ସେନାରେ ମହିଳାଙ୍କ ପ୍ରବେଶକୁ ନେଇ ସେନାମୁଖ୍ୟ କଲେ ଉତ୍ସାହ
ପୁଣେ : ଅକ୍ଟୋବର ୨୯: ଭାରତୀୟ ସେନାରେ ମହିଳାଙ୍କ ପ୍ରବେଶ ନେଇ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କିଛି ବର୍ଷ ପରେ ମୋ ପଦବୀରେ ଆପଣମାନେ ମହିଳାମାନଙ୍କୁ ଦେଖିବା । ‘ନ୍ୟାସନାଲ୍ ଡିଫେନ୍ସ ଏକାଡେମି’ରେ (ଏନ୍ଡିଏ)ରେ ମହିଳା କ୍ୟାଡେଟ୍ଙ୍କ ପ୍ରବେଶ ଉତ୍ସବରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରୱଣେ ପ୍ରଶଂସା କର ଏହିପରି କହିଛନ୍ତି । ସୂଚନା ଅନୁସାରେ, ପୁଣେ ସ୍ଥିତ ଏନ୍ଡିଏ ୧୪୧ତମ ପାଠ୍ୟକ୍ରମର ପାସିଙ୍ଗ୍ ଆଉଟ୍ ପରେଡର […]
ପୁଣେ : ଅକ୍ଟୋବର ୨୯: ଭାରତୀୟ ସେନାରେ ମହିଳାଙ୍କ ପ୍ରବେଶ ନେଇ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କିଛି ବର୍ଷ ପରେ ମୋ ପଦବୀରେ ଆପଣମାନେ ମହିଳାମାନଙ୍କୁ ଦେଖିବା । ‘ନ୍ୟାସନାଲ୍ ଡିଫେନ୍ସ ଏକାଡେମି’ରେ (ଏନ୍ଡିଏ)ରେ ମହିଳା କ୍ୟାଡେଟ୍ଙ୍କ ପ୍ରବେଶ ଉତ୍ସବରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରୱଣେ ପ୍ରଶଂସା କର ଏହିପରି କହିଛନ୍ତି ।
ସୂଚନା ଅନୁସାରେ, ପୁଣେ ସ୍ଥିତ ଏନ୍ଡିଏ ୧୪୧ତମ ପାଠ୍ୟକ୍ରମର ପାସିଙ୍ଗ୍ ଆଉଟ୍ ପରେଡର ସମୀକ୍ଷା କରିବା ପରେ ସେନାମୁଖ୍ୟ କ୍ୟାଡେଟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଛନ୍ତି, ଏନ୍ଡିଏରେ ମହିଳାମାନେ ତାଲିମ ପାଇ ପରେ ଶସସ୍ତ୍ରବାହିନୀରେ ସାମିଲ ହେବାକୁ ଯାଉଛନ୍ତି । ଏହା ହେଉଛି ଲିଙ୍ଗଗତ ସମାନତା ପ୍ରତି ପ୍ରଥମ ପଦକ୍ଷେପ । ମହିଳାମାନଙ୍କ ତାଲିମ ସକାଶେ ଭିତ୍ତିଭୂମି ସାମାନ୍ୟ ପରିବର୍ତ୍ତନ ହେବ କି;ୁ, ତାଲିମ ପୁରୁଷମାନଙ୍କୁ ଦିଆଯାଉଥିବା ତାଲିମ ପରି ରହିବ । ଆଧୁନିକିକରଣ ଏବଂ ପ୍ରତିରକ୍ଷା ତାଲିମରେ ମହିଳାମାନଙ୍କୁ ସାମିଲ କରାଯାଉଥିବାରୁ ଆଗାମୀ ଦିନରେ ମୋ ପଦବୀରେ ନାରୀମାନଙ୍କୁ ଦେଖିବାକୁ ପାଇବା ।
ତେବେ ପୁରୁଣା ଦିନର ସ୍ମୃତିକୁ ମନେପକାଇ ସେ କହିଲେ, ପ୍ରାୟ ୪୨ ବର୍ଷ ତଳେ ଆଜି ଆପଣମାନେ ଯେଉଁ ଡ୍ରିଲ୍ ସ୍କାୟାର୍ରେ ଠିଆ ହୋଇଛନ୍ତି ମୁଁ ମଧ୍ୟ ଜଣେ କ୍ୟାଡେଟ୍ ଭାବେ ସେଠାରେ ଠିଆ ହୋଇଥିଲି । ଦିନେ ମୁଁ ମଧ୍ୟ ଏହି ପରେଡ ସମୀକ୍ଷା କରିବି ବୋଲି କଳ୍ପନା କରି ନ ଥିଲି । ନିର୍ଦ୍ଧାରିତ କ୍ଷେତ୍ରରେ ଅଧିକ ସାମରିକ ତାଲିମ ପାଇଁ ଏବେ ଠାରୁ ଆପଣମାନେ ଭିନ୍ନ ଭିନ୍ନ ସର୍ଭିସ୍ ଏକାଡେମିରେ ପ୍ରବେଶ କରିବେ । ଭିନ୍ନ ଭିନ୍ନ ୟୁନିଫର୍ମ ପରିଧାନ କରିବେ । କି;ୁ, ସବୁବେଳେ ମନେରଖିଥିବ ଯେ, କୌଣସି ଗୋଟିଏ ବାହିନୀ ଏକାକୀ ଲଢ଼ି ଆଧୁନିକ ଯୁଦ୍ଧ ଜିଣି ପାରିବ ନାହିଁ । ଏହା ସଶସ୍ତ୍ର ବାହିନୀରେ ଲିଙ୍ଗଗତ ସାମ୍ୟତା ପ୍ରତି ପ୍ରଥମ ପଦକ୍ଷେପ ।




