ହର୍ମୁଜରେ ୨ଟି ଇରାନୀ ଡ୍ରୋନ୍ ଖସାଇଲା ଆମେରିକା

 ହର୍ମୁଜରେ ୨ଟି ଇରାନୀ ଡ୍ରୋନ୍ ଖସାଇଲା ଆମେରିକା
Samaya Live Desk Picture
Published On

ତେହେରାନ: ଆମେରିକା ସେନା ହର୍ମୁଜରେ ଇରାନର ୨ଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛି। ସେନା କହିଛି ଯେ ଡ୍ରୋନ୍‌ ୨ଟି ସେଠାକୁ ଯାଉଥିବା ଜାହାଜ ପାଇଁ ବିପଦ ପାଲଟିଥିଲା। ମଧ୍ୟପ୍ରାଚ୍ୟରେ ଅବସ୍ଥାପିତ ଆମେରିକୀୟ ସୈନ୍ୟମାନେ ଶନିବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍ (ସେଣ୍ଟକମ୍) କହିଛି,।  ଅଞ୍ଚଳରେ ଯେକୌଣସି ବିପଦର ଜବାବ ଦେବାକୁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛି । ଏଥି ସହ ଇରାନର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଆମେରିକା ଅସ୍ତ୍ରବିରତି ଭଙ୍ଗ କରିଥିବା ଅଭିଯୋଗ କରିଛି। ଇରାନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଉତ୍ତେଜନା ହ୍ରାସ କରିବା ପରିବର୍ତ୍ତେ ଆମେରିକା ଏହାର ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମଗ୍ର ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଆକ୍ରମଣ ପରେ ଯାହା ପରିସ୍ଥିତି ଉପୁଜିବ ଏବଂ ଏହାର ପରିଣାମ ଯାହା ବି ହେବ, ଏଥିପାଇଁ ଆମେରିକା ସମ୍ପୂର୍ଣ୍ଣ ଦାୟୀ ରହିବ। ଅନ୍ୟପକ୍ଷରେ ଆଜି କେନ୍ଦ୍ରୀୟ ଇସ୍ରାଏଲର ଏକ ପେଟ୍ରୋଲ ପମ୍ପରେ ଆତଙ୍କବାଦୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। 

Tags: