ଦ୍ରୌପଦୀ ମୁର୍ମୁଙ୍କୁ ଚୀନ୍‌ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ନିଜର ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି, ଦ୍ୱିପାକ୍ଷିକ ସହଯୋଗ ଓ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଠିକ ଭାବରେ ଦୂର […]

Samaya Live Picture
Published On

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ନିଜର ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି, ଦ୍ୱିପାକ୍ଷିକ ସହଯୋଗ ଓ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଠିକ ଭାବରେ ଦୂର କରିବାକୁ ସେ ମୁର୍ମୁଙ୍କ ସହ ମିଳିମିଶି କାମ କରିବାକୁ ସେ ପ୍ରସ୍ତୁତ । ସେ କହିଛନ୍ତି ଯେ, ଭାରତ ଓ ଚୀନ ଦୁଇ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ । ଏହି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସୁସସମ୍ପର୍କ ରହିବା ଦୁଇ ଦେଶ ଓ ଲୋକମାନଙ୍କ ପାଇଁ ମଙ୍ଗଳକର । ଏହା ମଧ୍ୟ ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ବେଶ ଜରୁରୀ ।

ସେ କହିଛନ୍ତି ଯେ ସେ ଭାରତ-ଚୀନ ସଂପର୍କକୁ ଗୁରୁତ୍ୱ ଦେଉଛନ୍ତି । ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି କରି ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବାକୁ ସେ ମୁର୍ମୁଙ୍କ ସହ କାମ କରିବାକୁ ପ୍ରସ୍ତୁତ ।