ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ବି ରାଘବ...?

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ବି ରାଘବ...?
Samaya Live News Picture
Published On

କେବେକେବେ ରାଜନୀତିରେ କିଛି ଘଟଣା ହଠାତ୍ ଘଟୋ କିନ୍ତୁ ସେହି ଘଟଣା ପଛରେ ଥାଏ ଅନେକ ଦିନର ଯୋଜନାା ଦେଶର ରାଜନୀତିକୁ ହଲଚଲ କରିଦେଇଥିବା ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ ଅଛିା ଦେଶର ରାଜନୀତି ରେ ଏକ ବଡ ପରିବର୍ତନ ଆସିଛି ଯେତେବେଳେ ରାଘବ ଚଡ୍ଡାଙ୍କ ସମେତ ଆମ ଆଦର୍ମୀ ପାର୍ଟିର ୭ ଜଣ ରାଜ୍ୟସଭା ସାଂସଦ ସେମାନେ ଏକକାଳୀନ ଦଳ ଛାଡି ବିଜେପିର ଯୋଗ ଦେଇଛନ୍ତିା  ତେବେ ଏହାକୁ କେବଳ ଏକ ରାଜନୈତିକ ପରିବର୍ତନ ନୁହେଁ କୁହାଯାଉନି ଏହାକୁ ଏକ ଜାଣିଶୁଣି ନିଆଯାଇଥିବା ପଦକ୍ଷେପ ବୋଲି କୁହାଯାଉଛିା କାରଣ ଏହି ନିଷ୍ପତି ସିଧାସଳଖ ଦଳବଦଳ ବିରୋଧୀ ଆଇନର ୨-୩ ନିୟମ ଅନୁଯାୟୀ ନିଆଯାଇଥିଲାା ଭାରତର ଦଳଦଳନ ବିରୋଧୀ ଆଇନ ଅନୁସାରେ, ଯଦି ଏକ ଦଳର ଦୁଇ-ତୃତୀୟାଂଶ ସଦସ୍ୟ ଏକାଠି ହୋଇ ଅନ୍ୟ ଦଳରେ ମିଶିଯାନ୍ତି, ତେବେ ଏହାକୁ “ଦଳତ୍ୟାଗ” ନୁହେଁ ବରଂ “ମର୍ଜର” ବୋଲି ଗଣାଯାଏ। ଏଥିରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ ନାହିଁ। ଏଠାରେ ମଧ୍ୟ ସେହି ନିୟମକୁ ଲାଗୁ କରାଯାଇଥିବା କୁହାଯାଉଛି। ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ମଧ୍ୟରୁ ୭ ଜଣ ଏକାଠି ଦଳ ଛାଡିଥିବାରୁ, ଏହି ପଦକ୍ଷେପ ଆଇନଗତ ଭାବରେ ସୁରକ୍ଷିତ ରହିପାରେ।

ଏକ ସାମ୍ବାଦିକ ସମ୍ମିଳନୀରେ ରାଘବ ଚଢା ତାଙ୍କ ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ସେ ଦୀର୍ଘ ୧୫ ବର୍ଷ ଧରି ସେ ଆପ ସହିତ ଜଡିତ ଥିଲେ ଏବଂ ଦଳର ଗଠନ ଓ ବିସ୍ତାରରେ ନିଜ ଯୁବଜୀବନର ବଡ଼ ଅଂଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଦଳ ତାହାର ପ୍ରାରମ୍ଭିକ ମୂଲ୍ୟବୋଧ ଓ ନୀତିରୁ ଦୂରେଇଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ, ଆପ ଆଜି ଦେଶ ସେବାରୁ ଅଧିକ ବ୍ୟକ୍ତିଗତ ଲାଭ ଓ ସ୍ୱାର୍ଥରେ ଲିପ୍ତ ହୋଇପଡ଼ିଛି।

ରାଘବ ଚଢା ଆହୁରି କହିଥିଲେ ଯେ ସେ ଗତ କିଛି ବର୍ଷ ଧରି ଦଳୀୟ କାର୍ୟ୍ୟକଳାପରୁ ଦୂରେଇ ରହିଥିଲେ, କାରଣ ସେ ଦଳର କିଛି ନିଷ୍ପତ୍ତି ଓ କାର୍ୟ୍ୟପ୍ରଣାଳୀ ସହିତ ସହମତ ନଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ନିଜକୁ “ଭୁଲ ଦଳରେ ଠିକ୍ ଲୋକ” ଭାବେ ଅନୁଭବ କରୁଥିଲେ। ଏହି ପରିସ୍ଥିତିରେ ସେ ଦୁଇଟି ବିକଳ୍ପ ଆଗରେ ଦେଖିଥିଲେ—ରାଜନୀତି ଛାଡିଦେବା କିମ୍ବା ଏମିତି ଏକ ଦଳ ସହିତ ଯୋଗ ଦେବା ଯେଉଁଠାରେ ସେ ଦେଶ ପାଇଁ କାମ କରିପାରିବେ। ଶେଷରେ ସେ ବିଜେପିକୁ ଚୟନ କରିଥିଲେ।

ତାଙ୍କ ବକ୍ତବ୍ୟରେ ସେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ ଯେ ଦେଶର ଉନ୍ନତି ପାଇଁ ବିଜେପି ସରକାର ଅନେକ ସାହସିକ ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ ଆତଙ୍କବାଦ ଦମନରୁ ଆରମ୍ଭ କରି ଭାରତକୁ ବିଶ୍ୱ ଅର୍ଥନୀତିରେ ଶକ୍ତିଶାଳୀ ସ୍ଥାନରେ ପହଞ୍ଚାଇବା ପର୍ୟ୍ୟନ୍ତ ବହୁତ କାମ ହୋଇଛି।

ତଥାପି, ଏହା କେବଳ ଆଇନୀ ପ୍ରସଙ୍ଗ ନୁହେଁ—ଏହାର ରାଜନୈତିକ ପ୍ରଭାବ ବହୁତ ଗଭୀର। ସଂସଦରେ ଆମ ଆଦମୀ ପାର୍ଟିର ଶକ୍ତି ଦୁର୍ବଳ ହେବା ସହିତ, ଏହା ଦଳ ଭିତରେ ଥିବା ଅସନ୍ତୋଷକୁ ମଧ୍ୟ ସାମ୍ନାକୁ ଆଣିଛି। ଏହା ଦେଖାଉଛି ଯେ ଦଳର ଭିତରେ ଦୀର୍ଘ ସମୟ ଧରି କିଛି ମତଭେଦ ଏବଂ ଅସନ୍ତୁଷ୍ଟି ରହିଥିଲା, ଯାହା ଏବେ ଖୋଲା ଆକାର ନେଇଛି।

Tags: