ଚିକେନ ସଲାନ

ସାମଗ୍ରୀ – ୫୦୦ ଗ୍ରାମ ଚିକେନ, ୨ଟି ପିଆଜ,୨ ଟି ଟମାଟ, ଅଳ୍ପ ପରିମାଣ ଅଦା, ୪ରୁ୫ ଟି ରସୁଣ କୋଲା,୧୦ରୁ ୧୨ଟି ଭୃସଙ୍ଗପତ୍ର, ଏକ ଚାମଚ ଗରମ ମସଲା, ୨ଚାମଚ ପାନମଧୁରୀ, ଏକ ଚାମଚ ଗୋଲମରିଚ, ଅଧା କପ ନଡିଆ,ଖଣ୍ଡେ ଜାଇତ୍ରି, ୪ରୁ ପାଞ୍ଚଟି ଲବଙ୍ଗ, ଦୁଇ ଚାମଚ ବାଦାମ ତେଲ । ପ୍ରଣାଳୀ- ସଲାନ ପେଷ୍ଟ ତିଆରି କରିବା ପାଇଁ ପ୍ରଥମେ ବାଦାମ ତେଲକୁ ଗରମ କରନ୍ତୁ ସେଥିରେ ପାନମଧୁରୀ, ଗୋଲମରିଚ, ଡାଲଚିନି ଖଣ୍ଡ, […]

Samaya Live Picture
Published On

ସାମଗ୍ରୀ – ୫୦୦ ଗ୍ରାମ ଚିକେନ, ୨ଟି ପିଆଜ,୨ ଟି ଟମାଟ, ଅଳ୍ପ ପରିମାଣ ଅଦା, ୪ରୁ୫ ଟି ରସୁଣ କୋଲା,୧୦ରୁ ୧୨ଟି ଭୃସଙ୍ଗପତ୍ର, ଏକ ଚାମଚ ଗରମ ମସଲା, ୨ଚାମଚ ପାନମଧୁରୀ, ଏକ ଚାମଚ ଗୋଲମରିଚ, ଅଧା କପ ନଡିଆ,ଖଣ୍ଡେ ଜାଇତ୍ରି, ୪ରୁ ପାଞ୍ଚଟି ଲବଙ୍ଗ, ଦୁଇ ଚାମଚ ବାଦାମ ତେଲ ।

ପ୍ରଣାଳୀ- ସଲାନ ପେଷ୍ଟ ତିଆରି କରିବା ପାଇଁ ପ୍ରଥମେ ବାଦାମ ତେଲକୁ ଗରମ କରନ୍ତୁ ସେଥିରେ ପାନମଧୁରୀ, ଗୋଲମରିଚ, ଡାଲଚିନି ଖଣ୍ଡ, ଲବଙ୍ଗ ଓ ଜାବିତ୍ରି ପକାଇ ଭାଜନ୍ତୁ । ମସଲାଗୁଡିକ ଭାଜିହେବା ପରେ ସେଥିରେ ନଡ଼ିଆ କୋରା ମିଶାନ୍ତୁ । ଏହାକୁ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଚିକେନ ସଲାନ

ଥଣ୍ଡା ହେବାପରେ ଏହାର ଏକ ପେଷ୍ଟ ବନାନ୍ତୁ, ପାଣି ବେଶି ଦିଅନ୍ତୁ ନାହିଁ । ସେହି ପାତ୍ରରେ ତେଲ ଗରମ କରି ସେଥିରେ ଚିକେନ ପିସ୍‌, ହଳଦୀ, ଲୁଣ ମିଶାଇ ଗୋଲେïନ ହେବା ଯାଏଁ ଭାଜନ୍ତୁ । ଚିକେନକୁ ପ୍ୟାନରୁ କାଢିନିଅନ୍ତୁ । ବର୍ତ୍ତମାନ ଏହି ପ୍ୟାନରେ ଭୃସଙ୍ଗପତ୍ର ପକାନ୍ତୁ କିଛି ସମୟ ପରେ ଏଥିରେ ଅଦା, ରସୁଣ ପକାଇ ଭାଜନ୍ତୁ । ତାପରେ ପିଆଜ ପକାଇ ଭାଜନ୍ତୁ । କିଛି ସମୟ ପରେ ଏଥିରେ ଟମାଟୋ ପକାଇ ଭାଜନ୍ତୁ ।

ଚିକେନ ସଲାନ

ଟମାଟୋ ନରମ ହେବାପରେ ଏଥିରେ ପୂର୍ବ ପ୍ରସୁତ ମସଲା ପେଷ୍ଟ ମିଶାନ୍ତୁ । ଏହାକୁ ଭଲ କରି ଗୋଳାନ୍ତୁ । କିଛି ହଳଦୀ ଓ ଲଙ୍କାଗୁଣ୍ଡ ମିଶାଇ ଭଲ କରି ଗୋଳାନ୍ତୁ । ଶେଷରେ ଏଥିରେ ଚିକେନ ଭଜା ମିଶାଇ ଅଧା କପ ପାଣି ଦିଅନ୍ତୁ । ଶେଷରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ୧୦ ମିନିଟ୍‌ ପର୍ଯ୍ୟନ୍ତ ସିଝିବାକୁ ଛାଡନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍‌ ସଲାନ ।