ଆଉଥରେ ରିଟର୍ଣ୍ଣ କରିବେକି ସିଦ୍ଧୁ ?
ଜଣେ କ୍ରିକେଟର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ନବଜୋତ ସିଂ ସିଦ୍ଧୁ ଚର୍ଚ୍ଚାରେ ରହିଛନ୍ତି । ସିଦ୍ଧୁଙ୍କ ସ୍ତ୍ରୀ କହୁଛନ୍ତି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କର ନଚେତ, ଆମେ ରାଜନୀତିକୁ ଆସିବୁନି । ଏହି କଥାକୁ ନେଇ ପଞ୍ଜାବ କଂଗ୍ରେସ ରେ ଝଡ ସୃଷ୍ଟି ହୋଇଛି କାହିଁକି ନା ସିଦ୍ଧୁ ଜଣେ ସର୍ବଗୁଣ ସମ୍ପର୍ଣ୍ଣ ବ୍ୟକ୍ତି । କିଛି ଦିନ ହେବ ତାଙ୍କୁ ଟିଭି ସୋ କ୍ରିକେଟ କମେଂଟ୍ରି ଓ ସୋରେ ସାଏରି କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତମାନ ପଞ୍ଜାବରେ ଆଗକୁ ନିର୍ବାଚନ ଥିବାରୁ ପଞ୍ଜାବ କଂଗ୍ରେସରେ ଦେଖାଦେଇଛି ତୁମ୍ବି ତୋଫାନ ।
ପଞ୍ଜାବ ବିଧାନସଭା ନିର୍ବାଚନକୁ ଆହୁରୀ ଏକ ବର୍ଷ ସମୟ ବାକି ଅଛି । କିନ୍ତୁ ଏବେ ଠୁ ହିଁ ପଞ୍ଜାବ ରାଜନୀତି ସରଗରମ । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ରାଜନୀତିକୁ ଫେରିବା କଥାକୁ ନେଇ ସ୍ତ୍ରୀ ନବଜୋତ କୌର ଦେଲେ ବଡ ବୟାନ । ନବଜୋତ କୌର କହିଛନ୍ତି ଯେ, ନବଜୋତ ସିଂ ସିଦ୍ଧୁଙ୍କୁ କୌଣସି ଦଳ ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା କଲେ ହିଁ ସେ ରାଜନୀତିକୁ ଫେରିବୋ ସେ ଦାବି କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁହଁ ହେବାକୁ ହେଲେ ୫୦୦ କୋଟି ଟଙ୍କା ଦେବାକୁ ପଡିଥାଏା କିନ୍ତୁ ସିଦ୍ଧୁଙ୍କ ପାଖରେ ଏତେ ଟଙ୍କା ନାହିିାଁ ସିଦ୍ଧୁଙ୍କ ପତôୀ ଆହୁରୀ କହିଛନ୍ତି ଯେ, ସେ ଟଙ୍କା ଦେଇପାରିବେ ନାହିାଁ କିନ୍ତୁ ଫଳାଫଳ ଦେଇ ଦଳକୁ ଜିତେଇପାରିବୋ ସିଦ୍ଧୁ କଂଗ୍ରେସ ସହିତ ଦୀର୍ଘ ଦିନରୁ ଜଡିତା ବିଶେଷକରି ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତି ତାଙ୍କର ବିଶେଷ ସମ୍ନାନ ରହିଛିା କିନ୍ତୁ କଂଗ୍ରେସ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରିବନିା କାରଣ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ହିଁ ପାଂଚ ଜଣ ରେସରେ ଅଛନ୍ତିା ସେ ଆହୁରୀ ମଧ୍ୟ କହିଛନ୍ତି ସିଦ୍ଧୁ ଟଙ୍କା ପାଇଁ ରାଜନୀତିରେ ପ୍ରବେଶ କରିନଥିଲୋ ବରଂ କାମ ପାଇଁ ରାଜନୀତିକୁ ଆସିଥିଲୋ ଯଦି କୌଣସି ଦଳ ତାଙ୍କୁ ପଂଜାବ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରନ୍ତିା ତେବେ ସେ ପଂଜାବକୁ ସୁବର୍ଣ୍ଣ ରାଜ୍ୟ କରିବୋ କୌରଙ୍କ ବୟାନ ପରେ ୨୦୨୭ ନିର୍ବାଚନରେ ସିଦ୍ଧୁ କଣ ବଡ ପଦେକ୍ଷପ ନେବେ, ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ କଣ ହେବା କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାର ରିକ୍ସ ନେବ କି ନାହିଁ ତାକୁ ନେଇ ରାଜନୌତିକ ଚର୍ଚ୍ଚା ଜୋର ଚାଲିଛିା ବିଜେପିି ସିଦ୍ଧୁଙ୍କୁ କିଛି ଦାୟିତ୍ୱ ଦେଲେ ଫେରିବେ କି ନାହିଁ ପଚାରିବାରୁ ସେ କହିଛନ୍ତି, ମୁଁ ତାଙ୍କ ପକ୍ଷରୁ ଏ ବାବଦରେ କିଛି କହିପାରିବି ନାହିାଁ ଡକ୍ଟର ନବଜୋତ କୌର କହିଛନ୍ତି ଯେ, ପଞ୍ଜାବରେ ଲୋକମାନେ ପ୍ରତିଦିନ କାନ୍ଦୁଛନ୍ତିା କେବଳ ଏତିକି ନୁହେଁ ଚାକିରିର ବିଶେଷ ସୁବିଧାନଥିବାରୁ ଲୋକମାନେ ବ୍ୟବସାୟୀମାନେ ବାହାରକୁ ଯାଉଛନ୍ତିା ଅନ୍ୟପଟେ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତା ସମୟରେ ଯେ ପଞ୍ଜାବରେ ଆଇନ ଶୃଙ୍ଖଳା କ୍ରମାଗତ ଭାବେ ଖରାପ ହୋଇଚାଲିଛିା ଏବଂ ସରକାର ପ୍ରସଙ୍ଗ ଉପରେ ସରକାର ବିଶେଷ ଧ୍ୟାନ ଦେଉନାହାନ୍ତିା ବୌଠକ ସମୟରେ, ସେ ରାଜ୍ୟପାଳଙ୍କୁ ବିଭିନ୍ନ ସାମାଜିକ ଏବଂ ବିକାଶମୂଳକ ପ୍ରସଙ୍ଗ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ତାଙ୍କ କହିବା ଅନୁଯାୟୀ ପଞ୍ଜାବରେ ଜଣେ ଏମିତି ରାଜନେତାର ଅବଶ୍ୟକତା ଅଛି ଯେକି କେବଳ ରାଜନୀତି ନୁହେଁ ଲୋକଙ୍କ ସମସ୍ୟାର ସମାଧାନ କରିପାରିବା I


