ମିଜୋରାମ: ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମିଜୋରାମ: ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଆଇଜଲ: ଜଳବାହିତ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ମିଜୋରାମର ଲୋଙ୍ଗଲାଇ ଜିଲ୍ଲାର ଏକ ଗାଁରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମ୍ୟାଁମାରରୁ ଆସିଥିବା ଜଣେ ଲୋକଙ୍କ ଯୋଗୁଁ ଏହି ରୋଗ ବ୍ୟାପିଥିବା କୁହାଯାଇଛି। ମ୍ୟାଁମାର ସୀମାକୁ ଲାଗିଥିବା କାଖିଚୁହା ଗାଁରେ ୧୩୦ ପରିବାର ରହୁଥିବାବେଳେ ନଭେମ୍ବର ୪ରେ ମ୍ୟାଁମାରର ଜଣେ ଲୋକ ସେଠାକୁ ଆସିବା ପରେ ୬ ଜଣ ଲୋକଙ୍କର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ମୃତ୍ୟୁ ହୋଇଥିବାବେଳେ ୮୪ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ‌ହେଉଥିବା ଲୋଙ୍ଗଲାଇ ଜିଲ୍ଲା ହସ୍ପିଟାଲର ମେଡିକାଲ ଅଫିସ ଡାକ୍ତର ମାଲସାୱମଟଲୁଆଙ୍ଗା କହିଛନ୍ତି। ନଭେମ୍ବର ୧୧ରୁ ଏକ ମେଡିକାଲ ଟିମ ଗାଁରେ ଉପସ୍ଥିତ ଅଛି। ରୋଗ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ନିରୀକ୍ଷଣ କରାଯିବା ସହିତ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁ ଘରଗୁଡ଼ିକରେ ସ୍ବଚ୍ଛ ପାଣି ଯୋଗାଣ ବ୍ୟବସ୍ଥା ନାହିଁ ସେଠାରେ ଅଧିକ ରୋଗ ବ୍ୟାପିଥିବା ଦେଖାଯାଇଛି। ତେଣୁ ପାଣି ଫୁଟେଇ କିମ୍ବା ବିଶୁଦ୍ଧ ଜଳ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ମିଜୋରାମର ସିହା ଜିଲ୍ଲାରେ ମଧ୍ୟ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ବ୍ୟାପିଛି। ଏଠାରେ ନଭେମ୍ବର ୧୩ରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। 

Read More ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ମାଓନେତା

Tags: