ରାମଦେବ ବାବା ଙ୍କ ନାଁ ରେ ରୁଜୁ ହେଲା ଏତଲା

ଜୈସାଲମେର : ଯୋଗ ଗୁରୁ ରାମ ଦେବଙ୍କ ପାଇଁ ବଢ଼ିଲା ଅଡୁଆ I ଧର୍ମକୁ ନେଇ ମନ୍ତବ୍ୟ ଦେବା ପରେ ବିବାଦରେ ବାବା ରାମଦେବ Iବାବା ରାମଦେବଙ୍କ ନାଁ ରେ ଥାନାରେ ରୁଜୁ ହେଲା ଏତଲା ! ଧର୍ମୀୟ ଭାବନା କୁ ଆଘାତ ଦେଇଥିବାରୁ ତାଙ୍କ ନାଁ ରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବା ରାମଦେବ ଦେଶରେ ହିସାଂ ସୃଷ୍ଟି କରୁଛନ୍ତି ଚର୍ଚ୍ଚା ଜୋରଧରିଛି । ଯୋଗ ଗୁରୁ ରାମଦେଙ୍କ […]

Samaya Live Picture
Published On

ଜୈସାଲମେର : ଯୋଗ ଗୁରୁ ରାମ ଦେବଙ୍କ ପାଇଁ ବଢ଼ିଲା ଅଡୁଆ I ଧର୍ମକୁ ନେଇ ମନ୍ତବ୍ୟ ଦେବା ପରେ ବିବାଦରେ ବାବା ରାମଦେବ Iବାବା ରାମଦେବଙ୍କ ନାଁ ରେ ଥାନାରେ ରୁଜୁ ହେଲା ଏତଲା ! ଧର୍ମୀୟ ଭାବନା କୁ ଆଘାତ ଦେଇଥିବାରୁ ତାଙ୍କ ନାଁ ରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବା ରାମଦେବ ଦେଶରେ ହିସାଂ ସୃଷ୍ଟି କରୁଛନ୍ତି ଚର୍ଚ୍ଚା ଜୋରଧରିଛି ।

ଯୋଗ ଗୁରୁ ରାମଦେଙ୍କ ବିରୋଧରେ ରାଜସ୍ଥାନରେ ବାଡମେର ଜିଲ୍ଲାରେ ଆଇପିସିର ଧାରା ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି । ଫେବ୍ରୁଆରୀ ୨ତାରିଖରେ ରାଜସ୍ଥାନରେ ଆୟୋଜିତ ସନ୍ଥ ସମାଜ ବୈଠକରେ ଇସଲାମକୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ଥାନାରେ ପହଁଚିଛି । ରାମଦେବ ହିନ୍ଦୁ ଧର୍ମ ସହ ଇସାଇ ଓ ଇସଲାମ ଧର୍ମକୁ ତୁଳନା କରିଥିଲେ । ସେ କହିଥିଲେ,ଇସଲାମ ଧର୍ମରେ କେବଳ ନମାଜ ପଢ଼ିବା ହିଁ ଏକ ଧାର୍ମିକ କାମ । ମୁସଲମାନମାନେ ନମାଜ ପଢ଼ିବା ପରେ ଯାହା କଲେ ଚଳିବ । ଏପରିକି ହିନ୍ଦୁ ଧର୍ମାବଲମ୍ବୀ ଯୁବତୀଙ୍କୁ ଉଠାଇ ନେବା, ଜିହାଦ ନାଁରେ ହିଂସାକାଣ୍ଡ ଘଟାଇଲେ ବି କୌଣସି ଅସୁବିଧା ନାହିଁ ।

ଯୋଗ ଗୁରୁ କହିଥିଲେକି ନମାଜ ପଢ଼ିଲେ ସେମାନଙ୍କ ପାଇଁ ଜନ୍ନତ ଯିବାର ବାଟ ଖୋଲିଯାଏ ବୋଲି ତାଙ୍କ ଗୁରୁ ଶିଖାଉଛନ୍ତି Iଏହାବାଦ ରାମଦେବ ଅନ୍ୟ ସମ୍ପ୍ରଦାୟର ବସ୍ତ୍ର ଧାରଣ ଉପରେ ମଧ୍ୟ କାଟୁ ମନ୍ତବ୍ୟ ଦେଇଥିଲେ I ରାମଦେବ ବାବାଙ୍କ ଏହି ବୟ୍ରାନକୁ ନେଇ ସ୍ଥାନୀୟ ଅଂଚଳର ପଠାଇ ଖାନ ନାମକ ବ୍ୟକ୍ତି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି ।ତେବେ ଏହାକୁ ଏପରି ବୟାନ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉ ଥିବା ଚର୍ଚ୍ଚା ଜୋର ଧରିଛି । ଚୋୖହଟନ ଥାନା ପ୍ରଭାରୀ ଭୂତରାମଙ୍କ ସୂଚନାନୁସାରେ ବାବାଙ୍କ ନାଁରେ ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି ।