କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି I ନିଜର ଉତ୍ତରାଧିକାରୀ ଚୟନ କରିବାକୁ ଭାରତ ସରକାର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କୁ ନିର୍ଦେଶ ଦେଇଛନ୍ତି I ଏନେଇ ଗଣମାଧ୍ୟମ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି I ସୂଚନାନୁସାରେ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଦେଶର ୪୯ ତମ CJI ଉଦୟ ଉମେଶ ଲଲିତ ଆସନ୍ତା ନଭେମ୍ବର ୮ ରେ ଅବସର ନେବାକୁ ଯାଉଛନ୍ତି । ଏହା […]

Samaya Live Picture
Published On

ନୂଆଦିଲ୍ଲୀ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି I ନିଜର ଉତ୍ତରାଧିକାରୀ ଚୟନ କରିବାକୁ ଭାରତ ସରକାର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କୁ ନିର୍ଦେଶ ଦେଇଛନ୍ତି I ଏନେଇ ଗଣମାଧ୍ୟମ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି I

ସୂଚନାନୁସାରେ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଦେଶର ୪୯ ତମ CJI ଉଦୟ ଉମେଶ ଲଲିତ ଆସନ୍ତା ନଭେମ୍ବର ୮ ରେ ଅବସର ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ନିଅଯର ଉତ୍ତରାଧିକାରୀ ଚୟନ କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ର ପ୍ରଧାନ ବିଚାରପତି ୟୁ ୟୁ ଲଲିତଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପ୍ରଧାନ ବିଚାରପତି ଲଲିତଙ୍କ ଅବସର ପାଇଁ ମାତ୍ର ଏକ ମାସ ବାକି ଅଛି I ସେ ପୂର୍ବତନ ପ୍ରଧାନ ବିଚାରପତି ଏନ .ଭି .ରମନ୍ନାଙ୍କ ସ୍ଥାନରେ ଅଗଷ୍ଟ ୨୭ ତାରିଖରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ପରମ୍ପରା ଏବଂ ବରିଷ୍ଠତା ଭିତ୍ତିରେ ପୂର୍ବତନ ପ୍ରଧାନ ବିଚାରପତି ଏନ .ଭି .ରମନ୍ନା ଜଷ୍ଟିସ ଲଲିତଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ଚୟନ କରିଥିଲେ। ଏହା ପରେ ରାଷ୍ଟ୍ରପତି ଜଷ୍ଟିସ ଲଲିତଙ୍କୁ ନୂତନ ସିଜେ ଭାବେ ନିଯୁକ୍ତି ଦେଇଥିଲେ ।

ସେହିପରି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ପରେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଡିୱାଇ.ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ହେବାରେ ଯୋଗ୍ୟ ବିବେଚିତ ହୋଇପାରନ୍ତି। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡିୱାଇ ଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ଗତ ଅଗଷ୍ଟ ୨୭ ତାରିଖରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଥିଲେ। ବିଚାରପତି ଲଳିତଙ୍କ ୭୪ ଦିନ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେଉଛି। ବିଚାରପତି ଲଳିତ ହେଉଛନ୍ତି ବାର୍‌ରୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ହୋଇଥିବା ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି।