ଆସନ୍ତାକାଲି ପଶ୍ଚିମବଙ୍ଗରେ ଶପଥ ଗ୍ରହଣ ଉତ୍ସବ

କୋଲକାତା‌ରେ ପହଞ୍ଚିଲେ ଅମିତ ଶାହ

ଆସନ୍ତାକାଲି ପଶ୍ଚିମବଙ୍ଗରେ ଶପଥ ଗ୍ରହଣ ଉତ୍ସବ
Samaya Live Desk Picture
Published On

କୋଲକାତା : ପଶ୍ଚିମବଙ୍ଗରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ପଶ୍ଚିମବଙ୍ଗ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ରାଜ୍ୟପାଳ ଆରଏନ୍‌ ରବି ବିଧାନସଭା ଭଙ୍ଗ କରିଥିଲେ ଏବଂ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ  ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଥିଲେ। ଏହାଦ୍ବାରା ମମତାଙ୍କ କାର୍ଯ୍ୟକାଳ ଶେଷ ହେବା ସହ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଲା।  ବିଧାନସଭା ଭଙ୍ଗ ନେଇ ରାଜଭବନ ପକ୍ଷରୁ ଏକ ଚିଠି ଜାରି ହୋଇଛି ଯେଉଁଥିରେ ରାଜ୍ୟପାଳ ଲେଖିଛନ୍ତି, ସମ୍ବିଧାନର ଧାରା ୧୭୪(୨) (ବି) ଦ୍ବାରା ମତେ ମିଳିଥିବା କ୍ଷମତା ଅନୁଯାୟୀ ମୁଁ ୨୦୨୬ ମେ’ ୭ ତାରିଖରୁ ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରୁଛି। ବିଧାନସଭା ଭଙ୍ଗ ସହ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ଡଳ ବରଖାସ୍ତ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ଭାବେ ମମତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।  ଅନ୍ୟପକ୍ଷେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ହେବ ଏବଂ ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇଯିବ। ଶାହ ଆଜି କୋଲକାତାରେ ପହଞ୍ଚିବାପରେ ଦ‌କ୍ଷିଣେଶ୍ବର କାଳି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। 

 

Tags: