ଆଜି ୨ୟ ପର୍ଯ୍ୟାୟ ଭୋଟ ଦେଉଛି ପଶ୍ଚିମବଙ୍ଗ
୧୪୨ଟି ଆସନ ପାଇଁ ଚାଲିଛି ମତଦାନ
ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୪୨ଟି ଆସନ ପାଇଁ ମତଦାନ ହେବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୩.୨୧ କୋଟି ଭୋଟର ସେମାନଙ୍କ ମତଦାନ କରିବେ।
ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଭବାନୀପୁର) ଏବଂ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ସମେତ ଅନେକ ପ୍ରତିଷ୍ଠିତ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରତ୍ୟେକ ବୁଥର ମତଦାନ ପ୍ରକ୍ରିୟାକୁ ୱେବକାଷ୍ଠିଂ କରାଯାଉଛି । ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନ୍ଆଇଏ ଅଧିକାରୀମାନେ କୋଲକାତାରେ ପହଞ୍ଚି ସାରିଛନ୍ତି। ଉତ୍ତରପ୍ରଦେଶ ଏନ୍କାଉଣ୍ଟର ସ୍ପେସାଲିଷ୍ଟ ତଥା ଆଇପିଏସ୍ ଅଫିସର ଅଜୟ ପାଲ୍ ଶର୍ମା ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପାଇଁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ମୁତୟନ ହୋଇଛନ୍ତି।
Tags:



