ସୁସ୍ଥ କେଶର ରହସ୍ୟ

ଆଜିକାଲି କେଶ ଝଡିବା ଏକ ଗୁରତର ସମସ୍ୟା ଭାବେ ଉଭା ହୋଇଛି । ଆମର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ଏହି ସମସ୍ୟା ଧୀରେଧୀରେ ବଢୁଛି । ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ନିଜନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ । ପ୍ରୋଟିନ୍‌ – ଆମ କେଶରେ ପ୍ରୋଟିନ୍‌ ରହିଥାଏ । ଏହି ପ୍ରୋଟିନ୍‌ କାରଣରୁ କେଶ ବଢିବା ସହିତ ସୁସ୍ଥ ହୋଇଥାଏ । ତେଣୁ ନିଜ ଖାଦ୍ୟରେ […]

Samaya Live Picture
Published On

ଆଜିକାଲି କେଶ ଝଡିବା ଏକ ଗୁରତର ସମସ୍ୟା ଭାବେ ଉଭା ହୋଇଛି । ଆମର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ଏହି ସମସ୍ୟା ଧୀରେଧୀରେ ବଢୁଛି । ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ନିଜନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ ।

ପ୍ରୋଟିନ୍‌ – ଆମ କେଶରେ ପ୍ରୋଟିନ୍‌ ରହିଥାଏ । ଏହି ପ୍ରୋଟିନ୍‌ କାରଣରୁ କେଶ ବଢିବା ସହିତ ସୁସ୍ଥ ହୋଇଥାଏ । ତେଣୁ ନିଜ ଖାଦ୍ୟରେ ପ୍ରୋଟିନ୍‌ ଆଡ କରନ୍ତୁ, ଏହା କେଶକୁ ସୁସ୍ଥ କରିବା ସହିତ ଝଡିବା ସମସ୍ୟା କମାଇଥାଏ । ତେଣୁ ଖାଦ୍ୟରେ ଚିକେନ୍‌, ଅଣ୍ଡା, ଖୀର, ଛେନା, ଡ୍ରାଏଫୁ୍ରଟସ୍‌ ଆଦି ସାମିଲ କରନ୍ତୁ ।

ସୁସ୍ଥ କେଶର ରହସ୍ୟ

ଆଇରନ୍‌ – ଖାଦ୍ୟରେ ଥିବା ଆଇରନ୍‌ରୁ କେଶ ମିନେରାଲ ପାଇଥାଏ । ରକ୍ତରେ ଆଇରନ୍‌ର ମାତ୍ରା ବଢିଲେ କେଶ ସୁସ୍ଥ ରହିଥାଏ । ତେଣୁ ଆଇରନ୍‌ ଥିବା ଖାଦ୍ୟ ଅଧିକ ଖାଆନ୍ତୁ । ଖାଦ୍ୟରେ ରେଡ୍‌ ମିଟ୍‌, ଚିକେନ୍‌ ଓ ମାଛକୁ ସାମିଲ କରନ୍ତୁ । ସେହିଭଳି ଯେଉଁମାନେ ଆମିଷ ଖାଉ ନାହାନ୍ତି ସେମାନେ ବିଭିନ୍ନ ପରିବା ଯେପରି ପାଳଙ୍ଗ, ବ୍ରୋକଲି, ଗ୍ରୀନ ସାଲାଡ ଆଦି ଖାଆନ୍ତୁ ।

ଭିଟାମିନ୍‌ ସି – ଅନ୍ୟ ପୋଷଣ ସହିତ ଭିଟାମିନ୍‌ ସି କେଶ ପାଇଁ ବିଶେଷଭାବେ ଦରକାର ହୋଇଥାଏ । ଆଇରନ୍‌ ସହିତ ଯଦିକେଶକୁ ଏହା ମଧ୍ୟ ମିଳିବ ତେବେ ଅନେକ ସମସ୍ୟା ଦୂର ହେବ । ଖାଦ୍ୟରେ ଆଇରନ୍‌ ସହିତ ଭିଟାମିନ୍‌ ସି ମଧ୍ୟ ସାମିଲ କରନ୍ତୁ । ଭିଟାମିନ୍‌ ସି ଥିବା ଖାଦ୍ୟ ଯେପରି ବ୍ରୋକଲି, ପିଜୁଳି, କମଳା, କିୱି , କନ୍ଦମୂଳ, ଅମୃତଭଣ୍ଡା ଆଦି ସାମିଲ କରନ୍ତୁ ।

ସୁସ୍ଥ କେଶର ରହସ୍ୟ

ସେହିଭଳି ଭିଟାମିନ ସି ସହିତ, ଭିଟାମିନ୍‌ ଏ ଓ ଇ ମଧ୍ୟ ସାମିଲ କରନ୍ତୁ । ଖାଦ୍ୟ ସହ କେଶକୁ ସମୟ ବ୍ୟବଧାନରେ ତେଲ ଲଗାଇବା ସହିତ ଭଲ ସାମ୍ପୁ ବ୍ୟବହାର କଲେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ ।