ଦିଲ୍ଲିପଙ୍କ ବଦାନ୍ୟ: ଗ୍ରହଣ କରୁଛନ୍ତି ପୋଷ୍ୟ ମାତା ପିତା

ଗୁଜରାଟ: ପୋଷ୍ୟ ଶବ୍ଦ ଶୁଣିଲେ ସର୍ବଦା ମନକୁ ଛୋଟ ପିଲା କଥା ଆସିଥାଏ । ହେଲେ କେବେ ଶୁଣିଛନ୍ତି କି ପିତାମାତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା । ଗୁଜରାଟର ଦିଲ୍ଲିପ ଅମଲାନି ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି । ଏହି ୫୫ ବର୍ଷୀୟ ପାଥଲୋଜିଷ୍ଟ ଏକ ନିଆରା ମିସନ ଆରମ୍ଭ କରିଛନ୍ତି । ଏହି ମିସନରେ ପ୍ରାୟ ୨୦୦୦ଜଣ ବୟୋଜ୍ୟଷ୍ଟଙ୍କୁ ଘର ମିଳିଛି । ବ୍ୟକ୍ତିଜଣଙ୍କ ଅନେକ ବର୍ଷଧରି ବୃଦ୍ଧବୃଦ୍ଧାଙ୍କର ସେବା କରୁଛନ୍ତି । […]

Samaya Live Picture
Published On

ଗୁଜରାଟ: ପୋଷ୍ୟ ଶବ୍ଦ ଶୁଣିଲେ ସର୍ବଦା ମନକୁ ଛୋଟ ପିଲା କଥା ଆସିଥାଏ । ହେଲେ କେବେ ଶୁଣିଛନ୍ତି କି ପିତାମାତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା । ଗୁଜରାଟର ଦିଲ୍ଲିପ ଅମଲାନି ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି । ଏହି ୫୫ ବର୍ଷୀୟ ପାଥଲୋଜିଷ୍ଟ ଏକ ନିଆରା ମିସନ ଆରମ୍ଭ କରିଛନ୍ତି । ଏହି ମିସନରେ ପ୍ରାୟ ୨୦୦୦ଜଣ ବୟୋଜ୍ୟଷ୍ଟଙ୍କୁ ଘର ମିଳିଛି । ବ୍ୟକ୍ତିଜଣଙ୍କ ଅନେକ ବର୍ଷଧରି ବୃଦ୍ଧବୃଦ୍ଧାଙ୍କର ସେବା କରୁଛନ୍ତି ।

ତେବେ ଦିଲ୍ଲିପଙ୍କର ନିଜର କେହି ପିଲା ନାହାନ୍ତି । ସେ ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଇଛା କରିଥିଲେ ହେଲେ କୌଣସି କାରଣରୁ ସେ ଏହା କରିପାରିନଥିଲେ । ପରେ ସେ ଚିନ୍ତା କରିଥିଲେ ଛୋଟ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସମସ୍ତେ ଆଗ୍ରହୀ ହେଲେ ପୋଷ୍ୟ ମାତା ପିତା ପାଇଁ କେହି ଆଗ୍ରହୀ ନୁହେଁ । ତେଣୁ ସେ ବୁଢାବୁଢୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଏକ ଅଭିଯାନ ଆରମ୍ଭ କରିଥିଲେ । ସେ ନିଜର ଏହି ଚିନ୍ତାଧାରା ନେଇ ନିଜ ଚିହ୍ନା ଲୋକଙ୍କୁ ଜଣାଇଲେ, ଯାହାକୁ ସେମାନେ ମଧ୍ୟ ଗ୍ରହଣ କରିଥିଲେ । ଧୀରେ ଧୀରେ ଦିଲ୍ଲିପଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିଥିଲା । ଯାହାକୁ ବ୍ୟବହାର କରି ସେ ପ୍ରଥମେ ଗୋଟିଏ ସେଣ୍ଟର ଖୋଲିଥିଲେ ।

ଏହାପରେ ସେ ଧୀରେଧୀରେ ତିନୋଟି ସେଣ୍ଟର ଖୋଲିଥିଲେ, ଯେଉଁଠି ଶତାଧିକ ବୟୋଜ୍ୟଷ୍ଟଙ୍କୁ ରଖିଛନ୍ତି । ଏହାପରେ ସେ ମାତାପିତା ବି ପୋଷ୍ୟଭାବେ ଗ୍ରହଣ କରିହେବ ବୋଲି ସୋସିଆଲ ମିଡିଆରେ ଲୋକଙ୍କୁ ଜଣାଇଥିଲେ । ସୋସିଆଲ ମିଡିଆରେ ତାହା ଭାଇରାଲ ହେବା ପରେ ତାଙ୍କ ପାଖକୁ ଅନେକ ଫୋନ କଲ ଆସିଥିଲା, ଯେଉଁମାନେ ତାଙ୍କୁ ବାପା ମା ପୋଷ୍ୟଭାବେ ଦେଇପାରିବେ । ବୟୋଜ୍ୟଷ୍ଟ ଲୋକଙ୍କ ପାଇଁ ତାଙ୍କର ଏହି ଅଭିଯାନକୁ ସମସ୍ତେ ବେଶ୍‌ ପ୍ରଂଶସା କରୁଛନ୍ତି ।