ନଖରୁ ନେଲ୍‌ପଲିସ୍‌ ଛାଡି ଯାଉଛି କି ?

ନେଲ୍‌ପଲିସ୍‌ ଲଗାଇବା ସାଧାରଣତଃ ମହିଳମାନଙ୍କର ପ୍ରଥମ ପସନ୍ଦ । ହାତର ସୌନ୍ଦର୍ଯ୍ୟ ବଢାଇବା ସହିତ ଦେଖିବାକୁ ଏହା ଖୁବ୍‌ ଆକର୍ଷଣ ଲାଗେ । ସେଥିପାଇଁ ମହିଳାମାନେ ସାଧାରଣତଃ ବିଭିନ୍ନ ରଙ୍ଗର ନେଲ୍‌ପଲିସ୍‌ ଲଗାଇଥାନ୍ତି । ଅନେକ ସମୟରେ ଦେଖାଯାଏ ନେଲ୍‌ପଲିସ୍‌ ଲଗାଇବାର କିଛି ସମୟ ପରେ ପାଣି ସହ ଜଡ଼ିତ କିଛି କାର୍ଯ୍ୟ କରିବା ଦ୍ୱାରା ନେଲ୍‌ପଲିସ୍‌ ଛାଡ଼ିଯାଏ । ଯାହା ଏକ ମହିଳାମାନଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଥାଏ । ତେବେ ଆସ;ୁ ନେଲ୍‌ପଲିସ୍‌କୁ […]

Samaya Live Picture
Published On

ନେଲ୍‌ପଲିସ୍‌ ଲଗାଇବା ସାଧାରଣତଃ ମହିଳମାନଙ୍କର ପ୍ରଥମ ପସନ୍ଦ । ହାତର ସୌନ୍ଦର୍ଯ୍ୟ ବଢାଇବା ସହିତ ଦେଖିବାକୁ ଏହା ଖୁବ୍‌ ଆକର୍ଷଣ ଲାଗେ । ସେଥିପାଇଁ ମହିଳାମାନେ ସାଧାରଣତଃ ବିଭିନ୍ନ ରଙ୍ଗର ନେଲ୍‌ପଲିସ୍‌ ଲଗାଇଥାନ୍ତି । ଅନେକ ସମୟରେ ଦେଖାଯାଏ ନେଲ୍‌ପଲିସ୍‌ ଲଗାଇବାର କିଛି ସମୟ ପରେ ପାଣି ସହ ଜଡ଼ିତ କିଛି କାର୍ଯ୍ୟ କରିବା ଦ୍ୱାରା ନେଲ୍‌ପଲିସ୍‌ ଛାଡ଼ିଯାଏ । ଯାହା ଏକ ମହିଳାମାନଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଥାଏ । ତେବେ ଆସ;ୁ ନେଲ୍‌ପଲିସ୍‌କୁ ଅଧିକ ସମୟ ନଖରେ ରଖିବା ପାଇଁ କିଛି ଉପାୟ ଜାଣିବା ।

ନଖରୁ ନେଲ୍‌ପଲିସ୍‌ ଛାଡି ଯାଉଛି କି ?

* ନଖକୁ ସଫା କରି ନେଲ୍‌ପଲିସ୍‌ ଲଗା;ୁ । ଅଧିକାଂଶ ସମୟରେ ମହିଳାମାନେ ନଖ ସଫା ନକରି ନେଲ୍‌ପଲିସ୍‌ ଲଗାଇଥାନ୍ତି । ଯାହାଦ୍ୱାରା ନଖରେ ପୂର୍ବରୁ ଲାଗିଥିବା ନେଲ୍‌ପଲିସ୍‌ ରହି ନଖରେ ଏକ ମୋଟା ଆସ୍ତରଣ ସୃଷ୍ଟି ହୋଇଯାଏ ଓ ନେଲ୍‌ପଲିସ୍‌ ଶିଘ୍ର ଛାଡ଼ିଯାଏ ।
* ନେଲ୍‌ପଲିସ୍‌ ଲଗାଇବା ପୂର୍ବରୁ ଏହାକୁ ଭଲକରି ହଲାଇ ଦିଅ;ୁ । ଏହିପରି କିରବା ଦ୍ୱାରା ନେଲ୍‌ପଲିସ୍‌ରେ ଥିବା କେମିକାଲ୍‌ ଓ ରଙ୍ଗ ଭଲ ଭାବରେ ମିଶି ଯାଏ । ଫଳରେ ନେ୍‌ପଲିସ୍‌ର ରଙ୍ଗ ଗାଢ଼ ଆସିବା ସହିତ ନଖରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ।

ନଖରୁ ନେଲ୍‌ପଲିସ୍‌ ଛାଡି ଯାଉଛି କି ?
* ନେଲ୍‌ପଲିସ୍‌ ଲଗାଇବା ପୂର୍ବରୁ ବେସ୍‌ କଲର୍‌ ଲଗା;ୁ । ବେସ୍‌ କଲର ଭଲ ଭାବରେ ଶୁଖିଗଲା ପରେ ତାହା ଉପରେ ନିଜ ପସନ୍ଦର ନେଲ୍‌ପଲିସ୍‌ ଲଗାନ୍ତୁ । ଏହିପରି କଲେ ନେଲ୍‌ପଲିସ୍‌ ବହୁତ ଦିନ ପର୍ଯ୍ୟନ୍ତ ନଖରେ ରହିଥାଏ ।

ନଖରୁ ନେଲ୍‌ପଲିସ୍‌ ଛାଡି ଯାଉଛି କି ?

* ନେଲ୍‌ପଲିସ୍‌ ଦୁଇ ତିନ ଥର ପରସ୍ତ କରି ନଖରେ ଲଗା;ୁ । ପ୍ରଥମେ ନେଲ୍‌ପଲିସ୍‌କୁ ଭଲ ଭାବରେ ଶୁଖାଇ ପରେ ଦ୍ୱିତୀୟ ଓ ସେହିପରି ଭାବେ ତୃତୀୟ ପରସ୍ତ ଲଗାନ୍ତୁ । ଏହିପରି କଲେ ନଖ ଆକର୍ଷଣ ଲାଗିବା ସହିତ ପାଣି ସହ ଜଡ଼ିତ କାର୍ଯ୍ୟ କଲେ ନଖରୁ ନେଲ୍‌ପଲିସ୍‌ ବାହାରିନଥାଏ ।