‘ହୁ’ରୁ ଓହରିଗଲା ଆମେରିକା

‘ହୁ’ରୁ ଓହରିଗଲା ଆମେରିକା
Samaya Live Desk Picture
Published On

ୱାସିଂଟନ୍‌: ଆମେରିକା  ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଏହା ‘ହୁ’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ରୁ ଓହରିଯାଇଛି। ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ଶେଷ ହୋଇଛି। ଆମେରିକାର ଏଭଳି ପଦକ୍ଷେପ ମଧ୍ୟ ଟ୍ରମ୍ପ ପ୍ରଶାସନର ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରୁଛି। ଟ୍ରମ୍ପଙ୍କର ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିନରେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରିଯିବ ବୋଲି କୁହାଯାଇଥିଲା। ଆମେରିକା ସ୍ବାସ୍ଥ୍ୟ ଓ ବିଦେଶ ବିଭାଗ ପକ୍ଷରୁ ଏନେଇ ଏକ ପ୍ରେସ୍‌ ବିବୃତି ଜାରି କରି କୁହାଯାଇଛି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ଓହରିଯାଇଛି ଏବଂ ଆମେ ଆମର ସଦସ୍ୟତା ଶେଷ କରିଛୁ। ତେବେ କେତେକ ସୀମିତ ଦିଗରେ ‘ହୁ’ ସହ କାମ କରିବା ଜାରି ରହିବ। ଜଣେ ବରିଷ୍ଠ ସରକାରୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଆମର ପର୍ଯ୍ୟବେକ୍ଷକ ଭାବେ ଅଂଶଗ୍ରହଣ କରିବାର କୌଣସି ଯୋଜନା ନାହିଁ କି ପୁନର୍ବାର ଯୋଗ ଦେବାର ମଧ୍ୟ କୌଣସି ଯୋଜନା ନାହିଁ। ରୋଗ ନିରୀକ୍ଷଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଗୁୁରୁତ୍ବ ଥିବା କ୍ଷେତ୍ର ଉପରେ ଆମେରିକା କୌଣସି ଅନ୍ତର୍ଜାତୀୟ ଅନୁଷ୍ଠାନ ବ୍ୟତୀତ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସିଧାସଳଖ କାମ କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

 

Tags: