ଫ୍ଲୋରାଲ ଫ୍ୟାଶନ
ଯେକୌଣସି ଋତୁ ପାଇଁ ପ୍ଲୋରାଲ ଫ୍ୟାଶନ ବହୁତ ଭଲ ଲାଗିଥାଏ । ଏହାକୁ ପିନ୍ଧିଲେ ସୁନ୍ଦର ଦେଖାଯିବା ସହିତ କୁଲ୍ ଲୁକ୍ ମିଳିଥାଏ । ତେବେ ଆଜିକାଲି ଯୁବପିଢ଼ିଙ୍କୁ କୁଲ୍ ଲୁକ୍ ବହୁତ ଭଲ ଲାଗେ । ସାଧାରଣତଃ ଫ୍ଲୋରାଲ ଡ୍ରେସ୍ କିମ୍ବା ବ୍ଲାଉଜ୍ ସମସ୍ତଙ୍କ ପସନ୍ଦ । ବଲିଉଡ୍ ଡିଭା ନାୟିକାଙ୍କଠୁ ନେଇପାରିବେ ଟି« । ଅନନ୍ୟା ପାଣ୍ଡେଠାରୁ ଆରମ୍ଭ କରି କରୀନା କପୁର ପର୍ଯ୍ୟନ୍ତ ସମସ୍ତେ ଫ୍ଲୋରାଲ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି । […]
ଯେକୌଣସି ଋତୁ ପାଇଁ ପ୍ଲୋରାଲ ଫ୍ୟାଶନ ବହୁତ ଭଲ ଲାଗିଥାଏ । ଏହାକୁ ପିନ୍ଧିଲେ ସୁନ୍ଦର ଦେଖାଯିବା ସହିତ କୁଲ୍ ଲୁକ୍ ମିଳିଥାଏ । ତେବେ ଆଜିକାଲି ଯୁବପିଢ଼ିଙ୍କୁ କୁଲ୍ ଲୁକ୍ ବହୁତ ଭଲ ଲାଗେ । ସାଧାରଣତଃ ଫ୍ଲୋରାଲ ଡ୍ରେସ୍ କିମ୍ବା ବ୍ଲାଉଜ୍ ସମସ୍ତଙ୍କ ପସନ୍ଦ । ବଲିଉଡ୍ ଡିଭା ନାୟିକାଙ୍କଠୁ ନେଇପାରିବେ ଟି« । ଅନନ୍ୟା ପାଣ୍ଡେଠାରୁ ଆରମ୍ଭ କରି କରୀନା କପୁର ପର୍ଯ୍ୟନ୍ତ ସମସ୍ତେ ଫ୍ଲୋରାଲ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି ।
-ରଙ୍ଗୀନ ଜିୟୋମେଟ୍ରିକାଲ ପ୍ରିଣ୍ଟ୍ର ଡ୍ରେସ ସହ ଡେନିସ କୁଲୋଟ୍ସ ପିନ୍ଧିପାରିବେ । ଏହା ହାଇ େୱଷ୍ଟ ରହିଲେ ଭଲ ଲାଗିବ । ଏହି ଲୁକ୍ରେ ଆପଣ ବହୁତ ସାଧାରଣ ଦେଖାଯିବା ସହ ଆରାମ ଅନୁଭବ କରିବେ । ଅନନ୍ୟା ପାଣ୍ଡେଙ୍କ ଏହା ଫେଭରାଇଟ୍ ଡ୍ରେସ୍ ।
-କରୀନା କପୁରଙ୍କ ପରି ହଳଦିଆ କପଡ଼ାରେ ଗୋଲାପି ଏବଂ ଲାଲ ରଙ୍ଗର ଫ୍ଲୋରାଲ ପେଣ୍ଟ୍ ହୋଇଥିବା ବ୍ଲାଉଜ୍ ଏବଂ ପ୍ୟାଣ୍ଟ୍ ପିନ୍ଧିପାରିବେ । କପଡ଼ା ଯଦି ସିଫନର ହୁଏ ତାହେଲେ ଆପଣ ଗରମ ଦାଉରୁ ରକ୍ଷା ପାଇବା ସହ ଷ୍ଟାଇଲିସ୍ ଦେଖାଯିବେ ।
-ଧଳା ରଙ୍ଗର ଟ« ସହ ହାଇ େୱଷ୍ଟ ଫ୍ଲୋରାଲ ପ୍ୟାଣ୍ଟ୍ ପିନ୍ଧିପାରିବେ । ଯଦି ଟ୍ରେଣ୍ଡି ଦେଖାଯିବାକୁ ଚାହାନ୍ତି ତାହେଲେ ଆପଣ ଦୀପିକା ପାଦୁକୋନଙ୍କ ଷ୍ଟାଇଲକୁ ଫଲୋ କରିପାରିବେ । କେଶକୁ କଲର୍ କରି ଏପରି ଆଉଟଫିଟ୍ ପିନ୍ଧିଲେ ଗ୍ଲାମରସ ଏବଂ ସିମ୍ପଲ ଦେଖାଯିବେ ।
-ନାଇଟ୍ ଆଉଟଫିଟ୍ରେ ଆପଣ ଫ୍ଲୋରାଲ ଡ୍ରେସ୍କୁ ସାମିଲ କରିପାରିବେ । ମାର୍କେଟରେ କଟନର ଏପରି ପାଇଜାମା ସେଟ୍ ମିଳୁଛି । ଗରମ ଦିନ ପାଇଁ ଏହା ବହୁତ ଭଲ ଚଏସ । ଏହି ନାଇଟ୍ ଡ୍ରେସ୍ରେ ଆପଣ ଘରେ ମଧ୍ୟ ଷ୍ଟାଇଲିସ୍ ଲାଗିବେ ।
-ବ୍ରଞ୍ଚ୍ ଲୁକ୍କୁ ପରଫେକଫ କରିବା ପାଇଁ ଆପଣ କରିସ୍ମା କପୁରଙ୍କୁ ଷ୍ଟାଇଲ ଆଇକନ ବାଛିପାରିବେ । କୁର୍ତ୍ତା ପରି ହ୍ୱାଇଟ୍ ସାର୍ଟ ସହ କଲର୍ଫୁଲ୍ ଫ୍ଲୋରଲ ପ୍ୟାଣ୍ଟ୍କୁ ଫ୍ରେଶ୍ ସ୍ପିନ୍ ଦେଇପାରିବେ । ଅଧିକ ଷ୍ଟାଇଲିସ୍ ଦେଖିବାକୁ ଚାହିଁଲେ ଲାଲ ଲିପଷ୍ଟିକ ଲଗାଇପାରିବେ ।




