ବଢୁଛି ବିଜୟଙ୍କ ଅଡୁଆ, ନେଇ ପାରୁନାହାନ୍ତି ଶପଥ

ବଢୁଛି ବିଜୟଙ୍କ ଅଡୁଆ, ନେଇ ପାରୁନାହାନ୍ତି ଶପଥ
Samaya Live News Picture
Published On

ତାମିଲନାଡୁରେ ଡିଏମକେ, ଏଆଇଏ ଡିଏମକେଙ୍କ ଭାଙ୍ଗିଗଲା ଗଡା । ବିଜୟଙ୍କ ବିଜୟ ପରେ ଅଙ୍କକଶାର ପଛକୁ ଆସିଯାଇଛନ୍ତି ଥାଲାପତିା କଂଗ୍ରେସ ସମର୍ଥନ କରୁଛି ସତ କିନ୍ତୁ ୧୧୮ ବିଧାୟକଙ୍କ ତାଲିକା ପ୍ରସ୍ତୁତି ହୋଇପାରୁନିା  ଶୁଣିବାକୁ ମିଳୁଛି  ଥାଲାପତି ବର୍ତମାନ ପରିସ୍ଥିତିରେ ଶପଥ ନେଇପାରିବେ ନାହିାଁ ଶପଥ ଗ୍ରହଣ ଯେତେ ଘୁଂଚିବ ପରିସ୍ଥିତି ସେତେ ଅଡୁଆ ହେବା ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଡିଏକେ ଓ ଏଆଇଏଡିଏମକେ ର କିଛି ନିର୍ବାଚିତ ବିଧାୟକ ଥାଲାପତିଙ୍କୁ ସମର୍ଥନ କରିପାରନ୍ତିା  
ତାମିଲନାଡୁ ରାଜନୀତିରେ ଏବେ ଯାହା ଚାଲିଛି ତାହା କୈଣସି ସିନେମାର କ୍ଲାଇମ୍ୟାକ୍ସଠାରୁ କମ ନୁହୋଁ ଭୋଟରେ ଐତିହାସିକ ସଫଳତା ପାଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ଦଳ ତାମିଲନାଡୁ ରାଜନୀତିରେ ସବୁଠାରୁ ବଡ ଦଳ ଭାବେ ଉତ୍ତା ହୋଇଛିା  କିନ୍ତୁ ସରକାର ଗଠନ କରିବାର କିଛି ପାଦ ଦୂରରେ ହିଁ ସେମାନେ ଅଟକି ଯାଇଛନ୍ତିା କାରଣ ମାତ୍ର କିଛି ସଂଖ୍ୟା ଗରିଷ୍ଠତାର  ଅଭାବା ଏବେ ତାମିଲ ରାଜନୀତିର ପ୍ରତ୍ୟେକ କରିଡରରେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି । କଣ ସତରେ ବିଜୟ ସରକାର ଗଠନ କରିପାରିବେ କିା କଣ ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ କିା ନା ଶେଷ ମୂହୂର୍ତରେ ସମୀକରଣ ବଦଳିଯିବା ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୧୧୮ ଟି ଆସନା ବିଜୟଙ୍କ ଟିଭିକେ ଦଳ ଜିତିଛି ୧୦୮ ଆସନା ଆଉ ଏଇଠି ହିଁ ଆସୁଛି ସବୁଠୁ ବଡ ଟ୍ୱିଷ୍ଟା ବିଜୟ ନିଜେ ଦୁଇଟି ଆସନରୁ ଜିତିଥିବା ଗୋଟିଏ ଆସନ ଖାଲି କରିବାକୁ ପଡିବା ଅର୍ଥାତ ବିଧାନସଭାର ପ୍ରଭାବଶାଳୀ ସଂଖ୍ୟା ୨୩୪ରୁ ୨୩୩ କୁ କମିଯିବା ଏବଂ ବହୁମତ ପାଇଁ ଆବଶୟକ ହେବ ୧୧୭ ଆସନା ଆଉ ଏଭଳି ସମୟରେ ଟିଭିକେ ପାଖରେ ରହିବେ ୧୦୭ ବିଧାୟକା ଅର୍ଥାତ ସରକାର ଗଠନ କରିବା ପାଇଁ ଆହୁରୀ ୧୦ ଜଣ ବିଧାୟକଙ୍କର ଆବଶ୍ୟକତା ରହିବା ଆଉ ଏହି ରାଜନୀତି ସଂଖ୍ୟାର ଖେଳ ଏବେ ତାମିଲନାଡୁ ରାଜନୀତିକୁ ରୋମାଂଚକର କରିଦେଇଛିା ଆଉ ସବୁ ଭିତରେ ବିଜୟଙ୍କ ଦଳ ଏବେ ଗଠବନ୍ଧନ ପାଇଁ ପୁର ବଳ ଲଗାଇଦେଇଛିା ପ୍ରଥମେ ଆଲୋଚନା ଚାଲିଛି କଂଗ୍ରେସ ସହା କଂଗ୍ରେସ ପାଖରରେ ଅଛନ୍ତି ୫ ବିଧାୟକ, ଆଉ ଏହି ୫ ବିଧାୟକଙ୍କର ପୂର୍ଣ୍ଣ ସମର୍ଥନ ଅଛି ବିଜୟଙ୍କୁା ଯଦି ଏଭଳି ହୁଏ ତେବେ ଟିଭିକେ ର ସଂଖ୍ୟା ୧୧୨ରୁ ପହଂଚିଯିବା  କିନ୍ତୁ କଂଗଗ୍ରେସ ସହ ଆଲାଏନ୍ସ ପରେ ବି ଏଠାରେ ବିଜୟଙ୍କ ଅଡୁଆ ଛିଡୁନିା ବିଜୟଙ୍କୁ ଆହୁରୀ ୫ ବିଧାୟକଙ୍କର ଆବଶୟକତା ରହିଛିା ଆଉ ଏଭଳି ପରିସ୍ଥିତିରେ ବିଜୟଙ୍କ ଦୃଷ୍ଟି ଅନ୍ୟଦଳମାନଙ୍କ ଉପରୋ ସିପିଆଇ ଏବଂ ସିପିଏମ ପାଖରେ ଅଛି ଦୁଇଟି ଆସନା ଏହାଛଡା ଭିସିକେ ପାଖରେ ମଧ୍ୟ ଅଛି ଦୁଇ ବିଧାୟକା କିନ୍ତୁ ଏଇଠି ଆରମ୍ଭ ହେଉଛି ଅସଲି ସସପେନ୍ସା ଏହି ସମସ୍ତ ଦଳ ପୂର୍ବରୁ ଡିଏମକେ ସହ ଆଲସ୍ନ୍ରେ ଅଛନ୍ତିା ଆଉ ଏବେ ଚର୍ଚ୍ଚା ହେଉଛି କଣ ଏମାନେ ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ କରିବୋ ନା ଷ୍ଟାଲିନଙ୍କୁ ସହଯୋଗ କରିବୋ 
ଖବର ମିଳୁଛି ଏହି ଦଳମାନଙ୍କ ସହ ଟିଭିକେ ଦଳ ସହ  ଲଗାତାର ଆଲୋଚନା କରୁଛିା ବିଜୟ ନିଜର ପରାମର୍ଶଦାତା ଏସ.ଏ ଚନ୍ଦ୍ରାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତିା କେଉଁ ଦଳକୁ କେଉଁ ମନ୍ତ୍ରାଣାଳୟ ମିଳିବ, କେତେ ମନ୍ତ୍ରୀପଦ ଦିଆଯିବ ସେନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛିା ଖବର ମିଳୁଛି ଯେ, କଂଗ୍ରେସକୁ ଦୁଇଟି ମନ୍ତ୍ରୀପଦ ମିଳିପାରୋ ଯେତେବେଳେ ଅନ୍ୟ ସହେଯାଗୀ ଦଳମାନଙ୍କୁ ୩ଟି କିମ୍ବା ୪ଟି ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ଚାଲିଛିା 
ଏପଟେ ଆଉ ଗୋଟିଏ ବଡ ଚର୍ଚ୍ଚା ହେଉଛି ଏଆଇଏ- ଡିଏମକେ କୁ ନେଇା ରାଜନୈତିକ ବିଶ୍ଳେଷକ  ମାନୁଛନ୍ତି ଯେ ଯଦି ଏଆଇଏଡିଏମକେ ର କିଛି ବିଧାୟକ ଭାଙ୍ଗି ଟିଭିକେକୁ ସମର୍ଥନ କରିବେ , ତେବେ ବିଜୟଙ୍କୁ ରାସ୍ତା ଆହୁରି ସହଜ ହୋଇଯିବା ଟିଭିକେର ବିଧାୟକ ସାଙ୍ଗୋଟେ  ଶ୍ରୀନିବାସ ପୂର୍ବରୁ ଏଆଇଡିଏକେ ରେ ଥିଲୋ ବିଶେଷ ଖବରରୁ ଜଣାପଡୁଛି ସେ କିଛି ପୂରୁଣା ସମ୍ପର୍କକୁ ସକ୍ରିୟ କରିଛନ୍ତିା ପ୍ରଥମେ ଏଆଇଡିଏମକେ ନେତୃତ୍ୱକୁ ବୁଝେଇବାକୁ ଚେଷ୍ଟା କରୁଛନ୍ତିା ଯଦି ସେଥିରେ ସଫଳତା ନମିଳେ ତେବେ ଅଲଗା ଅଲଗା ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୋ ଏତେ ସବୁ ପ୍ରଚେଷ୍ଟା ପରେ ବି ବିଜୟଙ୍କ ପଥ ସହଜ ନୁହୋଁ କାରଣ ଏଆଇଡିଏମକେ ତାର ଅସ୍ତିତ୍ୱ କୈଣସି ପରିସ୍ଥିତିରେ ହରାଇବାକୁ ପ୍ରସ୍ତୁତ ନୁହୋଁ ଏଆଇଡିଏମକେ ତାର ଦଳକୁ ବଂଚାଇବା ପାଇଁ ଏକତା ଦେଖାଇବାକୁ ଖୁବ ଜୋରେ ଚେଷ୍ଟା କରୁଛିା ତେବେ  ବିଧାୟକ ଭାଙ୍ଗିବାର ପ୍ରଚେଷ୍ଟା କେତେଦୂର ସଫଳ ହେବ ତାହା ତ ସମୟ ହିଁ କହିବା 
ଏହା ମଧ୍ୟରେ ଡିଏମକେ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛିା ନିର୍ବାଚନରେ ହାରିଥିବା ସେତ୍ୱ ଷ୍ଟାଲିନଙ୍କ ପୁଅ ଉଦୟନିଧି ନିର୍ବାଚନ ଜିତିଛନ୍ତିା ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାଙ୍କର ସମ୍ପର୍କ ଭଲ ଥିବାରୁ କେହି କେହି ଅନୁମାନ କରୁଛନ୍ତି ଯେ, ଡିଏମକେର କିଛି ଆସନ ବିଜୟଙ୍କୁ ମିଳିପାରୋ କିନ୍ତୁ ଡିଏମକେ ଏହାରୁ ପ୍ରତ୍ୟାଖନ କରିଛିା ଜଣେ ନେତା କହିଛନ୍ତି, ଆମେ ବିଜୟଙ୍କୁ ସମର୍ଥନ କରିବାର କୈଣସି ପ୍ରଶ୍ନ ହିଁ ଉଠୁନିା 
ଏବେ ଆସୁଛି ରାଜନୀତିର ସବୁ ବଡ ରୋମାଂଚକର ଟ୍ୱିଷ୍ଟା ତାହା ହେଉଛି ଫ୍ଲୋର ଟେଷ୍ଟା ଯଦି ବିଜୟଙ୍କୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରନ୍ତି, ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବା ସେଥିରେ ଯଦି କିଛି ବିରୋଧୀ ବିଧାୟକ ଭୋଟ ସମୟରେ ଗୃହରୁ ବାହାରିଯାଆନ୍ତି କିମ୍ବା ଅନୁପସ୍ଥିତ ରୁହନ୍ତି , ତେବେ ବହୁମତର ସଂଖ୍ୟା ଆପେ ଆପେ କମିଯିବା ଉଦାହରଣ ସୂରୁପ , ଯଦି ୩୦ ଜଣ ବିଧାୟକ ଅନୁପସ୍ଥିତ ରୁହଁନ୍ତି , ତେବେ ପ୍ରଭାବଶାଳୀ ସଂଖ୍ୟା ୨୦୪କୁ କମିଯିବ, ଏବଂ ବହୁମତ ପାଇଁ ଆବଶ୍ୟକ ହେବ ମାତ୍ର ୧୦୩ ଆସନା ଫଲରେ ଟିଭିକେ ସହଜରେ ସରକାର ଗଠନ କରିପାରିବା 
ଆଉ ଏବେ ସମସ୍ତିଙ୍କ ନଜର ରାଜ୍ୟପାଳଙ୍କ ଉପରୋ ସେ କି ପ୍ରଥମେ ସମର୍ଥନ ପତ୍ର ମାଗିବୋ ନା ନସବୁଠାରୁ ବଡ ଦଳ ଭାବେ ବିଜୟଙ୍କୁ ସିଧାସଳଖ ଶପଥ ନେବାକୁ ନିମନ୍ତ୍ରଣ କରିବୋ ରାଜ୍ୟପାଳଙ୍କ ଏହି ନିଷ୍ପତି ହିଁ ତାମିଲନାଡୁ ରାଜନୀତିର ଆଗାମୀ ଭାଗ୍ୟ ନିର୍ଣ୍ଣୟ କରିବା  ଗୋଟେ ପଟେ ସଂଖ୍ୟା କରିଷ୍ଠତା ଯୁଦ୍ଧ , ଅନ୍ୟପଟେ ଗଠବନ୍ଧନର ଚାପ ଏବେ କଣ କରିବେ ବିଜୟ

 

Tags: