'ବନ୍ଦେ ମାତରଂ' ଗାନ ସମୟରେ ଠିଆ ହେବାକୁ ପଡିବ,ଖୁବ ଶୀଘ୍ର ଆସିବ ପ୍ରୋଟୋକଲ

'ବନ୍ଦେ ମାତରଂ' ଗାନ ସମୟରେ ଠିଆ ହେବାକୁ ପଡିବ,ଖୁବ ଶୀଘ୍ର ଆସିବ ପ୍ରୋଟୋକଲ
Samaya Live News Picture
Published On

ନୂଆଦିଲ୍ଲୀ :‘ବନ୍ଦେ ମାତରଂ’ ଗୀତକୁ ମିଳିବ ଜାତୀୟ ସଙ୍ଗୀତ ପରି ସମ୍ମାନ । ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ପ୍ରୋଟୋକଲ ଆଣିବାକୁ ଯୋଜନା କରୁଛନ୍ତି । ଚଳିତ ମାସର ପ୍ରାରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଭାରତର ଜାତୀୟ ସଂଗୀତ 'ଜନ ଗଣ ମନ' ଏବଂ ଜାତୀୟ ସଂଗୀତ 'ବନ୍ଦେ ମାତରଂ'କୁ ସମ୍ବିଧାନ ଅନୁସାରେ ସମାନ ସମ୍ମାନ ମିଳୁଛି । କିନ୍ତୁ ବ୍ୟବହାରରେ ଦୁଇ ଗୀତ ପାଇଁ ନିୟମ ଏବଂ ନିର୍ଦ୍ଦେଶାବଳୀରେ ବଡ଼ ଫରକ ରହିଛି । କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି ।

ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେବା ବାଧ୍ୟତାମୂଳକ, ଏବଂ ଏହାକୁ ଅପମାନ କରିବା ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ ଅନୁଯାୟୀ ଦଣ୍ଡନୀୟ। ଅନ୍ୟପକ୍ଷରେ, ଜାତୀୟ ଗୀତ ‘ବନ୍ଦେ ମାତରଂ ’ ଗାନ ସମୟରେ ଠିଆ ହେବା ପାଇଁ କୌଣସି ଆଇନଗତ ଆବଶ୍ୟକତା କିମ୍ବା ଲିଖିତ ନିୟମ ନାହିଁ।

ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ “ବନ୍ଦେ ମାତରମ୍” ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ପ୍ରମୁଖ ସ୍ଲୋଗାନ ପାଲଟିଥିଲା । ସମ୍ବିଧାନ ସଭା ଏହାକୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ଆହ୍ୱାନ କରାଯାଇଥିଲା । ତଥାପି, ବର୍ତ୍ତମାନ ଏହାର ଗାନ ପାଇଁ କୌଣସି ବାଧ୍ୟତାମୂଳକ ନିୟମ କିମ୍ବା ନିୟମ ନାହିଁ ।

Tags: