ସଡକ ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ଙ୍କ ମୃତ୍ୟୁ ,ପତ୍ନୀ ଗୁରୁତର

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ I ଓଏସଡି ମୋତିଲାଲ ସିଂହ ଏବଂ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ବସ୍ତି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାର ରୀ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ଦେହରେ ବାଡେଇ ହୋଇଯାଇଥିଲେ I ଏଥିରେ ମୋତିଲାଲ ସିଂହ ଙ୍କର ମୃତ୍ୟୁ ହେବା ସହିତ ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ […]

Samaya Live Picture
Published On

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ I ଓଏସଡି ମୋତିଲାଲ ସିଂହ ଏବଂ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ବସ୍ତି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାର ରୀ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ଦେହରେ ବାଡେଇ ହୋଇଯାଇଥିଲେ I ଏଥିରେ ମୋତିଲାଲ ସିଂହ ଙ୍କର ମୃତ୍ୟୁ ହେବା ସହିତ ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ କଲେଜରେ ଭର୍ତ୍ତି କରାଯାଇଛି । ମୋତିଲାଲଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କର କାର୍ଯ୍ୟକାଳ ସେପ୍ଟମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ । ଗୋରଖପୁର ନଗର ନିଗମ ଆୟୋଗରୁ ଅବସର ପରେ ମୋତିଲାଲ ଗୋରଖନାଥ ମନ୍ଦିର ଟ୍ରଷ୍ଟ ସହ ଜଡିତ ହୋଇଥିଲେ । ମନ୍ଦିରର ବିକାଶମୂଳକ କାର୍ଯ୍ୟ ସହ ଲୋକଙ୍କର ସମସ୍ୟା ବୁଝୁଥିଲେ ।