ଆମେରିକା ଯୁଦ୍ଧ ଯାହାଜକୁ ସମୁଦ୍ର ଚଟାଣକୁ ପଠାଇଦେବୁ, ଟ୍ରମ୍ପଙ୍କୁ ଖେମିନିଙ୍କ ଚେତାବନୀ

ଆମେରିକା ଯୁଦ୍ଧ ଯାହାଜକୁ ସମୁଦ୍ର ଚଟାଣକୁ ପଠାଇଦେବୁ, ଟ୍ରମ୍ପଙ୍କୁ ଖେମିନିଙ୍କ ଚେତାବନୀ

ତେହେରାନ୍ : ଆମେରିକା-ଇରାନ ମଧ୍ୟରେ ପରମାଣୁ କଥାବାର୍ତ୍ତା ଗତକାଲି ଜେନେଭାରେ ୩ ଘଣ୍ଟା ଧରି ଚାଲିଥିଲା। ଓମାନ ମଧ୍ୟସ୍ଥତାରେ ଏହି କଥାବାର୍ତ୍ତା ହୋଇଥିଲା।ତେବେ ୩ ଘଣ୍ଟାର ଆଲୋଚନା ପ‌ରେ ପରମାଣୁ କଥାବାର୍ତ୍ତା ଏକ ସଫଳପ୍ରଦ ଦିଗରେ ଆଗକୁ ଆଗେଇଛି ବୋଲି ଓମାନ କହିଥିଲେ ମଧ୍ୟ ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି।  ଆୟାତୋଲ୍ଲା ଖେମିନି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଆଡ଼କୁ ଯୁଦ୍ଧପୋତ ପଠାଇଥିବା କଥା କହି ବାରମ୍ଵାର ଇରାନକୁ ବାରମ୍ବାର ଧମକ ଦେଇଛନ୍ତି।  କିନ୍ତୁ ସେ ଜାଣି ରଖନ୍ତୁ ଇରାନ୍ କେବେବି ଡରିବ ନାହିଁ। ହଁ ଆମେ ମାନୁଛୁ, ଯୁଦ୍ଧପୋତ ଏକ ବିପଦପୂର୍ଣ୍ଣ ସାମରିକ ଅସ୍ତ୍ର, କିନ୍ତୁ ଇରାନ ପାଖରେ ଏପରି ଅସ୍ତ୍ର ରହିଛି ଯାହା ସମୁଦ୍ର ଭିତରେ ବିଧ୍ଵଂସକ ସାବ୍ୟସ୍ତ ହୋଇପାରେ। ଆମେରିକା ଯୁଦ୍ଧଜାହାଜକୁ ଆମେ ସମୁଦ୍ର ଚଟାଣକୁ ପଠାଇଦେବୁ ବୋଲି ଖେମିନି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଖେମିନି ଏପରି ସମୟରେ ଚେତାବନୀ ଦେଇଛନ୍ତି, ଯେତେବେଳେ ଆମେରିକା ମଧ୍ୟପ୍ରାଚ୍ୟରେ ତାର ସାମରିକ ଉପସ୍ଥିତିକୁ ଯଥେଷ୍ଟ ବୃଦ୍ଧି କରିଛି। କେବଳ ୨୪ ଘଣ୍ଟା ମଧ୍ୟରେ ଆମେରିକା ୫୦ରୁ ଅଧିକ ଅତ୍ୟାଧୁନିକ ଲଢ଼ୁଆ ବିମାନ ମୁତୟନ କରିଛି, ଯେଉଁଥିରେ ଏଫ୍-୨୨, ଏଫ୍-୩୫ ଓ ଏଫ୍-୧୬ ଭଳି ଘାତକ ଲଢ଼ୁଆ ବିମାନ ସାମିଲ ଅଛି।  

ସମ୍ବନ୍ଧିତ ଖବର ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଲା 'ଏଆଇ ଇମ୍ପାକ୍ଟ ସମ୍ମିଳନୀ'

Tags: