ୟୁନୁସଙ୍କୁ କାହିଁକି ଅପରାଧୀ ବିବଚେନା କରାଯିବନି : ତସଲିମା

ୟୁନୁସଙ୍କୁ କାହିଁକି ଅପରାଧୀ ବିବଚେନା କରାଯିବନି : ତସଲିମା
Samaya Live Desk Picture
Published On


ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ  ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍‌) ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପରେ ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ ଏନେଇ ଆଇସିଟି ଉପରେ ତୀବ୍ର ବର୍ଷିଛନ୍ତି। ତସଲିମା କହିଛନ୍ତି, ହସିନାଙ୍କୁ କାହିଁକି ଅପରାଧୀ ବି‌ବେଚନା କରାଯାଉଛି। ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏବଂ ତାଙ୍କ ଜିହାଦୀ ବାହିନୀକୁ କାହିଁକି ଅପରାଧୀ ବିବେଚନା କରାଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ୧୯୯୪ ମସିହାରୁ ଭାରତରେ ନିର୍ବାସିତ ଭାବେ ରହୁଥିବା ତସଲିମା ଏକ୍ସରେ ଏକ ପୋଷ୍ଟ୍‌ କରି ୟୁନୁସଙ୍କ ଶାସନକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇବାପାଇଁ ନିର୍ଦ୍ଦେଶ ଦେଇଥିବା ଆତଙ୍କବାଦୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି। ସେ କହିଛନ୍ତି, ୟୁନୁସ ଏବଂ ତାଙ୍କ ଜିହାଦୀ ବାହିନୀ ଯେଉଁ କାର୍ଯ୍ୟ କରିଛନ୍ତି ସେହି କାର୍ଯ୍ୟ ପାଇଁ ହସିନାଙ୍କୁ କାହିଁକି ଦଣ୍ଡାଦେଶ କରାଯାଇଛି। ବାଂଲାଦେଶରେ ନ୍ୟାୟ ନାମରେ ଏମିତି ଫାର୍ସ କେବେ ଶେଷ ହେବ ବୋଲି ତସଲିମା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଜଣେ ହିଂସ‌ା ଉପୁଯାଇବ ଏବଂ କ୍ଷମତାରେ ଥିବା ସରକାର ଗୁଳି କରିବାକୁ ନିର୍ଦ୍ଦେଶ ଦେବେ ଏହାକୁ ଅପରାଧ କୁହାଯିବନି। ତେଣୁ ଯେଉଁମା‌ନେ ହିଂସା ଘଟାଇଛନ୍ତି ସେମାନଙ୍କୁ ଗୁଳି କରିବାପାଇଁ ହସିନା ଗତ ଜୁଲାଇରେ ଦେଇଥିବା ନିର୍ଦ୍ଦେଶକୁ କାହିଁକି ଅପରାଧ ବିବେଚନା କରାଯିବ ।