ୱାଇ.ଏସ.ଶର୍ମିଲା ରେଡ୍ଡିଙ୍କୁ କାର ସହିତ ଟେକିନେଲା କ୍ରେନ

ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି I ପଦଯାତ୍ରା ସମୟରେ ୱାଇ.ଏସ.ଶର୍ମିଲା ରେଡ୍ଡି ନିଜ କାରରେ ବସିଥିବା ସମୟରେ ତାଙ୍କୁ ଟେକିନେଇଥିଲା କ୍ରେନ I ଶର୍ମିଲା ହେଉଛନ୍ତି ତେଲେଙ୍ଗାନା ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ I ସୂଚନାନୁସାରେ ସୋମବାର ଦିନ ଶର୍ମିଲାଙ୍କ ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ପକ୍ଷରୁ କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ସମୟରେ ଗତକାଲି ୱାରଙ୍ଗଲରେ ଶର୍ମିଲାଙ୍କ […]

Samaya Live Picture
Published On

ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି I ପଦଯାତ୍ରା ସମୟରେ ୱାଇ.ଏସ.ଶର୍ମିଲା ରେଡ୍ଡି ନିଜ କାରରେ ବସିଥିବା ସମୟରେ ତାଙ୍କୁ ଟେକିନେଇଥିଲା କ୍ରେନ I ଶର୍ମିଲା ହେଉଛନ୍ତି ତେଲେଙ୍ଗାନା ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ I

ସୂଚନାନୁସାରେ ସୋମବାର ଦିନ ଶର୍ମିଲାଙ୍କ ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ପକ୍ଷରୁ କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ସମୟରେ ଗତକାଲି ୱାରଙ୍ଗଲରେ ଶର୍ମିଲାଙ୍କ ସମର୍ଥକ ଓ କେସିଆରଙ୍କ ଟିଆରଏସ୍‌ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିପାଇଁ ପୋଲିସ ତାଙ୍କୁ ଅଟକ ରଖିଥିଲା I

ଆଜି ସକାଳେ ସେ ପୁଣିଥରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ତେବେ ଶର୍ମିଲା ଶୋଭାଯାତ୍ରାରେ ଯୋଗ ଦେବାକୁ ନିଜ ଗାଡ଼ି ଚାଲୁ କରିବା କ୍ଷଣି ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା। ସେ କାର୍‌ ଭିତରେ ଥିଲେ ମଧ୍ୟ ପୁଲିସ୍‌ କ୍ରେନ ଦ୍ୱାରା ଉଠାଇନେଇଥିଲା I ଏହି ମାମଲାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଦେଖାଯାଇପାରେ ଯେ କାରଟି କ୍ରେନରୁ ନିଆଯାଉଥିବା ବେଳେ ସିଏମଙ୍କ ଭଉଣୀ ବସିଥିଲେ। ସେ ନିଜ କାରରୁ ଓହ୍ଲାଇ ନଥିଲେ। ତେବେ ଶର୍ମିଲାଙ୍କ ସହ ଏପରି ବ୍ୟବହାର କୁ ନେଇ ତାଙ୍କ ସମର୍ଥକ ମାନେ କ୍ଷମତାସୀନ ଟିଆରଏସ୍‌ ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ I

ପୂର୍ବରୁ ମଧ୍ୟ ୱାଇଏସ୍‌ ଶର୍ମିଲା କ୍ରମାଗତ ଭାବରେ ବିବାଦରେ ରହିଛନ୍ତି I ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ବିରୋଧରେ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । କେସିଆର ସରକାର ଦୁର୍ନୀତିରେ ଲିପ୍ତ ଥିବାରୁ ଶରମିଲାଙ୍କ ଦଳ ତାଙ୍କ ବିରୋଧରେ ଲୋକଙ୍କୁ ଜଣାଇବା ପାଇଁ ପଦଯାତ୍ରା କରୁଥିଲେ ।ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦଯାତ୍ରା କରିବା ସମୟରେ ତାଙ୍କୁ ଅଟକ ରଖାଯାଇଥିଲା । କୁହାଯାଉଛି ଯେ ଶର୍ମିଲା ରେଡ୍ଡୀଙ୍କୁ ସୋମାଜିଗୁଡାରୁ ଗିରଫ କରାଯାଇ ସ୍ଥାନୀୟ ପୋଲିସ ଷ୍ଟେସନକୁ ନିଆଯାଉଛି I