ୟୁଟ୍ୟୁବ ସର୍ଭର ଡାଉନ,ୟୁଜର୍ସ ହନ୍ତସନ୍ତ

ୟୁଟ୍ୟୁବ ସର୍ଭର ଡାଉନ,ୟୁଜର୍ସ ହନ୍ତସନ୍ତ
Samaya Live News Picture
Published On

ନୂଆଦିଲ୍ଲୀ : ସକାଳୁ ସକାଳୁ ଠପ ହେଲା ୟୁଟ୍ୟୁବ ସର୍ଭର I ଆଜି ସକାଳେ ପ୍ରାୟ ୧ ଘଣ୍ଟା ଧରି ୟୁଟ୍ୟୁବ ସେବା ପ୍ରଭାବିତ ହୋଇଥିଲା । ଫଳରେ ଭାରତ ସମେତ ସାରା ବିଶ୍ୱରେ ୟୁଜର୍ସ ହନ୍ତସନ୍ତ ହୋଇଥିଲେ । ଲକ୍ଷ ଲକ୍ଷ ବ୍ୟବହାରକାରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୟୁଜର୍ସ ସୋସିଆଲ ମିଡ଼ିଆରେ ୟୁଟ୍ୟୁବ ଡାଉନ୍‌ ବିଷୟରେ ପୋଷ୍ଟ କରିବା ପରେ #YoutubeDown ଏକ୍ସରେ ଟ୍ରେଣ୍ଡ କରିଥିଲା । ରିପୋର୍ଟ ଅନୁସାରେ କେବଳ ଭାରତରେ ପ୍ରାୟ ୧୦ହଜାର ଲୋକ ୟୁଟ୍ୟୁବ ଡାଉନ ବିଷୟରେ ଅଭିଯୋଗ କରିଥିଲେ । ତେବେ ଖାଲି ୟୁଟ୍ୟୁବ ନୁହେଁ ୟୁଜର୍ସ ମାନେ ଗୁଗୁଲ , ଆମାଜନ ୱେବ ସର୍ଭିସ ଏବଂ କ୍ଲାଉଡ଼ ଫ୍ଲେର ରେ     ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଆଜି ସକାଳେ ୟୁଜର୍ସ ମାନେ ୟୁଟ୍ୟୁବ ଖୋଲିବା ପରେ ସେମାନଙ୍କ ସ୍କ୍ରିନରେ “Something Went Wrong” ଲେଖାଥିବା ଏକ ମେସେଜ୍ ଦେଖିବାକୁ ପାଇଥିଲେ । ହୋମପେଜ୍ ଟି ମଧ୍ୟ ଦେଖାଯାଉ ନଥିଲା। ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ଉଭୟରେ ସମସ୍ୟା ଦେଖାଯାଉଥିଲା। ଯଦିଓ ୟୁଟ୍ୟୁବ ଆନୁଷ୍ଠାନିକ ଭାବରେ ସେବା ବନ୍ଦ ହେବାର ଘୋଷଣା କରିନାହିଁ, କମ୍ପାନୀ ଏବେ କହିଛି ଯେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା, ଏହାର ସମାଧାନ କରାଯାଇଛି ।  ୟୁଟ୍ୟୁବ୍ ବନ୍ଦ ହେବା ବିଷୟରେ ପ୍ରଥମେ ଆମେରିକୀୟ ବ୍ୟବହାରକାରୀଙ୍କ ଦ୍ୱାରା ରିପୋର୍ଟ କରାଯାଇଥିଲା।

 

Tags: