ଘରୋଇ ଉପାୟରେ କରନ୍ତୁ ଓଠର ଯତ୍ନ
ସୁନ୍ଦର ଓ ନରମ ଓଠ ଚାହୁଁଥିଲେ କିଛି ଘରୋଇ ଟି« ଆପଣାନ୍ତୁ । ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ । ପାଣି କମ୍ ପିଇଲେ ଓଠ ଶୁଖି ଫାଟି ଯାଇପାରେ । ତେଣୁ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ପ୍ରାୟ ୩ ଲିଟର ପାଣି ପିଇବା ଉଚିତ୍ । ଗାଢ ରଙ୍ଗର ତରଳ ଖାଦ୍ୟ ଓଠକୁ କଳା ପକାଇଦେଇଥାଏ । ତେଣୁ କଫି, ଚା’ କିମ୍ବା ୱାଇନ ପିଇବାର ସଉକ ରଖୁଥିଲେ, ଏଥିପାଇଁ ଷ୍ଟ୍ର’ର ସାହାଯ୍ୟ ନିଅନ୍ତୁ । […]
ସୁନ୍ଦର ଓ ନରମ ଓଠ ଚାହୁଁଥିଲେ କିଛି ଘରୋଇ ଟି« ଆପଣାନ୍ତୁ । ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ । ପାଣି କମ୍ ପିଇଲେ ଓଠ ଶୁଖି ଫାଟି ଯାଇପାରେ । ତେଣୁ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ପ୍ରାୟ ୩ ଲିଟର ପାଣି ପିଇବା ଉଚିତ୍ । ଗାଢ ରଙ୍ଗର ତରଳ ଖାଦ୍ୟ ଓଠକୁ କଳା ପକାଇଦେଇଥାଏ ।

ତେଣୁ କଫି, ଚା’ କିମ୍ବା ୱାଇନ ପିଇବାର ସଉକ ରଖୁଥିଲେ, ଏଥିପାଇଁ ଷ୍ଟ୍ର’ର ସାହାଯ୍ୟ ନିଅନ୍ତୁ । ଓଠରୁ ମୃତ କୋଷିକାକୁ ବାହାର କରିବା ପାଇଁ ଓଟ୍ସ ଏବଂ ମହୁ ମିଶ୍ରିତ ପ୍ୟାକ୍କୁ ଲଗାନ୍ତୁ । ଏହା ଦ୍ୱାରା ଓଠ ନରମ ହୋଇଯାଏ । ମନେ ରଖନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଓଠରେ ଲିପଷ୍ଟିକ ଲଗାଇ ରଖନ୍ତୁ ନାହିଁ । ଏହା ଓଠର ଉଜ୍ଜଳତାକୁ କମ୍ କରିଦିଏ । ତେଣୁ ଲିପିଷ୍ଟିକକୁ ପୋଛିବା ପାଇଁ ୱାଇ«ର ବ୍ୟବହାର କରନ୍ତୁ । ଯେଉଁପରି ଭାବେ ଚେହେରାକୁ ସନସ୍କ୍ରିନ ଲଗାଇ ସୁରକ୍ଷିତ ରଖିଥାନ୍ତି, ସେହିପରି ଓଠକୁ ମଧ୍ୟ ଏକ ସୁରକ୍ଷା କବଚ ଦରକାର । ଏଥିପାଇଁ ଲିପ୍ ବାମ୍ ଲଗାନ୍ତୁ ।




