ମର୍ଡନ ସ୍କିନ୍‌ କେୟାର ଟୁଲ୍‌

ତ୍ୱଚାର ଯତ୍ନ ନେବା ପାଇଁ ମାସକୁ ଥରେ ଆପଣ ନିଶ୍ଚିତ ଭାବେ ପାର୍ଲର ଯାଉଥିବେ ଏବଂ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବେ । ଏପରିକି ୨୦୨୦ ଏବଂ ୨୦୨୧ରେ ଲାଗିଥିବା ଲକଡାଉନରେ ମହିଳାମାନଙ୍କୁ ଫେସିଆଲ୍‌, କ୍ଲିନଅପ୍‌, ଥ୍ରେଡିଂ ପରି ବୁ୍ୟଟି କେୟାର କରିବା ପାଇଁ ମାର୍କେଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଏହାକୁ ଦେଖି ସ୍କିନ କେୟାର କମ୍ପାନୀ କିଛି ଏପରି ପ୍ରଡକଫ କିମ୍ବା ଟୁଲ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ବ୍ୟବହାର ଘରେ […]

Samaya Live Picture
Published On

ତ୍ୱଚାର ଯତ୍ନ ନେବା ପାଇଁ ମାସକୁ ଥରେ ଆପଣ ନିଶ୍ଚିତ ଭାବେ ପାର୍ଲର ଯାଉଥିବେ ଏବଂ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବେ । ଏପରିକି ୨୦୨୦ ଏବଂ ୨୦୨୧ରେ ଲାଗିଥିବା ଲକଡାଉନରେ ମହିଳାମାନଙ୍କୁ ଫେସିଆଲ୍‌, କ୍ଲିନଅପ୍‌, ଥ୍ରେଡିଂ ପରି ବୁ୍ୟଟି କେୟାର କରିବା ପାଇଁ ମାର୍କେଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଏହାକୁ ଦେଖି ସ୍କିନ କେୟାର କମ୍ପାନୀ କିଛି ଏପରି ପ୍ରଡକଫ କିମ୍ବା ଟୁଲ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ବ୍ୟବହାର ଘରେ ବସି କରିପାରିବେ । ଆପଣଙ୍କୁ ଆଉ ପାର୍ଲର ଯିବାକୁ ପଡ଼ିବ ନାହିଁ କି ଅଧିକ ଖର୍ଚ୍ଚରୁ ବଞ୍ଚିତ ହେବେ ।

ଗୁଆ ଶା:

ମର୍ଡନ ସ୍କିନ୍‌ କେୟାର ଟୁଲ୍‌
ଏହା ଏକ ଚାଇନିଜ୍‌ କୌଶଳ । ଯାହାର ସ୍କିନ୍‌ ଶୁଷ୍କ ହୋଇଯାଇଥିବ, ତ୍ୱଚାରେ ବ୍ରଣର ଦାଗ ରହିଯାଇଥିବା କିମ୍ବା କୌଣସି ଆଲର୍ଜି ହୋଇଥିଲେ, ଏହି ଗୁଆ ଶା ଥେରାପିର ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ଚେହେରା ପୂର୍ବପରି ଚମକ ଫେରିପାଇବ । ସର୍ବପ୍ରଥମେ ନିଜ ତ୍ୱଚାରେ ଫେଶିଆଲ୍‌ ଅଏଲ୍‌ କିମ୍ବା ମଶ୍ଚରାଇଜର ଲଗାନ୍ତୁ । ଏହାପରେ ଗୁଆ ଶା ଟୁଲ୍‌କୁ ମୁହଁର ଉପରୁ ତଳୁ ମସାଜ କରନ୍ତୁ । ଏହି ଉପକରଣକୁ ବେକରୁ ମଥା ପର୍ଯ୍ୟନ୍ତ ମସାଜ କଲାପରି ଘଷନ୍ତୁ । ଏପରି ଅତିକମ୍‌ରେ ୫ ଥର କରନ୍ତୁ । ଏହାଦ୍ୱାରା ତ୍ୱଚା ନରମ ହେବ । ମାଂସପେଶୀକୁ ଆରାମ ମିଳିବ । ମୁହଁ, ମଥା ଏବଂ ବେକରେ ରକ୍ତସଞ୍ଚାଳନ ସଠିକ୍‌ ଭାବେ ହେବ । ତେବେ ଧ୍ୟାନ ରଖିବା ଜରୁରୀ କି ତ୍ୱଚାରେ ଘା’ ହୋଇଥିଲେ କରନ୍ତୁ ନାହିଁ । ଏହି ଟୁଲ୍‌ର ବ୍ୟବହାର ହାଇଜିନ ପ୍ରକ୍ରିୟାରେ କରନ୍ତୁ । ଏହାକୁ ବ୍ୟବହାର କରିବା ପରେ ସଫା କରି ରଖନ୍ତୁ ।

ଫେସ୍‌ କ୍ଲିଜିଙ୍ଗ୍‌ ବ୍ରଶ୍‌:

ମର୍ଡନ ସ୍କିନ୍‌ କେୟାର ଟୁଲ୍‌
ଏହି ଉପକରଣର ବ୍ୟବହାର ଚେହେରାକୁ ସଫା କରିବା ପାଇଁ କରାଯାଇଥାଏ । ଲକଡାଉନ ପୂର୍ବରୁ ମଧ୍ୟ ମାର୍କେଟରେ ଏହା ବିକ୍ରି ହେଉଛି । ଏହା ଏକ ହ୍ୟାଣ୍ଡ୍‌ହୋଲï ଟୁଲ୍‌, ଯେଉଁଥିରେ ଏକ ମୋଟର ଫିଟ୍‌ ହୋଇଛି । ଏହି ମୋଟର ସାହାଯ୍ୟରେ ଚେହେରା ସଫା ହୋଇଥାଏ । ଆପଣ ନିଜ ସ୍କିନ ମୁତାବକ ସଠିକ୍‌ ବ୍ରଶ୍‌ର ଚୟନ କରନ୍ତୁ । ବ୍ୟବହାର ପୂର୍ବରୁ ମେକଅପ୍‌ ରିମୁଭ କରନ୍ତୁ । ବ୍ରଶ୍‌କୁ ଗରମ ପାଣିରେ ଓଦା କରନ୍ତୁ ଏବଂ ବ୍ରିସଲସ୍‌ ଉପରେ ଫେସ୍‌ୱାସ୍‌ କ୍ରିମ୍‌ ଲଗାନ୍ତୁ । ଏବେ ନିଜ ଚେହେରାରେ ଧୀରେଧୀରେ ଗୋଲ ଗୋଲ କରି ବ୍ରଶ୍‌କୁ ବୁଲାନ୍ତୁ । ଓଠ ତଳେ, ନାକ ଏବଂ ମଥାରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ବ୍ରଶ୍‌ ଘଷନ୍ତୁ । ଏହାପରେ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ । ଏହା କଲେ ଧୂଳିମାଟି ଭଲ ଭାବେ ସଫା ହୋଇଯାଇଥାଏ । ବ୍ରଣ ହେବାର ଆଶଙ୍କା କମିଯାଏ । ଫେସିଆଲ୍‌ ବ୍ରଶ୍‌ର ବ୍ୟବହାର ଏକ ମିନିଟରୁ ଅଧିକ କରନ୍ତୁ ନାହିଁ ।

ଆଇବ୍ରୋ ଟ୍ରିମର୍‌:

ମର୍ଡନ ସ୍କିନ୍‌ କେୟାର ଟୁଲ୍‌
ଏହି ଟ୍ରିମରର ବ୍ୟବହାର କେବଳ ଆଇବ୍ରୋକୁ ଶେପ୍‌ ଦେବା ପାଇଁ ନୁହେଁ ବରଂ ଚେହେରାରେ ଥିବା ଅନାବଶ୍ୟକ କେଶକୁ ବାହାର କରିବା ପାଇଁ କରାଯାଇଥାଏ । ଏଥିପାଇଁ ଆପଣଙ୍କୁ କାହାର ସହଯୋଗ ଲୋଡ଼ା ପଡ଼ିନଥାଏ ନା ପାର୍ଲର ଯିବାକୁ ପଡ଼ିବ । ଘରେ ହିଁ ଏହାର ବ୍ୟବହାର ଅତି ସହଜରେ କରିପାରିବେ । ପ୍ରଥମେ ପେନସିଲ ଦ୍ୱାରା ଆଇବ୍ରୋକୁ ଫିଲ୍‌ କରନ୍ତୁ । ଯାହାଦ୍ୱାରା କେଉଁ କେଶକୁ ବାହାର କରିବାକୁ ପଡ଼ିବ, ତାହା ଜଣାପଡ଼ିଯିବ । ଏହାପରେ ଆଇବ୍ରୋ ଆଖପାଖରେ ପାଉଡର ଲଗାନ୍ତୁ । ଟ୍ରିମରକୁ ଅନ୍‌ କରି ହେୟାର ରିମୁଭ୍‌ କରିପାରିବେ । ପାର୍ଲରରେ କେଶ ଉପାଡ଼ିବା ପରି କଷ୍ଟ ବିଲକୁଲ୍‌ ବି ହୁଏନାହିଁ । ଏହି ଟ୍ରିମରକୁ କଦାପି ଜଲଦି ଜଲଦି ମୁହଁରେ ଚଲାନ୍ତୁ ନାହିଁ । ହେୟାର ଗ୍ରୋଥ୍‌ର ଓଲଟା ଦିଗରେ ଏହାକୁ ଚଲାନ୍ତୁ ।

ଫେସିଆଲ୍‌ ରୋଲ୍‌ର:

ମର୍ଡନ ସ୍କିନ୍‌ କେୟାର ଟୁଲ୍‌
ଏହା ଏକ ପ୍ରକାରର ଫେସ୍‌ ମସାଜ୍‌ ଟୁଲ୍‌ । ଏହା ଜେଡେ ନାମକ ଏକ ପଥରରୁ ନିର୍ମିତ । ଟେନସେନ୍‌ରେ ଥିଲେ ଏହା ଆପଣଙ୍କ ପାଇଁ ପରଫେକଫ ଟୁଲ୍‌ । ପ୍ରଥମେ ମୁହଁରୁ ମେକ୍‌ଅପ୍‌କୁ ପରିଷ୍କାର କରିନିଅନ୍ତୁ । ଏହାପରେ ମୁହଁରେ ମଶ୍ଚରାଇଜର୍‌ ଏବଂ ଫେସ୍‌ ସିରମ୍‌ ଲଗାଇ ଚେହେରାକୁ ମଶ୍ଚାଜ କରନ୍ତୁ । ଫ୍ରିଜ୍‌ରେ ଜେଡ୍‌ ରୋଲର୍‌କୁ ରଖି ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ । ମୁହଁର ମାଂସପେଶୀକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ।

ବ୍ଲାକ୍‌ ହେଡ୍‌ ରିମୁଭର୍‌ ଭ୍ୟାକୁମ୍‌:

ମର୍ଡନ ସ୍କିନ୍‌ କେୟାର ଟୁଲ୍‌
ଦିନକୁ ଦିନ ପ୍ରଦୂଷଣ ବୃଦ୍ଧିପାଉଥିବାରୁ ତ୍ୱଚାର ଚମକ ମଧ୍ୟ ହଜିଯାଉଛି । ଧୂଳିକଣା ଗୁଡ଼ିକ ମୁହଁରେ ବ୍ଲାକ୍‌ ହେଡ୍‌ ଏବଂ ହାଇଟ୍‌ ହେଡ୍‌ ରୂପରେ ଦେଖାଯାଉଛି । ତେଣୁ ଏହାକୁ ବାହାର କରିବା ପାଇଁ ଆପଣ ବ୍ଲାକ୍‌ ହେଡ୍‌ ରିମୁଭର୍‌ ଭ୍ୟାକୁମ୍‌ ଟୁଲ୍‌ ବ୍ୟବହାର କରିପାରିବେ । କେବଳ ସେତିକି ନୁହେଁ ଆଣ୍ଟିଂ ଏଜିଂ ଭାବେ ମଧ୍ୟ ଏହା କାମ କରିଥାଏ । ଏହି ଟୁଲ୍‌ ସାହାଯ୍ୟରେ ବ୍ଲାକ୍‌ ହେଡ୍‌ ରିମୁଭରକୁ ଉଭୟ ତେଲିଆ ଏବଂ ଶୁଷ୍କ ତ୍ୱଚାରେ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମୁହଁକୁ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହାପରେ ଧୀରେଧୀରେ ନାକ, ଓଠ ତଳ ଓ ମଥାରେ ଘଷନ୍ତୁ ।