନେ®କସନ୍‌, ଜଳାପୋଡ଼ା, କୁଣ୍ଡାଇ ହେବା ଓ ଆଲର୍ଜି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

mustard oil is good in Winter season

୩. ବେସନ ଓ ହଳଦୀ ସହିତ ସୋରିଷ ତେଲ ମିଶାଇ ମୁହଁରେ ଲଗାଇଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

୪. ଶୀତଦିନେ ଗୋଇଠି ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ପ୍ରତିଦିନ ଗୋଇଠିରେ ସୋରିଷ ତେଲ ମାଲିସ୍‌ କରିବେ, ତା’ହେଲେ ଏହି ସମସ୍ୟା ଦେଖାଯିବ ନାହିଁ ।

୫. ଦେହରେ ସୋରିଷ ତେଲ ମାଲିସ୍‌ କଲେ ଥକାପଣ ଦୂର ହୋଇଥାଏ ଓ ମାଂସପେଶୀକୁ ଆରାମ ମିଳିଥାଏ ।