ଗୁଗୁଲ ଉପରେ ପୁଣି ୯୩୬ କୋଟିର ଜରିମାନା
ନୂଆଦିଲ୍ଲୀ: ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା କରାଯାଇଛି । ଚଳିତ ମାସରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କା (୧୧୩.୦୪ ନିୟୁତ ଡଲାର)ର ଜରିମାନା କରାଯାଇଛି । ଉଲ୍ଲେଖଯୋଗ୍ୟ, ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍ ଉପରେ […]
ନୂଆଦିଲ୍ଲୀ: ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା କରାଯାଇଛି । ଚଳିତ ମାସରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କା (୧୧୩.୦୪ ନିୟୁତ ଡଲାର)ର ଜରିମାନା କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହାଫଳରେ ଏକ ସପ୍ତାହ ମଧ୍ୟରେ ଗୁଗୁଲ ଉପରେ ଜରିମାନାର ପରିମାଣ ୨୨୭୪ କୋଟି ଟଙ୍କାରେ ପହଞ୍ଚିଛି । ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ଆଜି ୯୩୬ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଗୁଗୁଲ୍ ତାର ପ୍ଲେଷ୍ଟୋର ନୀତିରେ ପକ୍ଷପାତିତା କରିବା ସହ ନିଜ ପ୍ରଡକଫଗୁଡ଼ିକୁ ପ୍ରସାରିତ କରିବା ଲାଗି ପ୍ଲେଷ୍ଟୋରର ଅପବ୍ୟବହାର କରୁଥିଲା । ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ ଗୁଗୁଲ୍ ଏହାର ଆଧିପତ୍ୟକୁ ଅପବ୍ୟବହାର କରିଥିବା ସିସିଆଇ କହିଛନ୍ତି ।
ଏକ ସ୍ମାର୍ଟଫୋନରେ ଆପ୍ ଏବଂ ପ୍ରୋଗ୍ରାମ୍ ଚାଲିବା ଲାଗି ଏକ ଅପରେଟିଂ ସିଷ୍ଟମ୍ ଦରକାର । ଆଣ୍ଡ୍ରଏଡ୍ ହେଉଛି ସେଭଳି ଏକ ଅପରେଟିଂ ସିଷ୍ଟମ୍ ଯାହାକୁ ୨୦୧୫ରେ ଗୁଗୁଲ୍ ଅଧିଗ୍ରହଣ କରିଥିଲା । ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ଏଯାବି ୨୨୭୪ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି । ଏହା ଭାରତୀୟ ଓ ଏଠାକାର ବ୍ୟବସାୟୀମାନଙ୍କ ପାଇଁ ଏକ ଶକ୍ତ ଧMା ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି ।




